• Home
  • News
  • ମାନସିକ ଚାପରେ ଶିକାର ହୋଇଛନ୍ତି ଲାଲୁ ଯାଦବ!
News

ମାନସିକ ଚାପରେ ଶିକାର ହୋଇଛନ୍ତି ଲାଲୁ ଯାଦବ!

ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜେଲଦଣ୍ଡ ଭୋଗୁଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏବେ ମାନସିକ ଚାପରେ ଶିକାର ହୋଇଛନ୍ତି ବୋଲି ସୂଚନା ମିଳିଛି। ରିମସର ନିର୍ଦ୍ଦେଶକ ଶ୍ରୀବାସ୍ତବ ଗୁପ୍ତା କହିଛନ୍ତି-ଲାଲୁ ଯାଦବ ଉଚ୍ଚ ରକ୍ତଚାପ ଓ ମାନସିକ ଚାପରେ ଅଛନ୍ତି। ଏ ବାବଦରେ ଏକ ରିପୋର୍ଟ ମଧ୍ୟ ବିର୍ସାମୁଣ୍ଦା ଜେଲ ଅଧିକ୍ଷକଙ୍କ ପାଖକୁ ପଠେଇ ଦେଇଛନ୍ତି। ତାଙ୍କୁ ଜଣେ ମନସ୍ତତ୍ତ୍ୱବିତ୍‍ଙ୍କ ଚିକିତ୍ସାପରାମର୍ଶ ଆବଶ୍ୟକ ବୋଲି ଡାକ୍ତର ଶ୍ରୀବାସ୍ତବ କହିଛନ୍ତି।

lalu ମାନସିକ ମାନସିକ ଚାପରେ ଶିକାର ହୋଇଛନ୍ତି ଲାଲୁ ଯାଦବ! lalu

ସୂଚନାଯୋଗ୍ୟ,ଅସୁସ୍ଥତା କାରଣରୁ ଜେଲ୍‍ର ସ୍ୱତନ୍ତ୍ର ୱାର୍ଡକୁ ସ୍ଥାନାନ୍ତର କରିବା ପାଇଁ ଲାଲୁ ଆବେଦନ କରିଛନ୍ତି। ଏଥିପାଇଁ ସେ ଦୈନିକ ୧୦୦୦ ଟଙ୍କା ଲେଖାଏଁ ଦେବେ। ଗୋ ଖାଦ୍ୟ ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‍ରେ ଥିବା ଲାଲୁ ଉଭୟ ରାଜନୀତି ଓ ପରିବାର ସମସ୍ୟାକୁ ନେଇ ସବୁବେଳେ ଚିନ୍ତାରେ ରହୁଛନ୍ତି। ଆରଜେଡିର ରାଜନୈତିକ ଉତ୍ତରାଧିକାରୀ ପାଇଁ ଲାଲୁଙ୍କ ଦୁଇ ପୁଅ ତେଜ ପ୍ରତାପ ଓ ତେଜସ୍ୱୀଙ୍କ ମଧ୍ୟରେ ମନାନ୍ତର ସୃଷ୍ଟି ହୋଇଛି।

ପଢନ୍ତୁ;ଘାଟି ତଳକୁ ଖସିଲା ଯାତ୍ରୀବାହୀ ବସ୍,୪୦ ମୃତ

Related posts

ଆରମ୍ଭ ହୋଇଛି ବୈଦିକ ଗଣିତଶାସ୍ତ୍ର କର୍ମଶାଳା

ନୱାଜ ସରିଫଙ୍କୁ ୧୦ ବର୍ଷ ଜେଲ୍‌

Krishna Kumar Manoj

ଆଜି ପାକିସ୍ତାନରେ ସାଧାରଣ ନିର୍ବାଚନ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More