EnewsOdia.Com

ଏଣିକି ସବୁ RTOରୁ ମିଳିପାରିବ ଡିଏଲ୍

ରାଜ୍ୟର ଯେକୌଣସି RTOରୁ ଏଣିକି ମିଳି ପାରିବ ଡିଏଲ୍ । ଲର୍ଣ୍ଣିଂ ଲାଇସେନ୍ସ, ଡ୍ରାଇଭିଂ ଲାଇସେନ୍ସ ପାଇଁ ମଧ୍ୟ ଯେକୌଣସି RTOରେ ଆବେଦନ କରାଯାଇପାରିବ।ସଂଶୋଧିତ ମୋଟର ଯାନ ଆଇନର ବ୍ୟବସ୍ଥା ନେଇ ସବୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ପାଇଁ ନୂଆ ସର୍କୁଲାର ଜାରି କରିଛନ୍ତି ରାଜ୍ୟ ପରିବହନ କମିସନର। ଗାଡ଼ି ପଞ୍ଜୀକରଣ ନେଇ ଗାଡ଼ି ମାଲିକଙ୍କୁ କିଛି ଆରଟିଓ ସମ୍ପୃକ୍ତ ଅଞ୍ଚଳର ଠିକଣା ପ୍ରମାଣ ପତ୍ର ମାଗୁଥିବା ନେଇ ଅଭିଯୋଗ ହେବା ପରେ ପରିବହନ କମିସନର ଏପରି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହାସହିତ ରାଜ୍ୟ ଭିତରେ ଥିବା ଯେ କୌଣସି ଆରଟିଓ ଅଫିସରୁ ଲର୍ଣ୍ଣିଂ ଲାଇସେନ୍ସ ଓ ଚୂଡ଼ାନ୍ତ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯାଇପାରିବ ବୋଲି କମିସନର ଜଣାଇଛନ୍ତି।

ସର୍କୁଲାର ଅନୁଯାୟୀ, ୨୦୧୯ରେ ସଂଶୋଧିତ ମୋଟର ଯାନ ଆଇନ ୧୯୮୮ ମୁତାବକ ସମଗ୍ର ରାଜ୍ୟକୁ ଏକକ ୟୁନିଟ୍ ଭାବେ ବିବେଚନା କରାଯାଇଛି। ଫଳରେ ରାଜ୍ୟରେ ଥିବା ଯେ କୌଣସି ଆରଟିଓ କାର୍ଯ୍ୟାଳୟରେ ଯେ କୌଣସି ଗାଡ଼ି ମାଲିକ ଗାଡ଼ିର ପଞ୍ଜୀକରଣ, ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିପାରିବେ। କିନ୍ତୁ ଆଇନର ସଂଶୋଧିତ ବ୍ୟବସ୍ଥା ବିଷୟରେ କିଛି ଆରଟିଓ ଅଜ୍ଞ ଥିବାରୁ ଏହି ସୁବିଧା ଲୋକଙ୍କୁ ମିଳିପାରୁନି। ତୁରନ୍ତ ଏହି ସୁବିଧା ଲୋକଙ୍କୁ ଯୋଗାଇଦେବାକୁ କମିସନର ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିପାଇଁ ଗୋଟିଏ ସ୍ଥାନରେ ଗାଡ଼ି କିଣା ହୋଇଥିଲେ ବି ଗାଡ଼ି ମାଲିକ ନିଜର ପରିଚୟ ଓ ଠିକଣା ପ୍ରମାଣ ପତ୍ରର ନକଲ ଦାଖଲ କରି ରାଜ୍ୟର ଯେ କୌଣସି ଆରଟିଓ ଅଫିସରେ ଗାଡ଼ିର କାଗଜପତ୍ର କରିପାରିବେ। ଏଥିପାଇଁ ନିର୍ଦ୍ଦିଷ୍ଟ ଆରଟିଓଙ୍କ ପରିସୀମା ଭିତରେ ବାସ କରୁଥିବା ନେଇ କୌଣସି ବାଧ୍ୟବାଧ୍ୟକତା ନାହିଁ।

ପଢନ୍ତୁ: ନଭେମ୍ୱର ୩୦ ପର୍ଯ୍ୟନ୍ତ ଅଫର ଅବଧି ବଢ଼ାଇଲା ଜିଓ

ସମ୍ବନ୍ଧିତ ଖବର

ମୋଦି ଲେଖିଲେ କବିତା, ହେ ସା‌ଗର!!! ତୁମ୍‌ହେ ମେରା ପ୍ରଣାମ!

Ratnamani Maharana

ଆରମ୍ଭ ହେଲା ବାଲିଯାତ୍ରା, ଆଠ ଦିନ ଦୁଲୁକିବ କଟକ

Ratnamani Maharana

‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟ ପାଇଁ କ୍ଷମା ମାଗିବେନି ରାହୁଲ

Ratnamani Maharana

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୩କୁ ବୃଦ୍ଧି

Ratnamani Maharana

ସରିଲା ସବୁ ବିକଳ୍ପ, ଏଥର ଫାଶୀ ନିଶ୍ଚିତ

Ratnamani Maharana

ଉଦ୍‌ଘାଟିତ ହେଲା ଆଦିବାସୀ ମେଳା ୨୦୨୦

Ratnamani Maharana