News

ଦିଗହରା ହୋଇ ସମୂଦ୍ରକୂଳରେ ଲାଗିଲା ମାଲେସିଆ ଜାହାଜ

Untitled 1

ଚିଲିକାକୁ ପଶିଲା ବିଦେଶୀ ଜାହାଜ

ଚିଲିକା ରାଜହଂସ ନିକଟରେ ଅଟକିଛି ବିଶାଳ ମାଲବାହୀ ଜାହାଜ। ଗତକାଲିଠୁ ଚିଲିକା କୂଳରେ ଏହି ବିଶାଳ ଜାହାଜଟିକୁ ଦେଖିବାକୁ ମିଳିଛି। ଶୁକ୍ରବାର ସମୁଦ୍ରରେ ପ୍ରବଳ ଝଡ ପବନରେ ଦିଗହରା ହୋଇ ମାଲବାହୀ ଜାହାଜଟ ଚିଲିକା ଭିତରକୁ ପଶିଆସିଛି ବୋଲି କୁହାଯାଉଛି।  ଏହି ମାଲବାହୀ ଯାହାଜଟି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ  ନିକଟ ଚିଲିକା କୂଳରେ ଥିବା ଖିରି ସାହିରେ ଆସି ଲାଗିଛି ।ରାଜହଂସରେ ଲାଗିବା ପରେ ଇଞ୍ଜିନରେ ତ୍ରୁଟି କାରଣରୁ ଜାହାଜଟି ଏପର୍ଯ୍ୟନ୍ତ ଚିଲିକା ଉପକୂଳରେ ଅଟକିଛି। ଖବର ପାଇ ସ୍ଥାନୀୟ ପୋଲିସ ଓ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଯାହାଜର ସମ୍ପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରାଯିବା ପରେ ଛଡ଼ାଯିବ ବୋଲି ପୋଲିସ ସୂଚନା ଦେଇଛି ।

ସୂଚନା ମୁତାବକ, ମାଲେସିଆର ଏହି ପଣ୍ୟବାହୀ ଜାହାଜଟି ଲୁହାପଥର, ଓ ଅନ୍ୟ ଖଣିଜ ଜିନିଷ ଆଣିବାକୁ ବାଂଲାଦେଶ ଯାଉଥିବା ବେଳେ ଗୋପାଳପୁର ନିକଟରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ଇଞ୍ଜିନ୍‌ ଫ୍ୟାନରେ ଦଉଡ଼ି ଗୁଡାଇ ହୋଇଯିବାରୁ ଫ୍ୟାନ୍‌ ବନ୍ଦ ହୋଇଯିବା ସହ ଇଞ୍ଜିନ୍‌ ସିଜ୍‌ ହୋଇ ଯାଇଥିଲା। ଜାହାଜରେ ନାବିକଙ୍କ ସହିତ ୮ ଜଣ ଥିବା ବେଳେ ସେମାନଙ୍କ ମଧ୍ୟରୁ ୭ ଜଣ ମାଲେସିଆର ଏବଂ ଜଣେ ଭାରତୀୟ କର୍ମଚାରୀ ଅଛନ୍ତି। ଇଞ୍ଜିନିୟର ଓ ମେକାନିକ ଆସି ଜାହାଜର ମରାମତି କାମ କରୁଥିବା ବେଳେ ସେଠାରେ ପୁଲିସ ମୁତୟନ କରାଯାଇଛି।

ପଢନ୍ତୁ: ସ୍ୱାଭାବିକ ହେଉଛି ଜମ୍ମୁ ଓ କାଶ୍ମୀରର ସ୍ଥିତି: ସ୍କୁଲ ଖୋଲିଲା, ମସ୍‌ଜିଦରେ ନମାଜ୍ ଅନୁମତି

Related posts

ପାକର ଏଫ – ୧୬ ବିମାନ ଖସାଇଛି ଭାରତ: ଭାରତୀୟ ବାୟୁସେନାର ଅକାଟ୍ୟ ପ୍ରମାଣ

Ratnamani Moharana

ଆଜି ଲୋକସଭାରେ ଆଗତ ହେବ ତିନି ତଲାକ୍ ବିଲ୍

ENO Beuro

ସପ୍ତାହେ ପର୍ଯ୍ୟନ୍ତ ଲଗାଣ ବର୍ଷାରୁ ରାଜ୍ୟବାସୀଙ୍କୁ ନିସ୍ତାର ନାହିଁ

Ratnamani Moharana

1 comment

Leave a Comment