ଗତ କିଛି ଦିନ ହେବ ରାଜଧାନୀରେ ପ୍ରବଳ ବର୍ଷା ହେତୁ ଜବଜୀବନ ଏକପ୍ରକାର ଅସ୍ତବ୍ୟସ୍ତି ହୋଇପଡିଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ଆଇଏମଡି ୟେଲୋ ଓ ଅରେଞ୍ଜ ଆଲର୍ଟ ଜାରି କରିଛି । ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଆର.କେ ଜେନାମଣି କହିଛନ୍ତି ଯେ ଜାନୁୟାରୀ ୧୧ରୁ ଦେଶର କେନ୍ଦ୍ରୀୟ ଏବଂ ପୂର୍ବ ଭାଗରେ ପାଣିପାଗ ବିଗିଡିବାର ସମ୍ଭାବନା ରହିଛି ।
ଓଡ଼ିଶାରେ ଜାନୁଆରୀ ୧୧ ଓ ୧୨ ପାଇଁ ରାଜ୍ୟରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଜାନୁୟାରୀ ୧୧ରେ କୁଆପଥର ମାଡ ସହ ବର୍ଷା ହେବ । ଏମିତି ରାସ୍ତା ଘାଟ ସହ ସଡକ ଓ ରେଳ ଚଳାଚଳରେ ବାଧା ସୃଷ୍ଟି ହେବ । ଏପରିକି ବିଦ୍ୟୁତ ଯୋଗାଣରେ ବାଧା ସୃଷ୍ଟି ହେବାର ସମ୍ଭାବନା ରହିଛି । ଏଥାପାଇଁ IMD ଅରେଞ୍ଜ ଆଲର୍ଟ’ ନେଇ ଚେତାବନୀ ଦେଇଛି ।