News

କୋର୍ଟରେ ଆତ୍ମସମର୍ପଣ କଲେ ଲାଲୁ ପ୍ରସାଦ ଯାଦବ

ଜାମିନ ଅବଧି ଶେଷ ହେବା ପରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଆଜି ଅନ୍ତରୀଣ ଜାମିନ ଶେଷ ହେବା ପରେ ଝାଡ଼ଖଣ୍ଡର ରାଞ୍ଚିଠାରେ ସିବିଆଇ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି।

ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ମହଲତ ବଢ଼ାଇବା ଆବେଦନକୁ ପୂର୍ବରୁ ଝାଡଖଣ୍ଡ ହାଇକୋର୍ଟ ଖାରଜ କରି ଦେଇଥିଲେ। ଲାଲୁଙ୍କ ଓକିଲଙ୍କ ଏହି ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିବା ସହ ତାଙ୍କୁ ୩୦ ଅଗଷ୍ଟ ସୁଦ୍ଧା ହାଜିର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଗତ କିଛି ଦିନ ତଳେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଲାଲୁ ଜାମିନରେ ଆସିଥିଲେ। ଏହି ଜାମିନ ଅବଧିକୁ ବଢ଼ାଇବା ପାଇଁ ଲାଲୁଙ୍କ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା। ତେବେ କୋର୍ଟ ଏହାକୁ ଖାରଜ କରିବା ସହ ୩୦ ଅଗଷ୍ଟ ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ।

lalu ଆତ୍ମସମର୍ପଣ କୋର୍ଟରେ ଆତ୍ମସମର୍ପଣ କଲେ ଲାଲୁ ପ୍ରସାଦ ଯାଦବ lalu

ସୂଚନାଯୋଗ୍ୟ,ଗୋଖାଦ୍ୟ ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇ ଗତ ଡିସେମ୍ବର ମାସରେ ଜେଲ୍‌ ଯିବା ପରେ ଲାଲୁ ଅଧିକାଂଶ ସମୟ ରାଞ୍ଚିସ୍ଥିତ ଆର୍‌ଆଇଏମ୍‌ଏସ୍‌ ହସ୍‌ପିଟାଲ୍‌ ଓ ଦିଲ୍ଲୀର ଏମ୍‌ସ୍‌ରେ ବିଭିନ୍ନ ରୋଗ ପାଇଁ ଚିକିତ୍ସିତ ହେବାରେ କଟାଇଥିଲେ। ତିନି ସପ୍ତାହ ଧରି ସେ ମୁମ୍ବାଇ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ଅଗଷ୍ଟ ୨୫ ତାରିଖ ଦିନ ସେଠାରୁ ଡିସ୍‌ଚାର୍ଜ ହୋଇଥିଲେ।

ପଢନ୍ତୁ;୩ରୁ ଭୁବନେଶ୍ୱରରୁ ଅହମ୍ମଦାବାଦ ସିଧାସଳଖ ବିମାନସେବା

Related posts

କେନ୍ଦ୍ର ସରକାର: ଭାରତ ଓ ଶ୍ରୀଲଙ୍କାକୁ ଯୋଡୁଥିବା ରାମ ସେତୁକୁ ଭଙ୍ଗାଯିବ ନାହିଁ

ENO Beuro

ତାତିଲାଣି ପଶ୍ଚିମ ଓଡ଼ିଶା ! ଟିଟିଲାଗଡ଼ ଓ ସୋନପୁରରେ ତାତି ଛୁଇଁଲା ୩୫ଂ

ENO Beuro

ରାଜଧାନୀରେ ରଙ୍ଗ ବେରଙ୍ଗୀ ଫ୍ୟାନସୀ ଶୀତ ପୋଷାକ ର ଭରପୁର ସମ୍ଭାର

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More