News

ମତଦାନ କେନ୍ଦ୍ର ନିକଟରେ ଲ୍ୟାଣ୍ଡମାଇନ ବିସ୍ଫୋରଣ କଲେ ମାଓବାଦୀ

ଆଜି ପ୍ରଥମ ପର୍ଯ୍ୟାୟ  ମତଦାନ ପ୍ରକ୍ରିୟାର ପ୍ରଥମ ଦିନ। ଆଜି ୪ଟି ଲୋକସଭା ସହ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ମତଦାନ ଚାଲିଛି। ଏହି ୪ଟି ଲୋକସଭା ଆସନ ହେଲା- କଳାହାଣ୍ଡି, କୋରାପୁଟ, ବ୍ରହ୍ମପୁର ଓ ନବରଙ୍ଗପୁର। ଏହି ସବୁ ଅଞ୍ଚଳ ମାଓପ୍ରବଣ  ଅଞ୍ଚଳ ହେଇଥିବାରୁ ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ତେବେ ଏହା ସତ୍ବେ ଓଡ଼ିଶା ସୀମାନ୍ତ ଛତିଶଗଡ଼ର  ଏକ ମତଦାନ କେନ୍ଦ୍ର ନିକଟରେ ଲ୍ୟାଣ୍ଡମାଇନ ବିସ୍ଫୋରଣ  କରିଛନ୍ତି ମାଓବାଦୀ।

ଛତିଶଗଡ଼ ନାରାୟଣପୁରର ପରେଶଗାଓଁ  ଅଞ୍ଚଳର ଏକ ବୁଥ ନିକଟରେ ଏହି ବିସ୍ଫୋରଣ କରାଯାଇଛି।ନିର୍ବାଚନକୁ ଭଣ୍ଡୁର କରିବା ସହ ଭୋଟରଙ୍କୁ ଭୟଭୀତ କରିବା ଲାଗି ମାଓବାଦୀମାନେ ଏଭଳି ଯୋଜନା କରିଥିବା ସନ୍ଦେହ କରାଯାଉଛି। ତେବେ ଏହି ବିସ୍ପୋରଣରେ କେହି ମୃତାହାତ  ହୋଇନଥିବା ସୂଚନା ରହିଛି। ପୂର୍ବରୁ ଛତିଶଗଡ଼ରେ ବିସ୍ଫୋରଣ ଘଟାଇ ବିଜେପିର ଜଣେ ବିଧାୟକଙ୍କୁ  ମାଓବାଦୀମାନେ ହତ୍ୟା କରିଥିଲେ। ଏହି ଘଟଣାରେ ବିଧାୟକଙ୍କ ସହିତ ଥିବା ୪ ସୁରକ୍ଷା କର୍ମୀ ମଧ୍ୟ ଶହୀଦ ହୋଇଥିଲେ।
ପଢନ୍ତୁ: ଇଭିଏମରେ ଦେଖାଦେଲା ଯାନ୍ତ୍ରିକ ତ୍ରୁଟି: ବିଳମ୍ବରେ ମତଦାନ କଲେ ମତଦାତା

Related posts

ଦେଶର ସବୁଠାରୁ ଲମ୍ବା ପୋଲ ବୋଗିବିଲ ବ୍ରିଜକୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ENO Beuro

ଆଜି ହେଉଛି ବିଶ୍ଵ ଏଡସ ଦିବସ

ENO Beuro

ଆସନ୍ତା ୨୧ରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡିଶା ବନ୍ଦ

ENO Beuro

1 comment

Leave a Comment