News

ଭଦ୍ରକ:ଶେଷ ହେଲା ଅନ୍ତିମ ସଂସ୍କାର, ଗ୍ରାମବାସୀଙ୍କ ଆଖିରୁ ଶୁଖି ନାହିଁ ଲୁହ

ଭଦ୍ରକରେ ଟ୍ରକ୍ ମାଡ଼ି ୫ଜଣ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଗତକାଲି ବିଳମ୍ବିତ ରାତିରେ ୪ ଜଣଙ୍କ ଅନ୍ତିମ ସଂସ୍କାର କରାଯାଇଛି। ୩ଜଣ ଛାତ୍ରଛାତ୍ରୀଙ୍କ ଶେଷକୃତ୍ୟ ସେମାନଙ୍କ ଗାଁରେ କରାଯାଇଥିବା ବେଳେ ଜଣଙ୍କ ଅନ୍ତିମ ସଂସ୍କାର ପୁରୀରେ ସମ୍ପନ୍ନ ହୋଇଛି। ଅନ୍ୟଜଣଙ୍କ ଦାହ ସଂସ୍କାର ଆଜି ହେବ। ଗ୍ରାମରେ ଶୋକାକୁଳ ପରିସ୍ଥିତି ଲାଗିରହିଛି। ନିଜ ସନ୍ତାନ ମାନଙ୍କୁ ହରାଇ ବାପାମାଆ ଶୋକରେ ଆତ୍ମହରା ହୋଇ ପଡିଛନ୍ତି।

ଅନ୍ୟ ପକ୍ଷରେ ରାଣୀତାଲ ହାଇସ୍କୁଲରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପ୍ରାର୍ଥନା ସଭାରେ ଶୋକ ପାଳନ କରିଛନ୍ତି। ମୃତ ଛାତ୍ରଛାତ୍ରୀଙ୍କ ଉଦେଶ୍ୟରେ ଆଜି ଦିନକ ପାଇଁ ସ୍କୁଲ ଛୁଟି ଘୋଷଣା କରି ଦିଆଯାଇଛି। ମୃତକଙ୍କ ସହପାଠି ମାନଙ୍କ ଆଖିରୁ ଲୁହ ଶୁଖି ନାହିଁ। ସମସ୍ତେ ଶୋକ ପ୍ରକାଶ କରି ସ୍କୁଲରୁ ଘରକୁ ଫେରିଛନ୍ତି।

ସୂଚନାଯୋଗ୍ୟ,ସ୍କୁଲ ଛୁଟି ପରେ ପିଲାମାନେ ଘରକୁ ଫେରୁଥିଲେ। ଜାତୀୟ ରାଜପଥ ଅତିକ୍ରମ କରୁଥିବା ବେଳେ ମାଡ଼ିଗଲା ୧୦ ଚକିଆ ଟ୍ରକ୍‌। ଘଟଣାସ୍ଥଳରେ ୫ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୪ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି।ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଭଦ୍ରକ ଜିଲ୍ଲା ରାଣୀତାଲର ରାହାଞ୍ଜ ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥ ଉପରେ। ବାଲେଶ୍ୱର ଆଡ଼ୁ ଆସୁଥିବା ଏକ ଧାନ ବୋଝେଇ ୧୦ ଚକିଆ ଟ୍ରକ୍‌ ମାଡ଼ିଯିବାରୁ ୩ ଛାତ୍ରୀ ପ୍ରିୟମ୍ବଦା ମହାନ୍ତି, ଶ୍ୱେତା ସାହୁ, କଳ୍ପନା ଜେନା ଏବଂ ୨ ଛାତ୍ର ସୁକାନ୍ତ ସାହୁ ଓ ସତ୍ୟବ୍ରତ ବାରିକଙ୍କ ଜୀବନଦୀପ ଅକାଳରେ ଲିଭିଯାଇଛି। ଆହତମାନଙ୍କ ମଧ୍ୟରେ ଅଛନ୍ତି ଅଷ୍ଟମ ଶ୍ରେଣୀର ଛାତ୍ରୀ ଶୀତଲ ଶାହା, ନବମ ଶ୍ରେଣୀର ଛାତ୍ରୀ ବର୍ଷାରାଣୀ ମହାନ୍ତି, ପ୍ରଭାତ ନାୟକ, ଉର୍ବଶୀ ସାହୁ, ଦୀପ୍ତିରେଖା ସାହୁ ଓ ରଂଜିତା ଜେନା। ଏହି ଦୁର୍ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବାବେଳେ ହଜାର ହଜାର ଉତ୍ତ୍ୟକ୍ତ ଜନତା ଶବ ରଖି ଜାତୀୟ ରାଜପଥକୁ ଅବରୋଧ କରିଥିଲେ।

ପଢନ୍ତୁ; ପାଣିରେ ଲୁଣ ମିଶାଇ ପିଇଲେ କଣ ଲାଭ ମିଳିଥାଏ ଜାଣନ୍ତୁ

Related posts

Elephant Census Report – The Elephant Population In Odisha Has Increased

ENO Beuro

ନିଜସ୍ଵ ଖାଦ୍ୟ ସୁରକ୍ଷା ଯୋଜନାକୁ କ୍ୟାବିନେଟ ମୋହର:ଅତିରିକ୍ତ ୨୫ ଲକ୍ଷ ଲୋକଙ୍କୁ ଟଙ୍କିକିଆ ଚାଉଳ

ENO Beuro

ଜାମିନରେ ଆସିପାରନ୍ତି କେନ୍ଦ୍ରପଡାର ସାରଥିବାବା

Ratnamani Moharana

1 comment

Leave a Comment