Loading...

ଡୋରଣ୍ଡା ଦୁର୍ନୀତିରେ ‘ଆର୍‌ଜେଡି’ ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ମଞ୍ଜୁର

ଡୋରଣ୍ଡା ଦୁର୍ନୀତିରେ ‘ଆର୍‌ଜେଡି’ ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ମଞ୍ଜୁର

ଗୋଖାଦ୍ୟ ଦୁର୍ନୀତି ସମ୍ବନ୍ଧୀୟ ୧୩୯.୩୫ କ‌ୋଟି ଟଙ୍କାର ଡୋରଣ୍ଡା ଦୁର୍ନୀତିରେ ‘ଆର୍‌ଜେଡି’ ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି।

ଗୋଖାଦ୍ୟ ଦୁର୍ନୀତି ସମ୍ବନ୍ଧୀୟ ୧୩୯.୩୫ କ‌ୋଟି ଟଙ୍କାର ଡୋରଣ୍ଡା ଦୁର୍ନୀତିରେ ‘ଆର୍‌ଜେଡି’ ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି।୫ମ ଗୋଖାଦ୍ୟ ଦୁର୍ନୀତି ସହ ସମ୍ପୃକ୍ତ ଥିବା ଡୋରଣ୍ଡା ଟ୍ରେଜରିରୁ ବେଆଇନ ଟଙ୍କା ଉଠାଣ ‌ମାମଲାରେ ଦୋଷୀ ସାବସ୍ତ ହେବା ପରେ ଗତ ଫେବ୍ରୁଆରି ମାସରେ ରାଞ୍ଚିରେ ଥିବା ‘ସିବିଆଇ’ର ସ୍ବତନ୍ତ୍ର ଅଦାଲତ ଲାଲୁ ପ୍ରସାଦ ଯାଦବଙ୍କୁ ଗିରଫ କରିଥିଲା।ଲାଲୁ ପ୍ରସାଦଙ୍କ ଓକିଲ ପ୍ରଭାତ କୁମାର କହିଛନ୍ତି, ସଜ୍ଜା ବାତିଲ କରି ଜାମିନ ମଞ୍ଜୁର କରିବା ଲାଗି ଆମେ ଦାଏର କରିଥିବା ପିଟିସନ୍‌କୁ ଅଦାଲତ ଗ୍ରହଣ କରିଛନ୍ତି। ଏହି ମାମଲାରେ ଲାଲୁଙ୍କୁ ହୋଇଥିବା ୫ ବର୍ଷ ସଜ୍ଜାରୁ ସେ ଅଧା ସମୟ ଜେଲ୍‌ରେ କାଟି ସାରିଲେଣି ବୋଲି ଆମେ ଆବେଦନ ପତ୍ରରେ ଜଣାଇଥିଲୁ। ୪୨ ମାସ ସଜ୍ଜାରୁ ଆମ ମୁଦାଲା ୩୦ ମାସ ସଜ୍ଜା ଭୋଗ କରିସାରିଛନ୍ତି। ‘ସିବିଆଇ’ ଏହି ଜାମିନ ଆବେଦନକୁ ବିରୋଧ କରିଥିଲେ ବି ଅଦାଲତ ଜାମିନ ମଞ୍ଜୁର କରିଛନ୍ତି। 

 

ଗୋଖାଦ୍ୟ ଦୁର୍ନୀତିର ଆଉ ୪ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସାରିଥିବା ଲାଲୁ ପ୍ରସାଦ ୫ମ ତଥା ଚୂଡ଼ାନ୍ତ ମାମଲାରେ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସୂଚନାଯୋଗ୍ୟ, ‘ପ୍ରାଣୀ ପାଳନ ବିଭାଗ’ ଉପରେ ଚଢ଼ାଇ ହେବା ପରେ ୧୯୯୬ ମସିହା ଜାନୁଆରି ମାସରେ ଗୋଖାଦ୍ୟ ଦୁର୍ନୀତି ହୋଇଥିବା କଥା ଲୋକଲୋଚନକୁ ଆସିଥିଲା। ୧୯୯୭ ଜୁନ୍‌ରେ ‘ସିବିଆଇ’ ଏହି ମାମଲାରେ ଲାଲୁ ପ୍ରସାଦଙ୍କୁ ଅଭିଯୁକ୍ତ କରିଥିଲା। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.