EnewsOdia.Com

ଆସୁଛନ୍ତି ଗଜଲକ୍ଷ୍ମୀ : ସଜେଇ ହେଉଛି ଢେଙ୍କାନାଳ

ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା  ପାଇଁ ରାଜ୍ୟରେ ଢେଙ୍କାନାଳ ଏକ ସ୍ୱତନ୍ତ୍ର ପରିଚୟ ରହିଛି । ୧୧ ଦିନ ବ୍ୟାପି ହେବାକୁ ଥିବା ପୂଜାର ବିଶେଷତ୍ୱ ପୂଜା ମଣ୍ଡପର ମୃଣ୍ମୟ ମୂର୍ତି ଏବଂ ଆଲୋକ ସଜ୍ଜା । ୩୮ ଟି ମଣ୍ଡପର ସମସ୍ତ ସାଜସଜ୍ଜା କାର୍ଯ୍ୟ ଏବେ ଚୂଡାନ୍ତ ପର୍ଯ୍ୟାୟରେ ।ଆସନ୍ତାକାଲି ଲକ୍ଷ୍ମୀ ପୂଜା । ଗଜଲକ୍ଷ୍ମୀ ପୂଜା ପାଇଁ ଢେଙ୍କାନାଳ ପ୍ରସିଦ୍ଧ ।  ମା’ଙ୍କ ଆଗମନୀ ପୂର୍ବରୁ ଏବେ ସାରା ସହର ଚଳଚଂଚଳ । ଚଳିତବର୍ଷ ସହରରେ ୩୮ଟି ପୂଜା ମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତି ପୂଜା ପାଇବେ । ସେଥପାଇଁ ସମସ୍ତ ଅନୁଷ୍ଠାନ ଗୁଡ଼ିକରେ ମୂର୍ତ୍ତି ନିର୍ମାଣ କାମ ପୁରା ଜୋରଦାର ଚାଲିଛି ।

ଅନ୍ୟପଟେ ୧୧ ଦିନ ବ୍ୟାପୀ ପୂଜାରେ ବିଶେଷ ରହିଛି ଜାତୀୟ ସ୍ତରର ସରସ ମେଳା । ୨୫ଟି ରାଜ୍ୟର ବିଭିନ୍ନ ଘରୋଇ ଉପକରଣ, ସାଜସଜା ସାମଗ୍ରୀ ଠାରୁ ବସ୍ତ୍ର ଆଭୁଷଣର ୪୫୦ଟି ଷ୍ଟଲ ପଡ଼ିବ । ତେବେ ମେଘୁଆ ପାଗ ଏବଂ ବର୍ଷା ଲାଗି ରହୁଥିବାରୁ ପୂଜା ବଜାର ପ୍ରଭାବିତ ହେବାର ଆଶକାଂ ରହିଛି । ଏହାସହ ସୁରକ୍ଷା ବ୍ୟବସ୍ଥା ଏବଂ ଟ୍ରାଫିଳ ନିୟନ୍ତ୍ରଣକୁ କଡାକଡି କରିବା ଲାଗି ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ପଢନ୍ତୁ: ମାମାଲ୍ଲାପୁରମ୍‌ ବେଳାଭୂମିରେ ‘ପ୍ଲଗିଙ୍ଗ୍‌’ କଲେ ପ୍ରଧାନମନ୍ତ୍ରୀ ମୋଦି

ସମ୍ବନ୍ଧିତ ଖବର

ମହାବଳ ବାଘକୁ ବିପଦ ‘ବୁଲବୁଲ’

Ratnamani Maharana

ବ୍ରିଟେନ ମନ୍ତ୍ରୀ ମଣ୍ଡଳରେ ଭାରତୀୟ ମହିଳା

Ratnamani Maharana

ଜିନ୍ସ ବା କେପ୍ରି ପିନ୍ଧା ମହିଳାଙ୍କୁ ମିଳିବନି ଡ୍ରାଇଭିଂ ଲାଇସେନ୍ସ

Ratnamani Maharana

ଆରପାରିରେ ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି

Ratnamani Maharana

ରାଜ୍ୟସଭା ଆସନ ଲାଗି ପ୍ରାର୍ଥୀପତ୍ର ଦାଖଲ କଲେ ବିଜେଡିର ୪ଜଣ ପ୍ରାର୍ଥୀ

Ratnamani Maharana

ବାର୍ଡ ଫ୍ଲୁ ଆତଙ୍କରେ ଆଜିଠୁ କୁକୁଡା ମରା ଅଭିଯାନ

Ratnamani Maharana