News

ଉପଗ୍ରହ “ଆଇଆରଏନଏସଏସ-୧ଏଚ” କୁ ଭାରତ ପ୍ରଥମ ଥର ପାଇଁ ଇସ୍ରୋ ଉତକ୍ଷେପଣ କରିବ

ଉପଗ୍ରହ ଆଇଆରଏନଏସଏସ-୧ଏଚ କୁ ଭାରତ ପ୍ରଥମ ଥର ପାଇଁ ଇସ୍ରୋ ଉତକ୍ଷେପଣ କରିବ

ଆଜି ଉପଗ୍ରହ ଆଇଆରଏନଏସଏସ-୧ଏଚ କୁ ଭାରତ  ପ୍ରଥମ ଥର ପାଇଁ ଇସ୍ରୋ ଉତକ୍ଷେପଣ କରିବ । କାରଣ ପ୍ରଥମ ଥର ଲାଗି କୃତ୍ରିମ ଉପଗ୍ରହ ନିର୍ମାଣ ଏବଂ ପରୀକ୍ଷଣରେ କୌଣସି ଘରୋଇ ସଂସ୍ଥାନ ସକ୍ରିୟ ଭୂମିକା ଗ୍ରହଣ କରିଛି। ପୂର୍ବରୁ ଘରୋଇ ସଂସ୍ଥାନର ଭୂମିକା ଥିଲା କେବଳ ଭାରତର କୃତ୍ରିମ ଉପଗ୍ରହ ଓ ରକେଟ୍‌ ନିମନ୍ତେ ଯନ୍ତ୍ରାଂଶ ତିଆରି କରି ଯୋଗାଇବା।

ସନ୍ଧ୍ୟା ୬. ୬୯ ମିନିଟ୍‌ରେ ଶ୍ରୀହରିକୋଟାସ୍ଥିତ ସତିଶ ଧାଓ୍ଵନ୍‌ ସ୍ପେସ୍‌ ସେଣ୍ଟର୍‌ର ଦ୍ୱିତୀୟ ଲଞ୍ଚ୍‌ ପ୍ୟାଡ୍‌ରୁ ୧, ୪୨୫ କି. ଗ୍ରା. ଓଜନବିଶିଷ୍ଟ ଆଇଆରଏନଏସଏସ-୧ଏଚ କୁ ବିଶ୍ୱସ୍ଥ ଉତ୍‌କ୍ଷେପଣ ଯାନ ପିଏସ୍‌ଏଲ୍‌ଭି-ଏକ୍ସ୍‍ଏଲ୍‌ ଯୋଗେ ଉତ୍‌କ୍ଷେପଣ କରାଯିବ।   ଏହା ହେଉଛି ରିଜିଓନାଳ ନାଭିଗେସନ ସେଟଲାଇଟ ସିଷ୍ଟମର ଏହା ହେଉଛିର ୮ମ ଉପଗ୍ରହ ।

ଇସ୍ରୋ ବିଜ୍ଞାନୀମାନଙ୍କ ତତ୍ତ୍ୱାବଧାନରେ ବେଙ୍ଗାଲୁରୁର ଆଲ୍‌ଫା ଡିଜାଇନ୍‌ ଟେକ୍‌ନୋଲଜିସ୍‌ ସଫଳାତର ସହ ‘ଆଇଆର୍‌ଏନ୍‌ଏସ୍‌ଏସ୍‌-୧ଏଚ୍‌’ର ୨୫% କାର୍ଯ୍ୟ ସମାପନ କରିଥିଲେ।

ଏହି ଉପଗ୍ରହକୁ ଦେଶର ୬ଟି କମ୍ପାନୀର ୭୦ଜଣ ଇଞ୍ଜିନିୟର ପ୍ରସ୍ତୁତ କରିଛନ୍ତି । ସେଥିପାଇଁ ଆଜିର ଦିନଟି ଭାରତୀୟ ଅନ୍ତରୀକ୍ଷ ଇତିହାସରେ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ । ୧୪ଶହ ୨୦କୋଟି ଟଙ୍କା ବ୍ୟୟରେ ଏହି ଉପଗ୍ରହ ନିର୍ମାଣ କରାଯାଇଛି । ଏୟାରଫୋର୍ସର ଲଢୁଆ ବିମାନରେ ଜିପିଏସ ସିଷ୍ଟମ ବଦଳରେ ଆଇଆରଏନଏସଏସ ସିଷ୍ଟମ ଖଞ୍ଜିବାକୁ ପ୍ରସ୍ତୁତ ହେଉଥିବା ଜଣାପଡିଛି ।

ଇସ୍ରୋ ଚେୟାର୍‌ମ୍ୟାନ୍‌ ଏ ଏସ୍‌ କିରଣ କୁମାର କହିଛନ୍ତି: ପ୍ରଥମ ଥର ଲାଗି ଏକ ଘରୋଇ ସଂସ୍ଥାନ ଗୋଟିଏ କୃତ୍ରିମ ଉପଗ୍ରହ ଖଞ୍ଜିବାରେ ଭୂମିକା ଗ୍ରହଣ କରିଛି। ଆଗକୁ ଆମେ ଅଧିକରୁ ଅଧିକ ଘରୋଇ ସଂସ୍ଥାନଗୁଡ଼ିକୁ କୃତ୍ରିମ ଉପଗ୍ରହ ନିର୍ମାଣ କାର୍ଯ୍ୟରେ ସମ୍ପୃକ୍ତ କରିବୁ।

ଉପଗ୍ରହ ‘ଆଇଆରଏନଏସଏସ-୧ଏଚ’ କୁ ଭାରତ ପ୍ରଥମ ଥର ପାଇଁ ଇସ୍ରୋ ଉତକ୍ଷେପଣ କରିବ

ନୂଆ ପୁଲିସ ଡ଼ିଜିପି ଡଃ ରାଜେନ୍ଦ୍ର ପ୍ରସାଦ ଶର୍ମା

Related posts

୧୯ରେ ଶପଥ ନେବେ ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀ

ENO Beuro

High Performance Athletics Academy At Kalinga Stadium

ENO Beuro

ସିସିଟିଭିରେ ସୁନ୍ଦରୀ ଲୁଟେରା,ଜୁଏଲାରୀ ଦୋକାନରୁ ୨ ମୁଦି ଲୁଟିନେଲେ

ENO Beuro

Leave a Comment