News

ସପ୍ତାହେ ପର୍ଯ୍ୟନ୍ତ ଲଗାଣ ବର୍ଷାରୁ ରାଜ୍ୟବାସୀଙ୍କୁ ନିସ୍ତାର ନାହିଁ

Rain

ଆଜିଠାରୁ ପଶ୍ଚିମ ଓଡ଼ିଶାରେ ବଢ଼ିବ, ୟେଲୋ ଵାଣ୍ଣି˚ ଜାରି

ସପ୍ତାହେ ଯାଏଁ ବର୍ଷାରୁ ନିସ୍ତାର ନାହିଁ। ଉପକୂଳରୁ ଉପାନ୍ତ‌ ହେଉ ଅଥବା ମାଲକାନଗିରିରୁ ମୟୂରଭଞ୍ଜ। ସବୁଠି ବର୍ଷା ଲାଗି ରହିବ। ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ  ଉପକୂଳରେ ଲଘୁଚାପ ବଳୟ ସୃଷ୍ଟି ହୋଇଥିବା ବେଳେ ୩୧ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରଭାବରେ ସାରା ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିବ। ଗୋଟିଏ ଦୁଇଟି ସ୍ଥାନରେ ଅତିପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଓଡ଼ିଶା ପାଇଁ ଆଜିଠାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କେବଳ ୨୯ତାରିଖ ବ୍ୟତୀତ ଜୁଲାଇ ୩୧ତାରିଖ ଯାଏଁ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି।

୨୭ତାରିଖ ପୂର୍ବାହ୍ନରୁ ୨୯ତାରିଖ ସକାଳ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ।ଗୋଟିଏ ଦୁଇଟି ସ୍ଥାନରେ ୧୫୦ମିମିରୁ ଅଧିକ ପରିମାଣର ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ତେବେ ଏହାର ୨୪ଘଣ୍ଟା ପର୍ଯ୍ୟନ୍ତ ପାଗରେ କିଛିଟା ପରିବର୍ତନ ଆସିବ। ବର୍ଷା କମିବା ସହ କାଁଭାଁ ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହୋଇପାରେ। ତେବେ ୩୧ ତାରିଖରେ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଆଉ ଏକ ଲଘୁଚାପ ବଳୟର ପ୍ରଭାବ ସିଧାସଳଖ ଓଡ଼ିଶା  ଉପରେ ପଡ଼ିବ। ଲଘୁଚାପ ସୃଷ୍ଟି ହେବା ପୂର୍ବରୁ ହିଁ ବର୍ଷା ଆରମ୍ଭ ହେବ।

ପଢନ୍ତୁ: କେନ୍ଦ୍ରାପଡ଼ାରେ ସୁପରସ୍ପେଶାଲିଟି ମେଡିକାଲ କଲେଜ ଖୋଲିବା ପାଇଁ ଲୋକସଭାରେ ଦାବି କଲେ ସାଂସଦ ଅନୁଭବ ମହାନ୍ତି

Related posts

କର୍ଣ୍ଣାଟକକୁ ବ୍ୟାପିଲା ନିପା ଭୂତାଣୁ!

ENO Beuro

ଜମ୍ମୁ-କଶ୍ମୀର, ହରିୟାଣାରେ ଭୂକମ୍ପ ଝଟକା

ENO Beuro

ଉତ୍ତରାଖଣ୍ଡ: ୨୫୦ ମିଟର ଗଭୀର ଘାଟି ତଳକୁ ଖସିଲା ବସ୍,୧୦ ମୃତ

ENO Beuro

Leave a Comment