EnewsOdia.Com

ଲିମ୍‌କା ରେକର୍ଡ ପାଇଁ ଏକାଠି ହେଲେ ୩ ହଜାର କଳାକାର

ଲିମ୍‌କା ବୁକ୍‌ ଜାତୀୟ ରେକର୍ଡ ପାଇଁ ସମ୍ବଲପୁରୀ ଫୋକ୍‌ ଏକାଡେମି ଆନୁକୂଲ୍ୟରେ ରବିବାର ବରଗଡ଼ ଜିଲ୍ଲା ଗାଇସିଲାଟ୍‌ ବ୍ଲକ ସରଧାପାଲି ନିକଟରେ ଥିବା ମହାଜନ ଡୁଙ୍ଗୁରିଠାରେ ବିଶାଳ କରମସାନି ଉତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ୩ ହଜାର କରମା କଳାକାର ମିଳିତ ଭାବେ ବାଦ୍ୟ, ନୃତ୍ୟ ଓ ସଂଗୀତ ପରିବେଷଣ କରିଛନ୍ତି। ଗୁରୁ ରବିରତନ ସାହୁଙ୍କ ସଂଯୋଜନାରେ ସମସ୍ତ କଳାକାର ଏକସମୟରେ ବାଦ୍ୟ ଓ ନୃତ୍ୟ ପରିବେଷଣ କରିଥିଲେ।

ସୂଚନାଯୋଗ୍ୟ, ଅକ୍ଟୋବର ୧୫ରେ ବରିଷ୍ଠ କଳାକାର ତଥା ଯୋଜନା ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ‘ଡଙ୍ଗର ଉପରେ କରମସାନି’ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହାନ, ସମ୍ମାନିତ ଅତିଥି ଭାବେ ବିଜେପୁର ବିଧାୟିକା ରୀତା ସାହୁ, ପଦ୍ମଶ୍ରୀ ଅନୁପ ରଞ୍ଜନ ପାଣ୍ଡେ, ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ ଦରୁଆନ ପ୍ରମୁଖ ଯୋଗ ଦେଇଥିଲେ।

ପଢନ୍ତୁ: ‘ଓଡିଶା ମୋ ପରିବାର’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସମ୍ବନ୍ଧିତ ଖବର

ରାଜ୍ୟରେ ଆସନ୍ତା ୪ ଦିନ ବର୍ଷା ଓ ବଜ୍ରପାତ

admin

ଅତି ଭୟଙ୍କର ରୂପ ନେଲା ‘ବୁଲ୍‌ବୁଲ୍‌’, ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହେଲା ବର୍ଷା

Ratnamani Maharana

ନୂଆବର୍ଷରୁ ବନ୍ଦ ହେବ କି ୨୦୦୦ ଟଙ୍କିଆ ନୋଟ୍ ?

Ratnamani Maharana

ମିଶନ୍ ଶକ୍ତି ମେଳାରେ ବୁଲି ସପିଂ କଲେ ମୁଖ୍ୟମନ୍ତ୍ରୀ

Ratnamani Maharana

ଆଜି ପବିତ୍ର ମକର ସଂକ୍ରାନ୍ତି

Ratnamani Maharana

ଫାଶୀ ଖବର ଶୁଣି ଭୟଭୀତ ହୋଇପଡ଼ିଛନ୍ତି ୪ ନିର୍ଭୟା ଗଣଦୁଷ୍କର୍ମକାରୀ

Ratnamani Maharana