LIFESTYLE

ବିଳମ୍ବରେ ରାତ୍ରିଭୋଜନ କରୁଛନ୍ତି କି ? ତେବେ ଆସନ୍ତୁ ଜାଣିବା ଏହାର ସାଇଡ ଇଫେକ୍ଟ

By Krishna Kumar Manoj

February 08, 2018

ଆଜିକାଲି ପ୍ରାୟ ଲୋକ ସ୍ୱାସ୍ଥ୍ୟକୁ ନେଇ ସଚେତନ ଥିବାରୁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି, ଯାହା ତାଙ୍କ ସ୍ୱାସ୍ଥ୍ୟ ପାଇଁ ଖୁବ ଭଲ । କିଛି ଲୋକ ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବା ଭୁଲି ଯାଆନ୍ତି, ଏବଂ ଅନ୍ୟ କେତେକ ବିଳମ୍ବରେ ଖାଇ ଥାଆନ୍ତି । ଏକ ରିପୋର୍ଟ ଅନୁସାରେ ଏହାର ସବୁଠାରୁ ବଡ଼ ସାଇଡ ଇଫେକ୍ଟ ରହିଛି ।

ବିଳମ୍ବତ ରାତ୍ରିରେ ରାତ୍ରିଭୋଜନ କାଲେ କ’ଣ ହୁଏ ଜାଣନ୍ତୁ

ଯଦି ଆପଣ ବିଳମ୍ବରେ ଖାଉଛନ୍ତି ତେବେ ଏହାର ପ୍ରଭାବ ଆପଣଙ୍କ ପାଚନ କ୍ରିୟା ଉପରେ ପଡିବ ।ଯାହା ଦ୍ଵାରା ଆପଣଙ୍କ ଜଳାପୋଡ଼ା,ଏସିଡିଟି ବ୍ୟତୀତ ଅଲ୍ସର ଏବଂ କ୍ୟାନ୍ସର ଭଳି ସମସ୍ୟା ହୋଇଥାଏ । ବିଳମ୍ବତ ରାତ୍ରିରେ ରାତ୍ରିଭୋଜନ କରିବା ଦ୍ୱାରା ଶରୀରରେ ଫ୍ୟାଟ ଜମା ହୁଏ, ଏବଂ ମୋଟାପଣ ବଢିଥାଏ ।

ବିଳମ୍ବିତ ରାତ୍ରିରେ ଖାଇବା ଦ୍ଵାରା ରାତିରେ ଭଲ ନିଦ ଆସେ ନାହିଁ । ଏହାର ପ୍ରଭାବ ଆପଣଙ୍କ ମସ୍ତିସ୍କ ଉପରେ ପଡି ଥାଏ । ଯାହା ଦ୍ଵାରା ଆପଣ ମାନସିକ ରୋଗରେ ଆକ୍ରାନ୍ତ ହୋଇ ପାରନ୍ତି ।ବିଳମ୍ବରେ ଖାଇବା ଦ୍ୱାରା ପାଚନ କ୍ରିୟା ଧୀରେ ଧୀରେ ହୋଇଥାଏ, ଏବଂ ଏସିଡିଟି ହୁଏ ।

ବିଳମ୍ବରେ ଖାଇବା ଦ୍ୱାରା ଶରୀରରେ ମେଟାବୋଲିଜିମ ପ୍ରକ୍ରିୟା ଠିକ ଭାବରେ କାମ କରି ନଥାଏ । ଏହାଦ୍ୱାରା ସୁଗାର ସ୍ତର ବଢିପାରେ ଏବଂ ମଧୁମେହ ହୋଇପାରେ । ଏସିଡ ରିପ୍ଲେସ ହେବା ଦ୍ୱାରା ନଳୀ ଉପରେ କୁପ୍ରଭାବ ପଡ଼ିଥାଏ ଏବଂ ଖାଦ୍ୟନଳୀରେ କର୍କଟ ହୋଇପାରେ ।

ତେଣୁ ଖାଇବାର ଦୁଇ ଘଣ୍ଟା ପରେ ଶୋଇବା ଉଚିତ । ଖାଇବା ପରେ କିଛି ସମୟ ଚାଲିବ ଉଚିତ । ଯଦି ଆପଣ ବିଳମ୍ବରେ ଖାଇବେ ଚାଲିବେ କେତେବେଳେ ଶୋଇବେ କେତେବେଳେ । ବିଳମ୍ବିତ ରାତିରେ ଖାଇବା ଓ ଶୋଇବା ଦ୍ଵାରା ବ୍ଲଡ ପ୍ରେସର ହୋଇ ପାରେ ।

ପଢନ୍ତୁ ;

ଭାରତୀୟ ଦଳର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀଙ୍କ ନୂଆ ରେକର୍ଡ