EnewsOdia.Com

ପଲିସି ବନ୍ଦ କରିବାକୁ ଯାଉଛି ଏଲଆଇସି

ପଲିସି ବନ୍ଦ କରିବ ଭାରତୀୟ ଜୀବନ ବୀମା ନିଗମ ବା ଏଲ୍‌ଆଇସି ! ପ୍ରାୟ ୨ ଡଜନ୍‌ରୁ ଅଧିକ ବ୍ୟକ୍ତିଗତ ବୀମା ପଲିସି, ୮ଟି ଗ୍ରୁପ୍‌ ବୀମା ପଲିସି ଓ ୭ରୁ୮ ଟି ରାଇଡର୍‌ ପଲିସିକୁ ବନ୍ଦ କରିବ । ନଭେମ୍ୱର ୩୦ ସୁଦ୍ଧା ବନ୍ଦ ହେବ ଏହି ସବୁ ପଲିସି । ବନ୍ଦ ହେବାକୁ ଥିବା ପଲିସି ମଧ୍ୟରେ ରହିଛି ଜୀବନ ଆନନ୍ଦ, ଜୀବନ ଉମଙ୍ଗ, ଜୀବନ ଲକ୍ଷ୍ୟ ଏବଂ ଜୀବନ ଲାଭ ଭଳି ପଲିସି  । ଆଗାମୀ କିଛି ମାସ ମଧ୍ୟରେ ଏହି ସବୁ ପଲିସି ସଂଶୋଧିତ ହୋବାପରେ ପୁଣି ଥରେ ମାର୍କେଟରେ ପୁନଃ ଲଞ୍ଚ କରାଯିବ ।ସଂଶୋଧିତ ପଲିସିରେ ବୋନସ୍‌ କମ୍ ଥିବାବେଳେ ପ୍ରିମିୟମ୍‌ ଅଧିକ ଦେବାକୁ ପଡ଼ିପାରେ ।

ମିଳିଥିବା ସୂଚନା ଅନୁଯାୟୀ ୭୫-୮୦ଭାଗ ପଲିସି ୩୦ ନଭେମ୍ୱର ପରେ ବନ୍ଦ ହେବ । ୮ ଜୁଲାଇ ୨୦୧୯ରେ ଜାରି ବୀମା ନିୟାମକ ନିୟମର ଉଲ୍ଲଙ୍ଘନ ଯୋଗୁଁ ଏଭଳି ସ୍ଥିତି ଉପୁଜିଛି । ତେଣୁ ଏଲ୍‌ଆଇସି ଏଜେଣ୍ଟମାନେ ୩୦ ନଭେମ୍ୱର ପୂର୍ବରୁ ଏହି ଯୋଜନାରେ ଅଧିକରୁ ଅଧିକ ଗ୍ରାହକଙ୍କୁ ସାମିଲ କରିବାକୁ ପ୍ରସ୍ତାବ ଦେଉଛନ୍ତି  ।

ପଢନ୍ତୁ: ୧, ୧୬୦ ଏବଂ ୪୫୦ କିଲୋମିଟର ବାଟ ଚାଲି ରେକର୍ଡ କଲେ ଦୁଇଟି ବାଘ

ସମ୍ବନ୍ଧିତ ଖବର

ପରୀକ୍ଷା ହଲ୍‌ରେ ସେଲ୍‌ଫି

Ratnamani Maharana

‘ମହା’ର ଉଗ୍ରରୂପ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷିବ !

Ratnamani Maharana

ଇତିହାସ ସୃଷ୍ଟି କଲେ ରକ୍ତଦାତା : ୪ ଜଣ ଦାନ କଲେ ବିରଳ ବମ୍ବେ ଫିନୋଟାଇପ୍‌ ରକ୍ତ

Ratnamani Maharana

ଅସ୍ତରଙ୍ଗର ଉଦୟକାଣି ଅଞ୍ଚଳକୁ ମାଡ଼ି ଆସୁଛି ସମୁଦ୍ର

Ratnamani Maharana

ପାଇଖାନା ଘର ସହ ବରପାତ୍ର ସେଲ୍ଫି ଦେଲେ କନ୍ୟାକୁ ମିଳିବ ୫୧ ହଜାର

Ratnamani Maharana

ମୋଦି ଲେଖିଲେ କବିତା, ହେ ସା‌ଗର!!! ତୁମ୍‌ହେ ମେରା ପ୍ରଣାମ!

Ratnamani Maharana