Loading...

ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ; ରାଜେନ୍ଦ୍ର ଲଢ଼ିବେ ନା ଓହରିବେ ସମସ୍ତଙ୍କ ନଜର

ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ; ରାଜେନ୍ଦ୍ର ଲଢ଼ିବେ ନା ଓହରିବେ ସମସ୍ତଙ୍କ ନଜର

ଧାମନଗର ଉପନିର୍ବାଚନ ପାଇଁ ଆଜି ହେଉଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ। ଆଜି ସନ୍ଧ୍ୟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଏହାପରେ ସ୍ପଷ୍ଟ ହେବ କି କିଏ କିଏ ପ୍ରାର୍ଥୀ ରହିବେ, କାହା କାହା ମଧ୍ୟରେ ହେବ ମୁକାବିଲା ।

ଧାମନଗର ଉପନିର୍ବାଚନ ପାଇଁ ଆଜି ହେଉଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ। ଆଜି ସନ୍ଧ୍ୟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଏହାପରେ ସ୍ପଷ୍ଟ ହେବ କି କିଏ କିଏ ପ୍ରାର୍ଥୀ ରହିବେ, କାହା କାହା ମଧ୍ୟରେ ହେବ ମୁକାବିଲା । ସମସ୍ତଙ୍କର ନଜର ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଉପରେ । ବିଜେଡି ବିରୋଧରେ ବିଦ୍ରୋହ କରି ନାମାଙ୍କନ ଦାଖଲ କରିଛନ୍ତି ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ । ଦଳୀୟ ଶୃଙ୍ଖଳାକୁ ମାନି ସେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ ନା ନିଜ ନିଷ୍ପତ୍ତିରେ ଅଟଳ ରହି  ସ୍ୱାଧୀନ ଭାବେ ଲଢ଼ିବେ ତାହା ଆଜି ସ୍ପଷ୍ଟ ହେବ । ତାଙ୍କୁ ମନାଇବା ପାଇଁ ବିଜେଡି ସବୁ ପ୍ରକାର ଚେଷ୍ଟା କରୁଥିବା ଜଣାପଡ଼ିଛି । ତାଙ୍କୁ ଉପନିର୍ବାଚନ କ୍ୟାମ୍ପେନ କମିଟିର ଅଧ୍ୟକ୍ଷ କରିବା, ନିର୍ବାଚନ ପରେ କୌଣସି ନିଗମର ଅଧ୍ୟକ୍ଷ କରିବା, ୨୪ରେ ଦଳୀୟ ଟିକଟ୍ ଦେବା ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବାର ଲୋଭନୀୟ ଅଫର୍  ଦିଆଯାଇଥିବା ଚର୍ଚ୍ଚା ହେଉଛି ।

ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାର ନିଷ୍ପତ୍ତିରେ ଏପର୍ଯ୍ୟନ୍ତ  ଅଟଳ ଅଛନ୍ତି ରାଜେନ୍ଦ୍ର । ଏନେଇ ସେ କହିଛନ୍ତି, କୌଣସି ଜାଗାରେ ବିକ୍ରି  ହେବାର ପ୍ରଶ୍ନ ଉଠୁନି। ମୋତେ ମୋ’ ମାଟି, ଧାମମଗର ଲୋକ କିଣି ନେଇଛନ୍ତି। ସମସ୍ତଙ୍କ ଆର୍ଶିବାଦ ଥିବାରୁ  କୌଣସି ଚାପ କାମ କରିବନି। ସେଥିପାଇଁ ବିଜୟ ସୁନିଶ୍ଚିତ ବୋଲି ଭରସା ଅଛି। ଅପରପକ୍ଷେ ଏନେଇ ବିଜେଡି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି, କାହାକୁ ମନେଇବା କି ଖୋସାମତ କରିବାର ଆବଶ୍ୟକ ନାହିଁ। ବିଜେଡି ନିଜ ଗୋଡ଼ରେ ନିଜେ ଛିଡ଼ା ହେବାକୁ ସମର୍ଥ । ରାଜେନ୍ଦ୍ର ନିଜ ନିଷ୍ପତ୍ତିରେ ଅଟଳ ରହୁଛନ୍ତି ନା ସେଥିରୁ ଓହରୁଛନ୍ତି ତାହା ଆଜି ସଂଧ୍ୟା ସୁଦ୍ଧା ଚିତ୍ର ପୁରାପୁରି ସ୍ପଷ୍ଟ ହୋଇଯିବ।  ରାଜେନ୍ଦ୍ରଙ୍କ ନିଷ୍ପତ୍ତି   ଅନେକାଂଶରେ ଧାମନଗର ଉପନିର୍ବାଚନ ଓ ବିଜେଡିକୁ ପ୍ରଭାବିତ କରିବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.