କର୍ଣ୍ଣାଟକ ନିର୍ବାଚନ : ଜାତି ନିର୍ନାୟ କରିବ ହାର୍ – ଜିତ୍ ର ଭାଗ୍ୟ !

କର୍ଣ୍ଣାଟକ ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ

ଆଜି ସରୁଛି କର୍ଣ୍ଣାଟକ ନିର୍ବାଚନ ପାଇଁ ପ୍ରଚାର । ଆଜି ସନ୍ଧ୍ୟା ସୁଦ୍ଧା ପ୍ରଚାର ଶେଷ ହେବ । ତେଣୁ ଶେଷ ଦିନରେ ଭୋଟରଙ୍କ ପାଖରେ ପହଂଚିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିବେ ତିନୋଟି ପ୍ରମୁଖ ଦଳ କଂଗ୍ରେସ, ବିଜେପି ଓ ଜେଡିଏସ । ଆଜି ଶେଷ ଦିନରେ ପ୍ରଚାରକୁ ଜୋରଦାର କରିଛନ୍ତି  ତିନି ଦଳ । କାହାର ପଲା ଭାରି ରହିବ ତାହା ନିର୍ବାଚନ ଫଳାଫଳ ପରେ ଜଣା ପଡିବ ।

ତେବେ ଏହି ୩ଟି ଯାକ ଦଳ ବିକାଶ ଓ ଭ୍ରଷ୍ଟାଚାର ନିର୍ବାଚନ ଫଳାଫଳ ନିର୍ଣ୍ଣୟ କରିବ ବୋଲି କହୁଥିଲାବେଳେ ବାସ୍ତବ ପ୍ରସଙ୍ଗ କିନ୍ତୁ ଭିନ୍ନ । କାରଣ ବର୍ତ୍ତମାନ ରାଜ୍ୟରେ ଜାତି ସମୀକରଣର ହାୱା ଦେଖିବାକୁ ମିଳିଛି । ଏହା ହିଁ ହାର ଜିତର ଭାଗ୍ୟ ନିର୍ଣ୍ଣୟ କରିବ ବୋଲି କୁହାଯାଉଛି । ଆସନ୍ତା ୧୨ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ହେଉଥିବା ବେଳେ ୧୫ ତାରିଖରେ ଭୋଟ ଗଣତି ହେବ । ଆଉ ଶେଷ ପର୍ଯ୍ୟାୟରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଆଜି ଶେଷ ଉଦ୍ୟମ କରିବେ ବିଭିନ୍ନ ଦଳ ।

ଗତକାଲି ବିଜେପି ପାଇଁ ୭ଟି ସ୍ଥାନରେ ମାରାଥନ୍ ପ୍ରଚାର କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପରେ ପୁଣି ଥରେ ସେହିଭଳି ଢଙ୍ଗରେ କଂଗ୍ରେସ ଉପରେ ବର୍ଷିଛନ୍ତି ମୋଦି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ପ୍ରଚାର କରିଛନ୍ତି । କଂଗ୍ରେସର ମଙ୍ଗ ଧରିଥିବା ରାହୁଲ-ସିଦ୍ଧରମୈୟାଙ୍କ ଯୋଡ଼ି ମଧ୍ୟ ଶେଷ ପର୍ଯ୍ୟାୟ ପ୍ରଚାର ଅଭିଯାନକୁ ଆହୁରି ଜୋରଦାର କରିଛନ୍ତି । ବାସଭନାଗୁଡିରେ ରାହୁଲ ଗାନ୍ଧୀ ଏବଂ ଚାମୁଶ୍ୱେରୀରେ ସିଦ୍ଧରମୈୟା ରୋଡ୍ ଶୋ’ କରିଥିଲେ ।

ପଢନ୍ତୁ ;

ଭୂକମ୍ପର ଝଟକା: ୬.୧ ତୀବ୍ରତାରେ ଥରିଲା ଉତ୍ତର ଭାରତ

ଆଜି ସରୁଛି କର୍ଣ୍ଣାଟକ ନିର୍ବାଚନ ପାଇଁ ପ୍ରଚାର - 90%

90%

ତେଣୁ ଶେଷ ଦିନରେ ଭୋଟରଙ୍କ ପାଖରେ ପହଂଚିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିବେ ତିନୋଟି ପ୍ରମୁଖ ଦଳ କଂଗ୍ରେସ, ବିଜେପି ଓ ଜେଡିଏସ - 88%

88%
89%

Very Good!

କର୍ଣ୍ଣାଟକ ନିର୍ବାଚନ : ଜାତି ନିର୍ନାୟ କରିବ ହାର୍ - ଜିତ୍ ର ଭାଗ୍ୟ !

ଆଜି ସରୁଛି କର୍ଣ୍ଣାଟକ ନିର୍ବାଚନ ପାଇଁ ପ୍ରଚାର । ଆଜି ସନ୍ଧ୍ୟା ସୁଦ୍ଧା ପ୍ରଚାର ଶେଷ ହେବ । ତେଣୁ ଶେଷ ଦିନରେ ଭୋଟରଙ୍କ ପାଖରେ ପହଂଚିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିବେ ତିନୋଟି ପ୍ରମୁଖ ଦଳ କଂଗ୍ରେସ, ବିଜେପି ଓ ଜେଡିଏସ । ଆଜି ଶେଷ ଦିନରେ ପ୍ରଚାରକୁ ଜୋରଦାର କରିଛନ୍ତି  ତିନି ଦଳ । କାହାର ପଲା ଭାରି ରହିବ ତାହା ନିର୍ବାଚନ ଫଳାଫଳ ପରେ ଜଣା ପଡିବ ।

No Votes Yet

You're not rated yet