• Home
  • Entertainment
  • ଏଥର ନୂଆ ରୂପରେ ଦେଖିବାକୁ ପାଇବେ ଲାରା ଦତ୍ତଙ୍କୁ
Entertainment

ଏଥର ନୂଆ ରୂପରେ ଦେଖିବାକୁ ପାଇବେ ଲାରା ଦତ୍ତଙ୍କୁ

ବେଶ୍‌ କିଛି ଦିନ ବ୍ୟବଧାନରେ ଲାରା ଦତ୍ତ ପୁଣି ଗ୍ଲାମର ଲାଇନରେ ସକ୍ରିୟ ହୋଇଛନ୍ତି । ହେଲେ ଏଥର ଅଭିନୟକୁ ନ ବାଛି ନୂଆ ରୂପରେ ଆସୁଛନ୍ତି ପରଦାକୁ ।ସେ ରିଆଲିଟି ସୋ’ର ଜଜ୍‌ ହୋଇ ଆସୁଛନ୍ତି ଦର୍ଶକଙ୍କ ସାମ୍ନାକୁ । ହଁ ଏକ ନୂଆ ଡ୍ୟାନ୍ସ ରିଆଲିଟି ସୋ’ ହାଇ ଫିଭର ଡ୍ୟାନସ କା ନୟା ତେବର୍‌ ରେ ଲାରାଙ୍କୁ ମିଳିଛି ଜଜ୍‌ର ଭୂମିକା । ଏଥିରେ ସାଧାରଣ ନୃତ୍ୟ ଶିଳ୍ପୀ ଯୋଡିଙ୍କ ଡ୍ୟାନ୍ସ ପ୍ରତିଯୋଗିତା ଦେଖିବାକୁ ପାଇବେ ଦର୍ଶକ । ଏହି ଯୋଡ଼ି ମା-ପୁଅ ଝିଅ, ବାପ-ପୁଅ, ପତି-ପତ୍ନୀ ବା ଛାତ୍ର-ଶିକ୍ଷକ ହୋଇପାରନ୍ତି ।

ଏହି ସୋ’ କୁ ନେଇ ଲାରା ଦତ୍ତ ଖୁବ୍‌ ଖୁସି ଅଛନ୍ତି ।

ସେ କହନ୍ତି ଯେ ସଂପର୍କକୁ ନୂଆ ପରିଭାଷା ଦେବା ପାଇଁ ଏକ ଡ୍ୟାନ୍ସ ରିଆଲିଟି ସୋ’ର ପରିକଳ୍ପନା କରାଯାଇଛି । ଏହା ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ସେ ଆଶାବାଦୀ ।ଏଠାରେ କହିରଖୁଚୁ ଯେ ,ଏକଦା ବଲିଉଡର ଜଣେ ଟପ୍‌ ହିରୋଇନ୍‌ ଥିଲେ ଲାରା ଦତ୍ତ । ସେ ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ରାଜ୍‌ କଓ୍ଵଁର ଙ୍କ ନିର୍ଦ୍ଦେଶିତ ହିଟ୍‌ ଫିଲ୍ମ ‘ ଅନ୍ଦାଜ୍‌’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ ।

ଏହି ସିନେମାରେ ଲାରା ଦତ୍ତଙ୍କ ବିପକ୍ଷରେ ନାୟକ ଭୂମିକାରେ ଅଭିନୟ କରିଥିଲେ ଅକ୍ଷୟ କୁମାର । ଏହାପରେ ଲାରା କାଲ୍‌, ନୋ ଏଣ୍ଟ୍ରି, ଭାଗମ୍‌ଭାଗ, ପାର୍ଟନର, ହାଉସଫୁଲ୍‌ , ଡନ୍‌-୨, ସିଂହ ଇଜ୍‌ ବ୍ଲିଙ୍ଗ୍‌, ଚଲୋ ଦିଲ୍ଲୀ, ଝୁମ ବରାବର୍‌ ଝୁମ୍‌ ଓ ଡେଭିଡ୍‌ ସମେତ ବେଶ୍‌ କେତୋଟି ହିନ୍ଦୀ ସିନେମାରେ ନାୟିକା ଭୂମିକାରେ ନଜର ଆସିଛନ୍ତି ।

ତେବେ ବିବାହ ପରେ ଲାରା ବଲିଉଡରୁ ଦୂରେଇ ଯାଇଥିବା ଅଭିନେତା-ମଡେଲ୍‌ କେଲି ଦର୍ଜୀଙ୍କ ସହିତ ପ୍ରାୟ ନଅ ବର୍ଷର ଲିଭ୍‌ ଇନ୍‌ ରିଲେସନ୍‌ରେ ରହିବା ପରେ ଉଭୟଙ୍କ ମଧ୍ୟରେ ବ୍ରେକ୍‌ ଅପ୍‌ ହୋଇଥିଲା । ଲାରା ଟେନିସ ଖେଳାଳି ମହେଶ ଭୂପତିଙ୍କୁ ୨୦୧୧ ମସିହା ଫେବୃୟାରି ୧୬ ତାରିଖରେ ବିବାହ କରିଥିଲେ । ୨୦୧୨ ଜାନୁଆରିରେ ତାଙ୍କର କନ୍ୟା ଜନ୍ମ ହୋଇଥିଲେ ।

ଏଥର ନୂଆ ରୂପରେ ଦେଖିବାକୁ ପାଇବେ ଲାରା ଦତ୍ତଙ୍କୁ laradutt

ପଢନ୍ତୁ ;

ବାବା ରାମଦେବଙ୍କ ବିରୋଧରେ ଏଫଆଇଆର ଦାଖଲ ! କହିଲେ, ମୋ ବିରୋଧରେ କରାଯାଉଛି ଷଡଯନ୍ତ୍ର

Related posts

ଆଗକୁ ବକ୍ସ ଅଫିସରେ ଦେଖିବାକୁ ପାଇବେ ଏହି ୩ ସୁନ୍ଦରୀଙ୍କ ଟକ୍କର

Krishna Kumar Manoj

ଇସ୍ରାଏଲରେ ରିଲିଜ୍‌ ହେବ ସୁଶାନ୍ତଙ୍କ ଏହି ସିନେମା

Krishna Kumar Manoj

ବିଜିପୁର ନିର୍ବାଚନରେ ରାଜନେତା ଓ ଅଭିନେତାଙ୍କ ପ୍ରମୋସନକୁ ନେଇ ସୋସିଆଲ୍ ମିଡିଆରେ ପୋଷ୍ଟ ସେୟାର୍ କଲେ “ଅମ୍ଳାନ” ଜାଣନ୍ତୁ କଣ?

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More