News

ଲାଲୁଙ୍କୁ ଝଟକା : ଚତୁର୍ଥ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କୁ ୭ ବର୍ଷ ଜେଲ୍‌

ଲାଲୁପ୍ରସାଦ ଯାଦବଙ୍କୁ ପୁଣି ଏକ ଝଟକା

ବହୁ ଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତିର ଚତୁର୍ଥ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲାଲୁଙ୍କୁ ପୁଣି ଦୁଇଟି ଧାରାରେ  ୭ ବର୍ଷ  ଜେଲ ଦଣ୍ଡାଦେଶ ହୋଇଛି । ଜେଲ୍‌ ସହ ତାଙ୍କୁ ୩୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି । ମାମଲାରେ ସିବିଆଇ ସ୍ୱତନ୍ତ୍ର କୋର୍ଟ ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଡୁମକା ଟ୍ରେଜେରୀରୁ ଟଙ୍କା ହଡପ ମାମଲାରେ ଲାଲଙ୍କୁ ୭ ବର୍ଷ ଜେଲ ହୋଇଛି ।

ବର୍ତମାନ ଝାଡଖଣ୍ଡରେ ଥିବା ଡୁମକା ଟ୍ରେଜେରୀରୁ ୩ କୋଟି ୧୩ ଲକ୍ଷ ଟଙ୍କା ଠକେଇ ନେଇ ତତକାଳୀନ ମୁଖ୍ୟମନ୍ତ୍ରୀ ଲାଲୁଙ୍କ ବିରୋଧରେ ଅଭିଯୋଗ ରହିଥିଲା । ଗୋଖାଦ୍ୟ ପାଇଁ ଲାଲୁ, ବେଆଇନ୍ ଭାବେ ଜାଲ୍ କାଗଜପତ୍ର ଦେଖାଇ ଏହି ଟଙ୍କା ଉଠାଇଥିଲେ । ଗୋ-ଖାଦ୍ୟ ଦୁର୍ନୀତିର ଚତୁର୍ଥ ମାମଲାରେ ସିବିଆଇ କୋର୍ଟ ଦୋଷୀ ସାବ୍ୟସ୍ତ ହୋଇଥିଲେ ଲାଲୁ ।

ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କ ବିରୋଧରେ ୫ ଟି ମାମଲା ଚାଲିଛି । ବର୍ତ୍ତମାନ ସୁଦ୍ଧା ସେ ୪ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇସାରିଛନ୍ତି । ପ୍ରଥମ ମାମଲାରେ ଲାଲୁଙ୍କୁ ୫ ବର୍ଷ , ଦ୍ୱିତୀୟ ମାମଲାରେ ସାଢେ ୩ ବର୍ଷ ଏବଂ ତୃତୀୟ ମାମଲାରେ ୫ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । ଡୁମକା ପରେ ଚାରା ଘୋଟାଲାର ଶେଷ ମାମଲା, ଦୋରଣ୍ଡା ଟ୍ରେଜେରୀ ମାମଲାରେ ଆଗକୁ ଶୁଣାଣି ହେବ ।

ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କ ବିରୋଧରେ ୬ ଟି ମାମଲା ଚାଲିଛି । ଆଉ ବର୍ତମାନ ସୁଦ୍ଧା ସେ ୪ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇସାରିଛନ୍ତି । ଲାଲୁ ଏବେ ରାଂଚିର ବିର୍ସା ମୁଣ୍ଡା ଜେଲରେ ଅଛନ୍ତି ।

ଲାଲୁଙ୍କୁ ଝଟକା : ଚତୁର୍ଥ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କୁ ୭ ବର୍ଷ ଜେଲ୍‌ lalu1

ପଢନ୍ତୁ ;

ଗ୍ରୀଷ୍ମ ଦିନରେ କିପରି କରିବେ ସୌନ୍ଦର୍ଯ୍ୟ ଚର୍ଚା ?

Related posts

Board Examination For Class X Will Be Reintroduced – Union HRD Minister Prakash Javadekar

ENO Beuro

ଆସାମରେ ଉଗ୍ରବାଦୀଙ୍କ ଆକ୍ରମଣ, ୫ ସାଧାରଣ ଲୋକଙ୍କ ମୃତ୍ୟୁ

ENO Beuro

ଭୁବନେଶ୍ୱରକୁ ଶ୍ରେଷ୍ଠ ସ୍ମାର୍ଟ ସିଟି ପୁରସ୍କାର

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More