Loading...

ଥଣ୍ଡା, କାଶ,କଫକୁ ଦୂରେଇ ଦିଏ ପିଜୁଳି ପତ୍ର

ଥଣ୍ଡା, କାଶ,କଫକୁ ଦୂରେଇ ଦିଏ ପିଜୁଳି ପତ୍ର

ଶୀତଦିନ ଆରମ୍ଭ ହେବା ଯୋଗୁଁ ଅନେକ ଲୋକଙ୍କୁ ଥଣ୍ଡା, କାଶ ଓ କଫ ଭଳି ସମସ୍ୟା ସୃଷ୍ଟି ହୋଇଥାଏ।ସେଥିରୁ ବଞ୍ଚିତ ହେବାପାଇଁ ଆପଣ ଗରମ ଜିନିଷ ଗୁଡ଼ିକ ସେବନ କରି ଥାଆନ୍ତି।

ଶୀତଦିନ ଆରମ୍ଭ ହେବା ଯୋଗୁଁ ଅନେକ ଲୋକଙ୍କୁ ଥଣ୍ଡା, କାଶ ଓ କଫ ଭଳି ସମସ୍ୟା ସୃଷ୍ଟି ହୋଇଥାଏ।ସେଥିରୁ ବଞ୍ଚିତ ହେବାପାଇଁ ଆପଣ ଗରମ ଜିନିଷ ଗୁଡ଼ିକ ସେବନ କରି ଥାଆନ୍ତି।ଏହାଦ୍ବାରା ଆପଣଙ୍କର ଗ୍ୟାସ ଏସିଡିଟି ଓ କବଜ ଭଳି ସମସ୍ୟା ମଧ୍ୟ ଉତ୍ପନ୍ନ ହୋଇଯାଇ ଥାଏ।ଥଣ୍ଡା, କାଶ ଓ କଫ ଭଳି ସମସ୍ୟା ଠାରୁ ବଞ୍ଚିତ ହେବା ପାଇଁ ଆଜି ଆମେ ଆପଣ ମାନଙ୍କୁ ଗୋଟେ ଚମତ୍କାର ଘରୋଇ ଉପାୟ ବିଷୟରେ କହିବାକୁ ଯାଉଛୁ। ଆସନ୍ତୁ ସେହି ବିଷୟରେ ଜାଣିବା।

ଥଣ୍ଡା, କାଶ ଓ କଫ ସମସ୍ୟା ଦେଖାଦେଲେ, ଅଧିକାଂଶ ଲୋକେ କାଢା ବା ଗରମ ଜିନିଷର ସେବନ କରିଥାନ୍ତି।ଏହାଦ୍ବାରା ପେଟ ଗରମ ମଧ୍ୟ ହୋଇଯାଇଥାଏ।କିନ୍ତୁ ସାଙ୍ଗମାନେ ପିଜୁଳି ପତ୍ର ସେବନ କଲେ, ଖୁବ୍ ଶୀଘ୍ର ଆପଣଙ୍କୁ ଥଣ୍ଡା, କଫ ଓ କାଶରୁ ମୁକ୍ତି ମିଳିଯିବ।

ପିଜୁଳି ପତ୍ରରେ ଭରପୁର ପରିମାଣରେ ଭିଟାମିନ ସି ଓ ଆଇରନ ଥାଏ।ଯଦି ଆପଣଙ୍କର ଥଣ୍ଡା, କାଶ ଭଳି ସମସ୍ୟା ଉତ୍ପନ୍ନ ହେଉଛି, ତାହେଲେ ଏହି ପତ୍ରର ଚାହା ବନେଇ ସେବନ କରନ୍ତୁ। ଦେଖିବେ ଖୁବ୍ ଶୀଘ୍ର ଆପଣଙ୍କୁ ଏହାର ଉତ୍ତମ ପରିଣାମ ପ୍ରାପ୍ତ ହେବ।

ଯଦି ଆପଣଙ୍କ ଛାତିରେ କଫ ଜମି ରହିଛି, କାଶ ହେଉଛି ବା ଆପଣଙ୍କୁ ଥଣ୍ଡା ହେଉଛି, ତାହେଲେ ଏଥିରୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତି ପାଇବା ପାଇଁ ପିଜୁଳି ପତ୍ରର ସେବନ କରନ୍ତୁ।କାରଣ ପିଜୁଳି ପତ୍ରରେ ଆଣ୍ଟି ଅକ୍ସିଡେଣ୍ଟ, ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରହିଛି। ଏହାସହିତ ଏଥିରେ ଫାଇବର ମଧ୍ୟ ପ୍ରଚୁର ପରିମାଣରେ ଭରି ରହିଛି। ଏହାକୁ ସେବନ କଲେ ଆପଣଙ୍କ ଶରୀରର ଖୁବ୍ ଶୀଘ୍ର ପ୍ରଭାବ ପକାଇବ।

ଯଦି ଆପଣଙ୍କର ଅନ୍ୟକିଛି ସମସ୍ୟା ଦେଖା ଦେଉଛି, ଯେପରି ଝାଡ଼ା ସମସ୍ୟା, ଆଖି ସମସ୍ୟା ବା କେଶ ଝଡ଼ା ସମସ୍ୟା, ବେକ ଫୁଲିବା, ନାକରୁ ପାଣି ପଡ଼ିବା ଆଦି ସମସ୍ୟାର ନିବାରଣ କରିବା ପାଇଁ ୪ ରୁ ୫ଟି ପିଜୁଳି ପତ୍ର ନେଇ ଏହାକୁ ପାଣିରେ ପକାଇ ଭଲ ଭାବେ ଫୁଟାଇ ଦିଅନ୍ତୁ।ଫୁଟିବା ସମୟରେ ଏଥିରେ ୪ ରୁ ୫ଟି ଗୋଲମରିଚ ଓ ଲବଙ୍ଗ ମଧ୍ୟ ପକାଇ ଦିଅନ୍ତୁ। ତାପରେ ଏହାକୁ ଛାଣି ଏହାର ସେବନ କରନ୍ତୁ। ଏହାକୁ ଥଣ୍ଡା ଛାଡ଼ିବା ପର୍ଯ୍ୟନ୍ତ ଦିନକୁ ତିନିଥର ଲେଖାଏଁ ସେବନ କରନ୍ତୁ। ଦେଖିବେ ଆପଣଙ୍କୁ ସମ୍ପୂର୍ଣ୍ଣ ରୂପରେ ଆରାମ ମିଳିବ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.