News

ଦୁର୍ବଳ ହେଲା ଲଘୁଚାପ, ରଥଯାତ୍ରାରେ ଶୁଖିଲା ପାଗ ପୁଣି ୬ରୁ ରାଜ୍ୟବ୍ୟାପୀ ପ୍ରବଳ ବର୍ଷା

Dt

ଲଘୁଚାପ ୱେଲୋମାର୍କ ଲୋ ପ୍ରେସରରେ ପରିଣତ

Untitled 1

ଦୁର୍ବଳ ହେଲା ଲଘୁଚାପ । ଆସନ୍ତା ୬ ତାରିଖ ଯାଏ ରାଜ୍ୟରେ ବର୍ଷା ନଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୱେଲୋମାର୍କ ଲୋ ପ୍ରେସରରେ ପରିଣତ ହୋଇଛି । ଏହା ଏବେ ଛତିଶଗଡ଼ ଓ ଉତ୍ତର ପଶ୍ଚିମ ଓଡ଼ିଶା ଉପରେ ଅଛି। ଏହାର ପ୍ରଭାବରେ ରାଜ୍ୟରେ କାଁ ଭାଁ ବର୍ଷା ହୋଇପାରେ।

ମହାପ୍ରଭୁଙ୍କ ଘୋଷଯାତ୍ରାରେ ଶୁଖିଲା ରହିବ ପାଗ !

333

ଜୁଲାଇ ୪ରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଏପଟେ ଲଘୁଚାପ ଏବେ ଦୁର୍ବଳ। ତେବେ ପୂର୍ବଭଳି ତାତି ଅନୁଭୂତ ହେବ ନାହିଁ। ପୁରୀ ସମେତ ଉପକୂଳ ଓଡ଼ିଶାରେ କୋହଲା ପାଗ ରହିବ। ଦିନର ତାପମାତ୍ରା ୩୫ ଡିଗ୍ରି  ଭିତରେ ରହିବ।  ପାଗ ଶୁଖିଲା କାରଣରୁ ଭକ୍ତମାନେ ସୂଚାରରୂପେ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ଦର୍ଶନ କରିପାରିବେ ।

 

ଆସନ୍ତା ୬ରୁ ପୁଣି ରାଜ୍ୟବ୍ୟାପୀ ପ୍ରବଳ ବର୍ଷା ସମ୍ଭାବନା

Rain

ପାଣିପାଗ ବିଭାଗର ଆକଳନ କହୁଛି, ଆସନ୍ତା ୨୪ ଘଣ୍ଟା ଭିତରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା କମିବ । ତେବେ ପଶ୍ଚିମ ଓଡିଶାରେ ପ୍ରବଳ ବର୍ଷା ହେବ ।  ତେବେ ଜୁଲାଇ ୬ ତାରିଖରୁ ପୁଣି ରାଜ୍ୟବ୍ୟାପୀ ପ୍ରବଳ ବର୍ଷା   ହେବ । ଏନେଇ ଆକଳନ କରିଛି ପାଣିପାଗ ବିଭାଗ । ତେବେ ରାଜ୍ୟର କିଛି ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରାଯାଉଛି।

ପଢନ୍ତୁ: ମଝି ଆକାଶରୁ ଖସି ପଡିଲା ତେଜସ୍ ବିମାନର ତେଲ ଟାଙ୍କି

Related posts

ନିଶା କାରବାର ଅଭିଯୋଗରେ ମାଲାୟାଲମ ଅଭିନେତ୍ରୀ ଗିରଫ 

ENO Beuro

ଡିଆରଡିଓକୁ ବଡ଼ ସଫଳତା; ହାଇପରସୋନିକ ଟେକ୍ନୋଲୋଜି ଡେମନଷ୍ଟ୍ରେଟର ଭେହିକଲ୍‌ର ସଫଳ ପରୀକ୍ଷଣ

Ratnamani Moharana

ପୁଲିସ-ବାଲି ମାଫିଆଙ୍କ ଅସାଧୁ ମେଣ୍ଟ : ସାମ୍ବାଦିକଙ୍କୁ ଡମ୍ପର ମଡ଼ାଇ ହତ୍ୟା

ENO Beuro

Leave a Comment