News

ଭଉଣୀ ଗଙ୍ଗୋତ୍ରୀ ଦେବୀଙ୍କ ଦେହାନ୍ତ, ଅନ୍ତିମ ସଂସ୍କାରରେ ସାମିଲ ହୋଇପାରନ୍ତି ଲାଲୁ

By ENO Beuro

January 08, 2018

ଗୋଖାଦ୍ୟ ଦୁର୍ନୀତି ମାମଲାରେ ସାଢ଼େ ତିନି ବର୍ଷ ଜେଲ୍‌ ଦଣ୍ଡାଦେଶ ପାଇଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁପ୍ରସାଦ ଯାଦବ ଏବେ କଏଦୀ ସାଜିଛନ୍ତି। ତେବେ ସେଠାରେ ବନ୍ଦୀ ଜୀବନ କାଟିବା ପାଇଁ ଲାଲୁଙ୍କୁ ଜେଲ୍‌ କର୍ତ୍ତୃପକ୍ଷ ନିର୍ଦ୍ଦିଷ୍ଟ କାର୍ଯ୍ୟ ଯୋଗାଇଥିବା ଜଣାଯାଇଛି। ଜେଲ୍‌ ପରିସରରେ ସେ ଦୈନିକ ୯୩ ଟଙ୍କା ପାରିଶ୍ରମିକରେ ଜଣେ ମାଳି ପରି ବଗିଚା କାମ କରିବେ ବୋଲି ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ମାମଲାରେ ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଦଣ୍ଡ ମିଳିବା ପରେ ରବିବାର ଲାଲୁଙ୍କ ପାଇଁ ଆସିଛି ଆଉ ଏକ ଦୁଃଖଦ ଖବର।

ତାଙ୍କର ଏକମାତ୍ର ଭଉଣୀ ଗଙ୍ଗୋତ୍ରୀ ଦେବୀଙ୍କର ରବିବାର ଦେହାନ୍ତ ଘଟିଛି। ସୂଚନାଯୋଗ୍ୟ ରବିବାର ଦିନ ଆରଜେଡି ସୁପ୍ରିମ ଲାଲୁ ପ୍ରସାଦ ଯାଦବଙ୍କ ବଡ ଭଉଣୀ ଗଙ୍ଗୋତ୍ରୀ ଦେବୀଙ୍କର ଦେହାନ୍ତ ହୋଇଛି । ସେତେବେଳେ ତାଙ୍କର ବୟସ ଥିଲା ୮୫ ବର୍ଷ । ସେ ଲାଲୁ ଜେଲରୁ ଫେରିବା ନେଇ ଅପେକ୍ଷା କରିଥିଲେ ।

ଗତ କିଛିଦିନ ଧରି ଲାଲୁଙ୍କ ଜେଲରୁ ମୁକ୍ତି ପାଇଁ ପୂଜା ପାଠ ବି କରୁଥିଲେ । ଏହା ଭିତରେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି । ବଡ ଭଉଣୀ ଲାଲୁ ପ୍ରସାଦଙ୍କର ବହୁତ ନିକଟତର ଥିଲେ । ଲାଲୁଙ୍କୁ ସାଢେ ତିନି ବର୍ଷ ଜେଲ ଜେଲ ଦଣ୍ଡାଦେଶ ଶୁଣି ଗଙ୍ଗୋତ୍ରୀ ଦେବୀ ମର୍ମାହତ ହୋଇପଡ଼ିଥିଲେ। ଫଳରେ ଗତକାଲି ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା ।ଜେଲ କର୍ତ୍ତୁପକ୍ଷଙ୍କ ଜରିଆରେ ଏହି ଖବର ଲାଲୁଙ୍କ ପାଖରେ ପହଞ୍ଚାଇବେ ବୋଲି ଲାଲୁଙ୍କ ପୁଅ  ତେଜସ୍ବୀ ଯାଦବ କହିଛନ୍ତି।

ତେଜସ୍ୱୀ ଯାଦବଙ୍କ ସୂଚନା ଅନୁସାରେ ରବିବାର ପାରୋଲ ପାଇଁ ଆଇନଗତ ପ୍ରକ୍ରିୟା ପୁରଣ କରାଯାଇ ପାରିନଥିଲା । ତେଣୁ ପାରୋଲ ପ୍ରକ୍ରିୟା ଶେଷ ହେବା ପରେ ଗଙ୍ଗୋତ୍ରୀ ଦେବୀଙ୍କ ଅନ୍ତିମ ସଂସ୍କାର କରାଯିବ।

ଭଉଣୀଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ଲାଲୁ ପାରୋଲରେ ଆସିପାରନ୍ତି ବୋଲି ଅନୁମାନ କରାଯାଉଛି। ରବିବାର ଗଙ୍ଗୋତ୍ରୀ ଦେବୀଙ୍କ ମୃତ୍ୟୁ ଘଟିଥିବାରୁ ଆସନ୍ତା କାର୍ଯ୍ୟଦିବସରେ ଲାଲୁଙ୍କ ପରିବାର ପକ୍ଷରୁ ଜାମିନ ଆବେଦନ କରାଯିବାର ସମ୍ଭାବନା ରହିଛି।

ପଢନ୍ତୁ ;

କ’ଣ ଏପ୍ରିଲ ମାସ ରେ ସୋନମ ବିବାହ କରିବେ ? ଆସନ୍ତୁ ଜାଣିବା ସେ ବିଷୟରେ