ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଭାରତୀୟ ବାୟୁ ସେନା ମାର୍ଶାଲ ଅର୍ଜନ ସିଂହ ଙ୍କ ଶେଷକୃତ୍ୟ ସମ୍ପନ୍ନ

ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଭାରତୀୟ ବାୟୁ ସେନା ମାର୍ଶାଲ ଅର୍ଜନ ସିଂହ ଙ୍କ ଶେଷକୃତ୍ୟ ସମ୍ପନ୍ନ

ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଭାରତୀୟ ବାୟୁ ସେନା ମାର୍ଶାଲ ଅର୍ଜନ ସିଂହ ଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ୧୭ ଟି ତୋପ ସଲାମୀ ଓ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି  । ଏତଦବ୍ୟତିତ ତାଙ୍କୁ ଫ୍ଲାଇ ପାଷ୍ଟ ମଧ୍ୟ ଦିଆଯାଇଛି । ମାର୍ଶାଲ ଅର୍ଜନ ସିଂହଙ୍କ ସମ୍ମାନରେ ଆଜି ରାଜଧାନୀ ନୂଆ ଦିଲ୍ଲୀର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଲାଗି ଥିବା ଜାତୀୟ ପତାକାକୁ ଅର୍ଦ୍ଧ ନମିତ ରଖାଯାଇଛି ।

ଦିଲ୍ଲୀର ବରାର ସ୍କୋୟାରରେ ସକାଳେ ତାଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି । ଅର୍ଜନ ସିଂହଙ୍କୁ ଅନ୍ତିମ ଦର୍ଶନ କରିବା ପାଇଁ ବହୁ ବରିଷ୍ଠ ମନ୍ତ୍ରୀ ଓ ନେତା ସ୍ୱାୟରରେ ପହଁଚି ଥିଲେ । ବରାର ସ୍କୋୟାରରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସିଥାରମନ ପହଂଚି ମାର୍ଶଲଙ୍କୁ ଶ୍ରଦ୍ଧାଂଜଳି ଦେଇଛନ୍ତି । ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ତାଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି । ଏହାସହ ତିନି ସେନାର ମୁଖ୍ୟ ମାର୍ଶଲ ଅର୍ଜନ ସିଂହଙ୍କୁ ସମ୍ମାନ ଜଣାଇଛନ୍ତି । 

ଶନିବାର ସଂଧ୍ୟାରେ ଦିଲ୍ଲୀ ସ୍ଥିତ ସେନାର ରିସର୍ଚ୍ଚ ଆଣ୍ଡ ରେଫେରାଲ ହସ୍ପିଟାଲରେ ଆଖି ବୁଜିଥିଲେ ମାର୍ଶଲ ଅର୍ଜନ ସିଂହ । ୯୮ ବର୍ଷ ବୟସରେ ତାଙ୍କୁ ହୃଦଘାତ ହେବାରୁ ମେଡିକାଲରେ ଭର୍ତି କରାଯାଇଥିଲା । ରବିବାର ସକାଳେ ସେନାର ଆଇଆର ହସ୍ପିଟାଲରୁ ମାର୍ଶଲ ଅର୍ଜନ ସିଂହଙ୍କ ମରଶରୀରକୁ ତାଙ୍କ ବସଭବନକୁ ଅଣାଯାଇଥିଲା ।

ଏଠାରେ ଉଲ୍ଲେଖ ଯୋଗ୍ୟ,ଅର୍ଜନ ସିଂହ ୪୪ ବର୍ଷ ବୟସରେ ବାୟୁ ସେନାର ମୁଖ୍ୟ ହୋଇଥିଲେ । ୧୯୬୫ ଭାରତ-ପାକିସ୍ତାନ ଯୁଦ୍ଧରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ଏହି ସବୁ ବୀରତ୍ୱ ପାଇଁ ସେ ୫ ରାଙ୍କ୍‌ ଷ୍ଟାର ମଧ୍ୟ ପାଇଛନ୍ତି । ସିଂହ ୧୯୬୪ ଅଗଷ୍ଟ ୧ରୁ  ୧୯୬୯ ଜୁଲାଇ ୧୫ ପର୍ୟ୍ୟନ୍ତ  ଚିଫ୍ ଅଫ ଏୟାର ଷ୍ଟାଫ(ସିଏଏସ) ରହିଥିଲେ।

ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଭାରତୀୟ ବାୟୁ ସେନା ମାର୍ଶାଲ ଅର୍ଜନ ସିଂହ ଙ୍କ ଶେଷକୃତ୍ୟ ସମ୍ପନ୍ନ

ଅଧିକ ପଢନ୍ତୁ ଓଡ଼ିଆ ଅଭିନେତା ଆକାଶ ଦାସ ନାୟକ ଙ୍କ ବିଷୟରେ