Loading...

କାଗଜି ଲେମ୍ବୁ କିଲୋ ୨୦୦ ଟଙ୍କା

କାଗଜି ଲେମ୍ବୁ କିଲୋ ୨୦୦ ଟଙ୍କା

ଚାହିଦା ବୃଦ୍ଧି ଓ ନିଅଣ୍ଟିଆ ଯୋଗାଣ ହେତୁ ଗୁଜରାଟର ରାଜକୋଟରେ କାଗଜି ଲେମ୍ବୁର ଦର ଅସ୍ବାଭାବିକ ଭାବେ ବୃଦ୍ଧି ପାଇ କିଲୋପିଛା ୨୦୦ ଟଙ୍କାରେ ବିକ୍ରୟ ହେଉଛି।

ଚାହିଦା ବୃଦ୍ଧି ଓ ନିଅଣ୍ଟିଆ ଯୋଗାଣ ହେତୁ ଗୁଜରାଟର ରାଜକୋଟରେ କାଗଜି ଲେମ୍ବୁର ଦର ଅସ୍ବାଭାବିକ ଭାବେ ବୃଦ୍ଧି ପାଇ କିଲୋପିଛା ୨୦୦ ଟଙ୍କାରେ ବିକ୍ରୟ ହେଉଛି। କିନ୍ତୁ, ପୂର୍ବରୁ କାଗଜି ଲେମ୍ବୁ କିଲୋପିଛା ୫୦/୬୦ ଟଙ୍କାରେ ବିକ୍ରି ହେଉଥିଲା। ଗ୍ରୀଷ୍ମ ପ୍ରବାହଜନିତ ଉତ୍ତାପ ବୃଦ୍ଧି ଯୋଗୁଁ ଲୋକେ ଭିଟାମିନ୍‌ ‘ସି’ ସମୃଦ୍ଧ କାଗଜି ଲେମ୍ବୁ ଖାଇବାକୁ ମନବଳାଉ ଥିବାରୁ ଏହାର ଚାହିଦା ବଢ଼ିଚାଲିଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, କାଗଜି ଲେମ୍ବୁ ହଜମକ୍ରିୟାରେ ସହାୟକ ହେବା ସହ ଶରୀରକୁ ଜଳଶୁଷ୍କତାରୁ ରକ୍ଷା କରିଥାଏ।

 

ଜଣେ କ୍ରେତା କହନ୍ତି, ପ୍ରାୟ ସବୁ ପନିପରିବାର ଦର ବଢ଼ିଯାଇଛି। କିନ୍ତୁ, କାଗଜି ଲେମ୍ବୁ ଦାମ୍‌ ଆଶାତୀତ ଭାବେ ବଢ଼ିଛି। ମଧ୍ୟବିତ୍ତ ଶ୍ରେଣୀର ଗ୍ରାହକମାନଙ୍କ ପାଇଁ ଏତେ ଦାମ୍‌ ଦେଇ ପନିପରିବା ଓ କାଗଜି ଲେମ୍ବୁ କିଣିବା କଷ୍ଟକର ହୋଇପଡ଼ିଛି। ତେଣୁ, ପୂର୍ବରୁ ଯେମିତି ବିପୁଳ ପରିମାଣରେ କାଗଜି ଲେମ୍ବୁ କିଣୁଥିଲୁ, ଏବେ ସେମିତି କିଣି ପାରୁନାହୁଁ। ଗତ ବର୍ଷ ମାର୍ଚ ମାସରେ ଯେତେ ଦାମ୍‌ ଦେଇ କାଗଜି ଲେମ୍ବୁ କିଣୁଥିଲୁ ଏ ବର୍ଷ ତା’ର ଦାମ୍‌ ୨ଗୁଣ ବଢ଼ିଯାଇଛି। ଆଗକୁ ଏପ୍ରିଲ୍‌-ମେ ମାସରେ ଦାମ୍‌ କେତେ ହେବ କିଏ ଜାଣେ?


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.