EnewsOdia.Com

ରଦ୍ଦ ହେଲା ମୁଶାରଫଙ୍କ ମୃତ୍ୟୁ ଦଣ୍ଡାଦେଶ

ମୁଶରଫଙ୍କୁ ମୃତ୍ୟୁ ଦଣ୍ଡାଦେଶରୁ ମିଳିଛି ଆଶ୍ଵସ୍ତି । ପାକିସ୍ତାନର ପୂର୍ବତନ ଏକଛତ୍ରବାଦୀ ସୈନ୍ୟ ଶାସକ ପରଭେଜ ମୁସାରଫଙ୍କୁ ଦେଶଦ୍ରୋହୀ ମାମଲାରେ ଡିସେମ୍ବର ୧୭ ତାରିଖରେ ପାକିସ୍ତାନର ସ୍ୱତନ୍ତ୍ର କୋର୍ଟ ଫାଶିଦଣ୍ଡାଦେଶ ଶୁଣାଇଥିଲେ । ଏହି ରାୟକୁ ଚାଲେଞ୍ଜ କରି ଲାହୋର ହାଇକୋର୍ଟ ଯାଇଥିଲେ ପରଭେଜ ମୁସାରଫ । ତେବେ ସ୍ବତନ୍ତ୍ର କୋର୍ଟ ଦେଇଥିବା ଫାଶୀ ଦଣ୍ଡାଦେଶକୁ ଲାହୋର ହାଇକୋର୍ଟ ରଦ୍ଦ କରିଦେଇଛନ୍ତି। କେବଳ ସେତିକି ନୁହେଁ, ‌ସ୍ବତନ୍ତ୍ର ‌ଅଦାଲତ ଗଠନ ପ୍ରକ୍ରିୟାକୁ ମଧ୍ୟ ହାଇକୋର୍ଟ ଅସାମ୍ବିଧାନିକ ଦର୍ଶାଇଛନ୍ତି।

୨୦୧୩ରେ ତତ୍କାଳୀନ ପାକିସ୍ତାନ ମୁସଲିମ୍‌ ଲିଗ ସରକାର ମୁଶରଫଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଥିଲେ । ଇସଲମାବାଦର ଏକ ସ୍ବତନ୍ତ୍ର ଅଦାଲତ ଗତବର୍ଷ ଡିସେମ୍ବର ୧୭ ତାରିଖରେ ୭୪ ବର୍ଷୀୟ ମୁସାରଫଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ଦୁବାଇରେ ରହୁଥିବା ମୁସାରଫ ସ୍ବତନ୍ତ୍ର ଅଦାଲତଙ୍କ ଏହି ରାୟ ବେଆଇନ, କ୍ଷମତା ପରିସର ବହିର୍ଭୁତ ଏବଂ ଅସାମ୍ବିଧାନିକ ବୋଲି ଦର୍ଶାଇ ଲାହୋର ହାଇକୋର୍ଟରେ ଆବେଦନ କରିଥିଲେ।

ପଢନ୍ତୁ: ଏକ୍‌ଷ୍ଟ୍ରା କ୍ଲାସ ପାଇଁ ବାତିଲ ହେବ ନାହିଁ ଶିକ୍ଷକଙ୍କ ଖରାଛୁଟି

ସମ୍ବନ୍ଧିତ ଖବର

ଦିଲ୍ଲୀରେ ରେକର୍ଡ ଭାଙ୍ଗିଲା ଶୀତ

Ratnamani Maharana

ମହଙ୍ଗା ହେବ ଚିନି!

Ratnamani Maharana

ଦଙ୍ଗାକାରୀଙ୍କଠାରୁ ଜରିମାନା ଆଦାୟ କରିବ ଦିଲ୍ଲୀ ସରକାର

Ratnamani Maharana

ସ୍ଥଗିତ ହେଲା ଜାତୀୟ ନାଗରିକ ପଞ୍ଜୀକରଣ ଯୋଜନା

Ratnamani Maharana

ଲାଇଫ ଲାଇନ୍ ପାଇଲେ ନିର୍ଭୟା ଦୋଷୀ, ଘୁଞ୍ଚିଲା ଫାଶୀ ତାରିଖ

Ratnamani Maharana

କରୋନା ଭାଇରସ୍‌ର ନାଁ ‘କୋଭିଡ୍‌-୧୯’ ଦେଲା ଡବ୍ଲ୍ୟୁଏଚ୍‌ଓ

Ratnamani Maharana