22.1 C
Bhubaneswar
December 7, 2021
EnewsOdia.Com
ଦେଶ ବିଦେଶ ନ୍ୟୁଜ୍

ରାମ୍‌ ରହିମ୍‌ଙ୍କୁ ଡବଲ ଆଜୀବନ

ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁମିତ ରାମ ରହିମ୍‌ଙ୍କୁ ଏକ ହତ୍ୟା ମାମଲାରେ ସିବିଆଇ ସ୍ୱତନ୍ତ୍ର କୋର୍ଟ ସୋମବାର ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ତାଙ୍କ ବ୍ୟତୀତ ଅନ୍ୟ ୪ ଜଣଙ୍କୁ ମଧ୍ୟ ଆଜୀବନ ଜେଲ ଦଣ୍ଡ ମିଳିଛି। ରାମ ରହିମ୍‌ଙ୍କ ସମେତ ସମସ୍ତଙ୍କୁ ୨୦୦୨ ମସିହାରେ ପୂର୍ବ ଡେରା ପ୍ରବନ୍ଧକ ରଞ୍ଜିତ ସିଂହଙ୍କ ହତ୍ୟା ମାମଲାରେ ୮ ଅକ୍ଟୋବରରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଦଣ୍ଡାଦେଶ ଶୁଣାଣି ପୂର୍ବରୁ ହରିୟାଣାର ପଞ୍ଚକୁଲା ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ଅବସରରେ ୧୪୪ ଧାରା ଲାଗୁ କରାଯାଇଥିଲା। ୨୦୧୭ ଅଗଷ୍ଟର ହିଂସାକୁ ଦେଖି ରାମ ରହିମ୍‌ଙ୍କ ସମ୍ବନ୍ଧୀୟ କୌଣସି ମାମଲାର ଶୁଣାଣି କିମ୍ବା ଦଣ୍ଡାଦେଶ ଘୋଷଣା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ୨୦୧୭ ମସିହାରେ ଏକ ବଳାତ୍କାର ମାମଲାରେ ରାମ ରହିମ୍‌ ଦୋଷୀ ସାବ୍ୟସ୍ତ ହେବା ପରେ ଧସ୍ତାଧସ୍ତିରେ ୩୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଏଣୁ ଗତ ଶୁଣାଣି ବେଳେ ସିବିଆଇ ପକ୍ଷରୁ କୋର୍ଟଙ୍କୁ ରାମ୍‌ରହିମ୍‌ଙ୍କୁ ମୃତ୍ୟୁ ଦଣ୍ଡ ଦେବାକୁ ଦାବି କରାଯାଇଥିଲା।

 

ଅନ୍ୟପଟେ ନିଜେ ରାମ୍‌ ରହିମ୍‌ ରୋହତକ ଜେଲରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଦୟା କରିବାକୁ ଗୁହାରୀ କରିଥିଲେ। ୨ ଜଣ ମହିଳା ସହଯୋଗୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ରାମ ରହିମ୍‌ ଏବେ ୨୦ ବର୍ଷ ପାଇଁ ଜେଲ ଭୋଗୁଛନ୍ତି। ତେବେ ରାମ ରହିମ୍‌ ବ୍ଲଡ୍‌ ପ୍ରେସର, ଆଖି ଓ ହାର୍ଟ ରୋଗରେ ପୀଡ଼ିତ ଥିବା କହି ତାଙ୍କ ଉପରେ ଦୟା କରିବାକୁ ଗୁହାରି କରିଥିଲେ। କିନ୍ତୁ ସିବିଆଇ ଡେରା ମୁଖ୍ୟଙ୍କର ଏହି ପିଟିସନ୍‌କୁ ବିରୋଧ କରି କହିଥିଲା ଯେ ପୀଡ଼ିତ ତାଙ୍କୁ ଭଗବାନ ଭଳି ମାନିଥିଲେ କିନ୍ତୁ ସେ ତାଙ୍କ ସହ ବିଶ୍ୱାସଘାତକ କଲେ। ଏଣୁ ତାଙ୍କୁ ସର୍ବୋଚ୍ଚ ଦଣ୍ଡ ମିଳିବା ଦରକାର।

ପଢନ୍ତୁ: ଶପଥ ନେଲେ ହାଇକୋର୍ଟର ୩ ନୂଆ ବିଚାରପତି

Related posts

ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟର

Ratnamani Maharana

ଭାରତରେ ନାରୀ ହିଂସାରେ ଆଗୁଆ ଓଡ଼ିଶା

Ratnamani Maharana

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି, ୧୫ରୁ ବର୍ଷା

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More