News

ଆଜି ଲାଲୁ ଯାଦବଙ୍କ ପୁଅ ବାହାଘର

ବିଧାୟକ ଚନ୍ଦ୍ରିକା ରାୟଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କୁ ବାହା ହେବେ ତେଜପ୍ରତାପ

ଲାଲୁଙ୍କ ବଡ଼ପୁଅ ତେଜ୍ ପ୍ରତାପ ଯାଦବଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଜି ଲାଲୁଙ୍କ ପୁଅର ବାହାଘର । ବେଶ୍ ଜାକଜମକରେ ପାଳିତ ହେବାକୁ ଯାଉଛି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବଙ୍କ ବାହାଘର । ଏହି ବିବାହକୁ ନେଇ ଦୁଇ ପରିବାର ଜୋରଦାର ପ୍ରସ୍ତୁତି କରିଛନ୍ତି । ଗତକାଲି ଉଭୟଙ୍କ ହଲଦୀ ରସମ ସରିଛି ।

ଲାଲୁଙ୍କ ପୁଅ ବାହାଘରରେ ବହୁ ରାଜନେତା ତଥା ବିଶିଷ୍ଟ ବ୍ୟକ୍ତି ସାମିଲ ହେବା କାର୍ଯ୍ୟକ୍ରମ ରହିଛି । ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ସିଂହ ଯାଦବ, ପୂର୍ବତନ ଜେଡିୟୁ ମୁଖ୍ୟ ଶରଦ ଯାଦବ, ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ବାବୁଲାଲ ମରାଣ୍ଡି ଓ ବରିଷ୍ଠ ଓକିଲ ରାମ ଜେଠମଲାନିଙ୍କ ଏହି ତଜେପ୍ରତାପଙ୍କ ବାହାଘରରେ ସାମିଲ ହେଉଥିବା ସୂଚନା ମିଳିଛି ।

ଏହି ଆଡମ୍ବରପୂର୍ଣ୍ଣ ବାହାଘରରେ ୭ ହଜାର ଅତିଥି ନିମନ୍ତ୍ରିତ ହୋଇଥିବାବେଳେ ସେମାନଙ୍କ ରହିବା ପାଇଁ ପ୍ରାୟ ସମସ୍ତ ହୋଟେଲ ଓ ଗେଷ୍ଟହାଉସ୍ ବୁକ ହୋଇ ରହିଛି । ତେବେ ନିମନ୍ତ୍ରିତ ଅତିଥିମାନଙ୍କୁ ଆପ୍ୟାୟିତ କରିବାକୁ ୧୦୦ ଜଣ ରୋଷେୟା ପ୍ରସ୍ତୁତ ହୋଇ ରହିଛନ୍ତି । ଅତିଥିମାନଙ୍କୁ ବିହାରୀ ଖାଦ୍ୟର ସ୍ୱାଦ ଚଖାଇବା ପାଇଁ ପ୍ରସ୍ତୁତି ଶେଷ ହୋଇଛି ।  ପୁଅ ବାହାଘରରେ ସାମିଲ ହେବାକୁ ତିନିଦିନିଆ ପାରୋଲରେ ଲାଲୁଙ୍କୁ ନିଆଯାଇଛି ।

ପଢନ୍ତୁ ;

ବିଶ୍ଵ ମାତୃ ଦିବସ ଉପଲକ୍ଷେ Enewsodia ତରଫରୁ ରିଲିଜ ହେଉଛି ଏକ ହୃଦୟଭରା ଗୀତ “ମୋ ମା”

Related posts

ତାତିରେ ଫୁଟୁଛି ସାରା ଓଡ଼ିଶା

Ratnamani Moharana

ବରିଷ୍ଠ ସାମ୍ବାଦିକ କୁଳଦୀପ ନାୟାରଙ୍କ ୯୫ ବର୍ଷ ବୟସରେ ପରଲୋକ

ENO Beuro

ରେକର୍ଡ ଧାରାରେ ପାରାଦୀପ ବନ୍ଦର

Ratnamani Moharana

Leave a Comment