EnewsOdia.Com

ହେଲିକପ୍ଟର ଦୁର୍ଘଟଣାରେ ବାସ୍କେଟ୍‌ବଲ୍ ଲେଜେଣ୍ଡ୍‌ କୋବେ ବ୍ରାଏଣ୍ଟ ଓ ତାଙ୍କ ଝିଅଙ୍କ ସମେତ ୯ ମୃତ

ହେଲିକପ୍ଟର ଦୁର୍ଘଟଣାରେ ଜୀବନ ହାରିଲେ ବାସ୍କେଟ ବଲ କିମ୍ବଦନ୍ତୀ କୋବେ ବ୍ରାଏଣ୍ଟ । ରବିବାର ଦିନ ଆମେରିକାର ଲସ୍ ଏଞ୍ଜେଲସ ପାହଡରେ ହେଲିକପ୍ଟର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ମଧ୍ୟ ବ୍ରାଏଣ୍ଟଙ୍କ ୧୩ ବର୍ଷର ଝିଅ ପ୍ରାଣ ହରାଇଥିବା ଜଣାପଡିଛି। ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଛି। କୋବିଙ୍କ ଏହା ବ୍ୟକ୍ତିଗତ ହେଲିକପ୍ଟର ଥିଲା । ଘଟଣା ବାବଦରେ ଜଣାପଡ଼ିବା ପରେ କୋବିଙ୍କ ପ୍ରଶଂସକମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ହେଲିକପ୍ଟରରେ ଯେତେ ଲୋକ ଥିଲେ, ଆଉ କେହି ବଞ୍ଚି ନାହାନ୍ତି । ହେଲିକପ୍ଟରର ଆକାଶରେ ଉଡୁଥିବା ବେଳେ ସେଥିରେ ନିଆଁ ଲାଗିଯାଇଥିଲା । ଯାହା ଫଳରେ ଆକାଶରୁ ତଳକୁ ଖସିପଡିଲା ହେଲିକପ୍ଟର । ତେବେ ହେଲିକପ୍ଟରରେ ନିଆଁ କେମିତି ଲାଗିଲା, ତାହା ସ୍ପଷ୍ଟ ହୋଇପାରି ନାହିଁ । ଅଧିକାରୀମାନେ ଦୁର୍ଘଟଣାର ତଦନ୍ତ କରୁଛନ୍ତି ।

ପଢନ୍ତୁ: ଉଦ୍‌ଘାଟିତ ହେଲା ଆଦିବାସୀ ମେଳା ୨୦୨୦

 

 

ସମ୍ବନ୍ଧିତ ଖବର

ବିନୟର ରାଜକ୍ଷମା ଆବେଦନ ଖାରଜ କଲେ ରାଷ୍ଟ୍ରପତି

Ratnamani Maharana

ନିର୍ଭୟା ଦୋଷୀଙ୍କ କ୍ୟୁରେଟିଭ୍‌ ପିଟିସସନ୍‌ ଦାଖଲ

Ratnamani Maharana

ପାର୍ବତ୍ୟାଞ୍ଚଳକୁ ବଳିଗଲା ଦିଲ୍ଲୀ ଶୀତ

Ratnamani Maharana

କରୋନା ଆକ୍ରାନ୍ତଙ୍କ ସହାୟତା ଲାଗି ସାହାଯ୍ୟର ହାତ ବଢ଼ାଇଲା ଭାରତ

Ratnamani Maharana

ବାଗ୍‌ଦାଦ୍‌ରେ ପୁଣି ଆକ୍ରମଣ କଲା ଆମେରିକା

Ratnamani Maharana

ଏକ୍ସଟ୍ରା ମାରିଟିଆଲ ଆଫାୟର୍ସକୁ ନେଇ ବଢୁଛି ଭୁବନେଶ୍ୱରିଆଙ୍କ ଆଗ୍ରହ

Ratnamani Maharana