ପୁଅ ବାହାଘର ପାଇଁ ଲାଲୁଙ୍କ ପାରୋଲ ଆବେଦନ ମଞ୍ଜୁର!

ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ ନି ପୁଅର ବିବାହ ଉତ୍ସବରେ ଯୋଗଦେବା ଦେବା ପାଇଁ ପାରୋଲର ଆବେଦନ କରିଛନ୍ତି । ମେଡିକାଲରୁ ବାହାରି ପାରୋଲରେ ଯିବା ପାଇଁ ସେ ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ମେଡିକାଲ କର୍ତ୍ତୃପକ୍ଷ ରିପୋର୍ଟ ଦେଇ ସାରିଛନ୍ତି । ଫଳରେ ଲାଲୁଙ୍କୁ ପାରୋଲ ମିଳିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି।

ତିନିଟି ଗୋଖାଦ୍ୟ ଦୁର୍ନୀତି ଅଭିଯୋଗରେ ଗତ ଡିସେମ୍ବର ମାସରେ ରାଞ୍ଚି ଅନ୍ତର୍ଗତ ସିବିଆଇ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ଲାଲୁ ଅସୁସ୍ଥ ଥିବାରୁ ସମ୍ପ୍ରତି ଝାଡ଼ଖଣ୍ଡର ରାଜଧାନୀରେ ଥିବା ଆର୍‌ଆଇଏମ୍‌ଏସ୍‌ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଆଜି ବିମାନ ଯୋଗେ ସେ ପାଟନା ଯିବେ।

ଆସନ୍ତା ୧୨ତାରିଖରେ ଆର୍‌ଜେଡି ନେତା ଚନ୍ଦ୍ରିକା ପ୍ରସାଦ ରାୟଙ୍କ ବଡ଼ ଝିଅ ଐଶ୍ୱର୍ଯ୍ୟା ରାୟଙ୍କ ସହ ତେଜ୍‌ଙ୍କ ବିବାହ ପାଟନାଠାରେ ଅନୁଷ୍ଠିତ ହେବାକୁ ଯାଉଛି। ସୂଚନାଯୋଗ୍ୟ, ଏକ ସ୍ବତନ୍ତ୍ର ସିବିଆଇ ଅଦାଲତ ଦ୍ୱାରା ଚାରା ଘୋଟାଲାରେ ଦୋଷୀ ସାବ୍ୟସ୍ତ ହୋଇ ଲାଲୁ ଜେଲଦଣ୍ଡ ଭୋଗୁଛନ୍ତି।

ପଢନ୍ତୁ;କେନ୍ଦ୍ରାପଡ଼ାରେ ଏନକାଉଣ୍ଟର:ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଲାଲା ଆହତ!

ମେଡିକାଲରୁ ବାହାରି ପାରୋଲରେ ଯିବା ପାଇଁ ସେ ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ମେଡିକାଲ କର୍ତ୍ତୃପକ୍ଷ ରିପୋର୍ଟ ଦେଇ ସାରିଛନ୍ତି । - 4.5

89%

ଆଜି ବିମାନ ଯୋଗେ ସେ ପାଟନା ଯିବେ। - 4.4

87%
4.4/5

Very Good!

ପୁଅ ବାହାଘର ପାଇଁ ଲାଲୁଙ୍କ ପାରୋଲ ଆବେଦନ ମଞ୍ଜୁର!

ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ ନି ପୁଅର ବିବାହ ଉତ୍ସବରେ ଯୋଗଦେବା ଦେବା ପାଇଁ ପାରୋଲର ଆବେଦନ କରିଛନ୍ତି । ମେଡିକାଲରୁ ବାହାରି ପାରୋଲରେ ଯିବା ପାଇଁ ସେ ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ମେଡିକାଲ କର୍ତ୍ତୃପକ୍ଷ ରିପୋର୍ଟ ଦେଇ ସାରିଛନ୍ତି । ଫଳରେ ଲାଲୁଙ୍କୁ ପାରୋଲ ମିଳିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି।

No Votes Yet

You're not rated yet