News

ଗୋଖାଦ୍ୟ ଦୁର୍ନୀତି ମାମଲା, ତୃତୀୟ ମାମଲାରେ ଲାଲୁ ଯାଦବ ଦୋଷୀ ସାବ୍ୟସ୍ତ

ଗୋଖାଦ୍ୟ ଦୁର୍ନୀତିର ତୃତୀୟ ମାମଲାରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ବୁଧବାର ଦିନ ସିବିଆଇ ସ୍ୱତନ୍ତ୍ର କୋର୍ଟ ଜଜ୍‌ ଏସଏସ ପ୍ରସାଦ ୧୯୯୨-୯୩ ମସିହାରେ ଚାଇବାସା ଟ୍ରେଜେରିରୁ ୩୩.୬୭ କୋଟି ଟଙ୍କା ଦୁର୍ନିୀତି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଶ୍ରୀ ଯାଦବଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ଦୁର୍ନୀତିରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇଛି। ଶେଷ ମାମଲାର ଶୁଣାଣି ସମୟରେ ଦୁର୍ନୀତିରେ ଅନ୍ୟତମ ଅଭିଯୁକ୍ତ ଜଗନ୍ନାଥ ମିଶ୍ରଙ୍କ ପତ୍ନୀଙ୍କ ଦେହାନ୍ତ ହୋଇଥିବାରୁ ସେ ଏହି ସମୟରେ କୋର୍ଟରେ ଉପସ୍ଥିତ ହୋଇ ପାରିନଥିଲେ ।

ସୂଚନାଯୋଗ୍ୟ ଯେ , ଚାଇବାସା ଟ୍ରେଜେରିରୁ ରାଜ୍ୟ ସରକାର ୭ଲକ୍ଷ ୧୦ ହଜାର ଟଙ୍କା ଉଠାଇବା ପାଇଁ ମଞ୍ଜୁର କରିଥିବା ବେଳେ ଚଞ୍ଚକତା କରାଯାଇ ତାହା ବଦଳରେ ଜାଲ ଆଲଟମେଣ୍ଟ ଚିଠି ବଳରେ ୩୩ କୋଟି ୬୭ ଲକ୍ଷ ଟଙ୍କାର ଉଠାଣ ହୋଇଥିଲା। ଏଥିରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟ ଶାସନ ସଚିବ ସଜଲ ଚକ୍ରବର୍ତୀ ( ତତ୍‌କାଳୀନ ପଶ୍ଚିମ ସିଂହଭୂମି ଜିଲ୍ଲାର ଡେପୁଟି କମିସନର)ଙ୍କ ସମେତ ମୋଟ ୫୬ ଜଣ ଅଭିଯୁକ୍ତ ଥିଲେ। ୫୬ଜଣଙ୍କ ମଧ୍ୟରୁ କୋର୍ଟ ୫୦ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିବାବେଳେ ୬ଜଣଙ୍କୁ ନିର୍ଦୋଶରେ ଖଲାସ କରିଛନ୍ତି।

ସୂଚନାଯୋଗ୍ୟ ଯେ ବର୍ତ୍ତମାନ ଲାଲୁ ପ୍ରସାଦ ଯାଦବ ରାଞ୍ଚିର ବିରସା ମୁଣ୍ଡା କେନ୍ଦ୍ରୀୟ ଜେଲରେ ଅଛନ୍ତି। ତାଙ୍କୁ ସିବିଆଇ କୋର୍ଟ ଗତ ଜାନୁଆରି ୬ ତାରିଖ ଦିନ ଦେଓଘର ଟ୍ରେଜରି ଠକେଇ ମାମଲାରେ ସାଢ଼େ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ। ପୂର୍ବରୁ ମଧ୍ୟ ଲାଲୁ ଯାଦବ ୨୦୧୩ ମସିହାରେ ୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ ହୋଇଥିଲେ। ଏହି ମାମଲାରେ ମୋଟ୍  ଉପରୋକ୍ତ ମାମଲାରେ ମାନ୍ୟବର କୋର୍ଟ ଲାଲୁ ପ୍ରସାଦଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ ଲକ୍ଷ ଟଙ୍କାର ଅର୍ଥଦଣ୍ଡ ପ୍ରଦାନ କରିଛନ୍ତି।

ପଢନ୍ତୁ ;

ସରକାରଙ୍କ ନୂଆ ନିୟମ;ବାପା-ମାଆଙ୍କ ସେବା କରିବାକୁ ସନ୍ତାନମାନେ ବାଧ୍ୟ ,ନ ହେଲେ ଦେବାକୁ ପଡିବ ଟଙ୍କା

Related posts

ଚନ୍ଦ୍ରଯାନ-୨ ର ସଫଳତାକୁ ନେଇ ଟ୍ୱିଟ କରି ଇସ୍ରୋକୁ ନିଚ୍ଚ ଦେଖାଇଲା ନାସା

Ratnamani Moharana

ସେନାରେ ଯୋଗଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ!

ENO Beuro

ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ENO Beuro

Leave a Comment