News

ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁପ୍ରସାଦ ଯାଦବ ଦୋଷୀ, ଜଗନ୍ନାଥ ମିଶ୍ର ନିର୍ଦ୍ଦୋଶ

By Krishna Kumar Manoj

March 19, 2018

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଗୋଖାଦ୍ୟ ଦୁର୍ନିତୀରେ ଦୁମକା କୋଷାଗାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସିବିଆଇ କୋର୍ଟ ଜଗନ୍ନାଥ ମିଶ୍ରଙ୍କୁ ଖଲାସ କରିଛନ୍ତି । ଆରଜେଡ଼ି ନେତା ରଘୁବଂଶ ଯାଦବ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନିତିଶଙ୍କ ଯୋଡ଼ିର ଖେଳ ବୋଲି ଆକ୍ଷେପ କରିଛନ୍ତି।

ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲାଲୁ ବର୍ତ୍ତମାନ ଜେଲ୍‌ ଦଣ୍ଡ ଭୋଗୁଛନ୍ତି।

ଆଜି ଦୁମ୍‌କା ଟ୍ରେଜେରିରୁ ଜାଲ୍‌ କାଗଜପତ୍ର ଜରିଆରେ ୩.୧୩ କୋଟି ଟଙ୍କା ଉଠାଣ ମାମଲାରେ ଲାଲୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଯଦିଓ ଦୁମ୍‌କା ବର୍ତ୍ତମାନ ଝାଡ଼ଖଣ୍ଡ ଅନ୍ତର୍ଗତ ଲାଲୁଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ଏହା ବିହାରରେ ଥିଲା।

ଲାଲୁ ପ୍ରସାଦ ଯାଦବ ସ୍ୱାସ୍ଥ୍ୟଗତ କାରଣରୁ ଆଜି କୋର୍ଟରେ ହାଜର ହୋଇନାହାନ୍ତି । ତାଙ୍କୁ ରାଂଚି ର ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ ମେଡ଼ିକାଲ ସାଇନ୍ସରେ ଭର୍ତ୍ତି କରାଯାଇଛି । ଏହି ମାମଲାରେ ଲାଲୁ ପ୍ରସାଦ ଯାଦବ, ଜଗନ୍ନାଥ ମିଶ୍ରଙ୍କ ସମେତ ଅନ୍ୟ ୩୧ ଜଣଙ୍କ ନାମରେ ଅଭିଯୋଗ ଫର୍ବ୍ଦ ଦାଏର କରାଯାଇଥିଲା।

ଉଲ୍ଲେଖଯୋଗ୍ୟ,ପୂର୍ବରୁ ତିନୋଟି ମାମଲାରେ ଲାଲୁ ପ୍ରସାଦଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଏବେ ବିର୍ସା ମୁଣ୍ଡା ଜେଲରେ ସାଧାରଣ ବନ୍ଦୀ ଜୀବନ ବିତାଉଛନ୍ତି ବିହାରର ଏହି ପ୍ରଭାବଶାଳୀ ରାଜନେତା।

ପଢନ୍ତୁ;

ଚିଟ୍‌ ଫଣ୍ଡ ଠକାମିର ଶିକାର ହେଲେ ରାହୁଲ ଦ୍ରାବିଡ଼ ,ପୋଲିସରେ କଲେ ଅଭିଯୋଗ