ବଜ୍ର ନେଲା ୧୯ ଜୀବନ, ବାଲେଶ୍ଵରରେ ସର୍ବାଧିକ

ପୁଣି ଘାତକ ହୋଇଛି ବଜ୍ରଘାତ। ଶୂନ୍ୟରୁ ମୃତ୍ୟୁ ଖସିବା ଭଳି ବଜ୍ରାଘାତ ଗତକାଲି ନେଇଛି ୧୯ ଲୋକଙ୍କ ଜୀବନ। ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ବଜ୍ରାଘାତରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୟୂରଭଞ୍ଜରେ ୪, ବରଗଡରେ ୨, ଖୋର୍ଦ୍ଧା, କେନ୍ଦ୍ରାପଡା, ସୁବର୍ଣ୍ଣପୁର ଓ ନୂଆପଡା ଜିଲ୍ଲାରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହି ବଜ୍ରପାତରେ ବିଭିନ୍ନ ସ୍ଥାନରେ ଏକାଧିକ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି।

ସୂଚନାଯୋଗ୍ୟ ,ପୂର୍ବରୁ ବନ୍ୟା ଯୋଗୁଁ ଦେଶରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟୁଥିବାବେଳେ ବର୍ତ୍ତମାନ ବଜ୍ରପାତରେ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। କେବଳ ୨୦୧୭-୧୮ରେ ଦେଶରେ ୪୫୮ଜଣଙ୍କର ବଜ୍ରପାତ ଯୋଗୁଁ ମୃତ୍ୟୁ ଘଟିଛି। ପ୍ରତ୍ୟେକ ବର୍ଷ ବଜ୍ରପାତଜନିତ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି। ପ୍ରାକ୍‍ ବଜ୍ରପାତ ସତର୍କତା ପାଇଁ ସରକାର ଏବେ ଆଧୁନିକ ଜ୍ଞାନକୌଶଳମାନ ଆପଣାଉଛନ୍ତି। ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆମେରିକାର ଆର୍ଥ ନେଟୱାର୍କ୍ସ ସହ କରାଯାଇଥିବା ବୁଝାମଣାପତ୍ର ଏହାର ଏକ ଉଦାହରଣ। ଲୋକଙ୍କ ମଧ୍ୟରେ ଏ ନେଇ ସର୍ତକତା ସୃଷ୍ଟି କରାଯାଇପାରିଲେ କେତେକାଂଶରେ ଏହାକୁ ଏଡାଇ ଦିଆଯାଇପାରିବ।

ପଢନ୍ତୁ; ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା:୨୬୬ କୋଟିର ୨୯ଟି କୃଷି ପ୍ରକଳ୍ପକୁ ମଞ୍ଜୁରି

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More