News

ସହିଦ ଲାନ୍ସ ନାଏକ ୱାନିଙ୍କୁ ‘ଅଶୋକ ଚକ୍ର’

ashok

ଆତଙ୍କବାଦୀରୁ ଯବାନ ସାଜି ପ୍ରାଣବଳି ଦେଇଥିଲେ

ଗତବର୍ଷ ନଭେମ୍ବରରେ ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ଅପରେସନ ସମୟରେ ପ୍ରାଣ ହରାଇଥିବା ସହିଦ ଲାନ୍ସ ନାଏକ ୱାନିଙ୍କୁ ‘ଅଶୋକ ଚକ୍ର’ ପ୍ରଦାନ କରାଯିବ। ୱାନି ପ୍ରଥମେ ଜଣେ ଆତଙ୍କବାଦୀ ଥିଲେ କିନ୍ତୁ ପରେ ଆତଙ୍କବାଦୀର ରାସ୍ତା ଛାଡ଼ିଦେଇ ସେ ସେନାବାହିନୀରେ ଆତ୍ମସମର୍ପଣ କରିଥିଲେ ଏବଂ ୨୦୦୪ ମସିହାରେ ସେ ସେନାବାହିନୀରେ ଯୋଗ ଦେଇଥିଲେ।

ashok

ଲାନ୍ସ ଯେଉଁ ଅଭିଯାନରେ ସହିଦ ହୋଇଥିଲେ ସେତେବେଳେ ସେ ୩୪ ରାଷ୍ଟ୍ରୀୟ ରାଇଫଲରେ ଥିଲେ ଓ ପରେ ତାଙ୍କୁ କଶ୍ମୀର ଲାଇଟ୍ ଇନଫାନଟ୍ରି ରେଜିମେଂଟକୁ ପୋଷ୍ଟିଙ୍ଗ କରାଯାଇଥିଲା । ସେନାରେ ଭଲ ପ୍ରଦର୍ଶନୀ କରିବାରୁ ଲାନ୍ସଙ୍କୁ ୨ଥର ମେଡାଲ ଦିଆଯାଇ ସମ୍ମାନିତ କରାଯାଇଥିଲା । କୁଲଗାମର ଚେକୀ ଅସମୁଜି ଗାଁରେ ନଜୀର ବାପା, ପତ୍ନୀ ଓ ଦୁଇଟି ଛୁଆ ସହ ରହୁଥିଲେ । ନଜୀର ଏକ ଅସାଧାରଣ ସୈନିକ ଥିଲେ ।

ବାରାମୁଳାକୁ ପ୍ରଥମ ଆତଙ୍କବାଦୀ ମୁକ୍ତ ଜିଲ୍ଲା ଯେତେବେଳେ ଘୋଷଣା କରାଗଲା ସେହି ସମୟରେ ନଜୀରଙ୍କୁ ଅଶୋକ ଚକ୍ର ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି। ରାଷ୍ଟ୍ରପତିଙ୍କ ସଚିବ ତରଫରୁ ହୋଇଥିବା ସାମ୍ବାଦିକ ସମ୍ମିଳନୀ ଅନୁସାରେ, ଲାନ୍ସ ନାଏକ ୱାନୀ ଦୁଇ ଆତଙ୍କବାଦୀଙ୍କୁ ମାରିବା ଓ ଗୁରୁତର ସାଥିକୁ ବଞ୍ଚାଇବାକୁ ଯାଇ ନିଜ ଜୀବନକୁ ଜଳାଞ୍ଜଳୀ ଦେଇଛନ୍ତି। ବିପଦ ଦେଖି ଆତଙ୍କବାଦୀ ଗୁଳି ଚାଳନ ଆରମ୍ଭ କରିବା ସହ ବୋମା ମଧ୍ୟ ବିସ୍ଫୋରଣ କରିଥିଲେ । ଏହି ସମୟରେ ୱାନୀ ଗୋଟେ ଆତଙ୍କବାଦୀକୁ ଗୁଳି କରି ମାରିଛନ୍ତି ।

ପଢନ୍ତୁ; ଗୁରୁଗ୍ରାମରେ ଭୁଶୁଡ଼ିଲା ୪ ମହଲା କୋଠା, ୬ରୁ ଅଧିକ ଲୋକ ଫସିଥିବା ଅନୁମାନ

Related posts

ଲଘୁଚାପ ବର୍ଷାର ତାଣ୍ଡବ: ପ୍ରବଳ ବର୍ଷା ଯୋଗୁଁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

ENO Beuro

ରେଳପଥରେ ଓଡ଼ିଶାକୁ ଦିଆଯାଇଛି ମୋଟା ଅର୍ଥ:ଧର୍ମେନ୍ଦ୍ର

ENO Beuro

ଦୁଇଦିନ ବାରଣାସୀରେ ଗସ୍ତରେ ମୋଦୀ,୫୦୦ କୋଟି ଟଙ୍କା ପ୍ରକଳ୍ପର କରିବେ ଉଦ୍‍ଘାଟନ

ENO Beuro

Leave a Comment