Loading...

ରାଜଧାନୀରେ ସାର୍ବଜନୀନ ପୂଜା ପାଇଁ ଗ୍ରାଉଣ୍ଡ୍‌ ରେଣ୍ଟ୍‌ ନେବନି BMC

ରାଜଧାନୀରେ ସାର୍ବଜନୀନ ପୂଜା ପାଇଁ ଗ୍ରାଉଣ୍ଡ୍‌ ରେଣ୍ଟ୍‌ ନେବନି  BMC

ଚଳିତ ବର୍ଷ ପାର୍ବଣ ସମୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ହେଉଥିବା ବିଭିନ୍ନ ସାର୍ବଜନୀନ ପୂଜା ମଣ୍ଡପ ପାଇଁ ଗ୍ରାଉଣ୍ଡ୍‌ ରେଣ୍ଟ୍‌ ଛାଡ଼ କରାଯାଇଛି।

ଚଳିତ ବର୍ଷ ପାର୍ବଣ ସମୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ହେଉଥିବା ବିଭିନ୍ନ ସାର୍ବଜନୀନ ପୂଜା ମଣ୍ଡପ ପାଇଁ ଗ୍ରାଉଣ୍ଡ୍‌ ରେଣ୍ଟ୍‌ ଛାଡ଼ କରାଯାଇଛି। କେବଳ ଗଣେଶ ପୂଜା ନୁହେ ଦୁର୍ଗା ପୂଜା, କାଳୀ ପୂଜା, ଲକ୍ଷ୍ମୀ ପୂଜା ଓ କାର୍ତ୍ତିକେଶ୍ୱର ପୂଜା ପାଇଁ ବିଏମ୍‌ସି ଗ୍ରାଉଣ୍ଡ୍‌ ରେଣ୍ଟ୍‌ ଆଦାୟ କରିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। 

ସୂଚନାନୁସାରେ, ବିଭିନ୍ନ ପୂଜା ସମିତି ଓ ସ୍ଥାନୀୟ ବିଧାୟକମାନଙ୍କ ଅନୁରୋଧ କ୍ରମେ ଜନସାଧାରଣଙ୍କ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭାବନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଏହି ଘୋଷଣା ବଳରେ ବିଏମ୍‌ସି ଅଞ୍ଚଳରେ ସରକାରୀ ଜାଗାରେ ହେଉଥିବା ମଣ୍ଡପ ପାଇଁ ଅନୁଷ୍ଠାନମାନଙ୍କୁ ଗ୍ରାଉଣ୍ଡ୍‌ ରେଣ୍ଟ୍‌ ଦେବାକୁ ପଡ଼ିବ ନାହିଁ। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.