News

ତୁରନ୍ତ ଟ୍ରିପୋଲି ଛାଡ଼ିବାକୁ ପ୍ରବାସୀ ଭାରତୀୟଙ୍କୁ ଅନୁରୋଧ କଲେ ସୁଷମା ସ୍ଵରାଜ

ଲିବିୟାର ପୂର୍ବତନ ସେନା ଅଧିକାରୀ ଖଲିଫା ହଫତାର  ବିଦ୍ରୋହ କରିବା ସହିତ ବର୍ତ୍ତମାନର ସରକାରଙ୍କୁ କ୍ଷମତାଚ୍ୟୁତ କରିବାର ପ୍ରୟାସରେ ଥିଲାବେଳେ ବିଭିନ୍ନ ଗୋଷ୍ଠୀ ରାଜଧାନୀ ତ୍ରିପୋଲି ଉପରେ କବବ୍ଜା କରିବାକୁ ଚେଷ୍ଟା କରୁଛନ୍ତି। ସେଠାରେ ଦିନକୁ ଦିନ ପରିସ୍ଥିତି ବିଗିଡିବାରେ ଲାଗିଛି। ଗତ ୨ ସପ୍ତାହରେ ଏଠାରେ ସଂଘଟିତ ସଂଘର୍ଷରେ ୨୦୦ରୁ ଊର୍ଦ୍ଧ୍ୱ ଲୋକ  ପ୍ରାଣ ହରାଇସାରିଲେଣି। ଏଠାରେ ବସବାସ କରୁଥିବା ୫୦୦ରୁ ଊଦ୍ଧ୍ଁ ପ୍ରବାସୀ ଭାରତୀୟ ତୁରନ୍ତ ଏହି ସ୍ଥାନ ଛାଡ଼ିବାକୁ ସତର୍କବାଣୀ  ଦେଇଛନ୍ତି କେନ୍ଦ୍ର ବୈଦେଶିକ ମନ୍ତ୍ରୀ।

ସେଠାରେ ଫସି ରହିଥିବା ନାଗରିକଙ୍କୁ ତୁରନ୍ତ ଲିବୀୟା ଛାଡି ଭାରତ ଫେରିବାକୁ କହିଛନ୍ତି ସୁଷମା। ନଚେତ ସେମାନେ ସେଠାରେ ଫସିଯିବେ ଏବଂ ପରେ ସେମାନଙ୍କୁ ଉଦ୍ଧାର କରିବା ସମ୍ଭବପର ହେବନାହି । ବର୍ତ୍ତମାନ ସ୍ଥିତି ବିଗୁଡ଼ୁଥିଲେ ମଧ୍ୟ ବିମାନ ଚଳାଚଳ ଚାଲୁ  ରହିଥିବାରୁ ଏବେ ମଧ୍ୟ ଏହି ସ୍ଥାନ ଛାଡ଼ିବାର ସୁଯୋଗ ରହିଛି। ଯେଉଁମାନଙ୍କର ସମ୍ପର୍କୀୟ ଓ ବନ୍ଧୁବାନ୍ଧବ  ଅଛନ୍ତି ସେମାନଙ୍କୁ ଲିବୀୟା ଛାଡିବାକୁ କହିବାକୁ ସେ ଅନୁରୋଧ କରିଛନ୍ତି।
ପଢନ୍ତୁ: ରାହୁଲ ଗାନ୍ଧି ଭାରତର ନା ବ୍ରିଟେନର ନାଗରିକ?

Related posts

ପିସିସି ପଦରୁ ଇସ୍ତଫା ଦେଲେ ନିରଞ୍ଜନ ପଟ୍ଟନାୟକ

Ratnamani Moharana

ଟ୍ରମ୍ପ ଟାଓ୍ଵାରରେ ଅଗ୍ନିକାଣ୍ଡ,୨ ଗୁରୁତର ଆହତ

ENO Beuro

ଆଜି ଗୃହ କମିଟି ଆଗରେ ହାଜର ହେବେ ଅଭିଜିତ ଆୟାର

ENO Beuro

1 comment

Leave a Comment