• Home
  • News
  • ଇ-ଟିକିଟ୍‌ ବୁକ୍‌ ପାଇଁ ଆଇଆର୍‌ସିଟିସି ଆକାଉଣ୍ଟ୍‌ ସହ ଆଧାର କେମିତି ଲିଙ୍କ୍‌ କରିବେ ଯାଣନ୍ତୁ
News

ଇ-ଟିକିଟ୍‌ ବୁକ୍‌ ପାଇଁ ଆଇଆର୍‌ସିଟିସି ଆକାଉଣ୍ଟ୍‌ ସହ ଆଧାର କେମିତି ଲିଙ୍କ୍‌ କରିବେ ଯାଣନ୍ତୁ

କିଛି ଦିନ ପୂର୍ବରୁ ଶୁଣିବାକୁ ମିଳିଥିଲା ଯେ, ଅନ୍‌ଲାଇନ୍‌ରେ ରେଳବାଇ ଇ-ଟିକିଟ୍‌ ବୁକିଙ୍ଗ୍‌ କରିବା ନିମନ୍ତେ ଆଧାର ଲିଙ୍କ ବାଧ୍ୟତାମୂଳକ ।  ମାତ୍ର ଏହି ସମ୍ବାଦ ସମ୍ପୁର୍ଣ୍ଣ ମିଥ୍ୟା । ଭାରତୀୟ ରେଳବାଇ ଅନ୍‌ଲାଇନ୍‌ ହ୍ୟାଣ୍ଡଲ୍‌ ‘ଆଇଆର୍‌ସିଟିସି’ ସ୍ପଷ୍ଟ କରି ଦେଇଛି ଯେ ଅଧାର ମଧ୍ୟ ବିନା ଇ-ବୁକିଙ୍ଗ୍‌ ଚାଲିଛି।

‘ଆଇଆର୍‌ସିଟିସି’ ନିଜର ୱେବସାଇଟ ରେ ସ୍ପଷ୍ଟ ଭାବେ ବୁଝାଇ ଦେଇଛି ଯେ ଯଦି କୌଣସି ବ୍ୟକ୍ତି ମାସକ ମଧ୍ୟରେ ୬ଟିରୁ ଅଧିକ ଟିକିଟ୍‌ ବୁକିଙ୍ଗ୍‌ କରନ୍ତି, ତେବେ ଯାଇ ‘ଆଇଆର୍‌ସିଟିସି’ ଆକାଉଣ୍ଟ୍‌ ସହ ତାଙ୍କ ଆଧାର ନମ୍ବର ସଂଯୋଗ କରିବା ଆବଶ୍ୟକ। ଆଉ ମଧ୍ୟ କହିଛି ଯେ, ଆଧାର ସହ ‘ଆଇଆର୍‌ସିଟିସି’ ସଂଯୋଗ କରିବା ସରଳ ଏବଂ ଏହି ପ୍ରକ୍ରିୟା ଅନ୍‌ଲାଇନ୍‌ରେ ବି କରାଯାଇ ପାରିବ।

ମାସକୁ ୬-୧୨ଟି ଯାଏଁ ଟିକିଟ୍‌ ବୁକିଙ୍ଗ୍‌ କରାଇବା ପାଇଁ ପ୍ରଣାଳୀ :

‘ଆଇଆର୍‌ସିଟିସି’ ରେଜିଷ୍ଟର୍‌ଡ୍‌ ବ୍ୟବହାରକାରୀ – ମାଇଁ ପ୍ରୋଫାଇଲ୍‌ରେ ଆଧାର କେଓ୍ଵାଇସି ଅପ୍‌ସନ୍‌ ବ୍ୟବହାର କରି ନିଜେ ଆଧାର ଯାଞ୍ଚ କରାଇବା ଆବଶ୍ୟକ।

ନିଜର ଆଧାର ନମ୍ବର ସଂଯୋଗ କରାଯାଇଥିବା ବ୍ୟବହାରକାରୀଙ୍କ ମୋବାଇଲ୍‌ ନମ୍ବରକୁ ଏକ ଓଟିପି ପଠାଯାଇ ତାଙ୍କର ଆଧାର ଯାଞ୍ଚ କରାଯିବ।

ମାସକୁ ୬ଟି ଟିକିଟ୍‌ରୁ ଗୋଟିଏ ବି ଟିକିଟ୍‌ ଅଧିକ ବୁକ୍‌ କରାଇବାକୁ ହେଲେ ମଧ୍ୟ ଆଧାର ଯାଞ୍ଚ କରାଯିବ।

ସେମାନଙ୍କ ଆଧାର ନମ୍ବର ଜରିଆରେ ବ୍ୟବହାରକାରୀମାନେ ସମ୍ଭାବ୍ୟ ଯାତ୍ରୀମାନଙ୍କୁ ଯାଞ୍ଚ କରିବା ଏବଂ ଯାଞ୍ଚ କରାଯାଇଥିବା ଯାତ୍ରୀଙ୍କୁ ପାସେଞ୍ଜର୍ସ ମାଷ୍ଟର୍‌ ଲିଷ୍ଟରେ  ରଖିବା ଆବଶ୍ୟକ। ମାସକୁ ୬ଟି ଟିକିଟ୍‌ ବୁକିଙ୍ଗ୍‌ କରାଯିବା ପରେ, ଅଧିକ ଟିକିଟ୍‌ ବୁକିଙ୍ଗ୍‌ ପ୍ରକ୍ରିୟା ଆରମ୍ଭ କରିବା ଆଗରୁ ଏହା କରାଯିବା ଉଚିତ।

ମାସକୁ  ଅତିରିକ୍ତ ୧୨ଟି ଯାଏଁ ଟିକିଟ୍‌ ବୁକିଙ୍ଗ୍‌ କରିବା ସମୟରେ ବ୍ୟବହାରକାରୀମାନେ ଆଧାର ଯାଞ୍ଚ କରାଯାଇଥିବା ଯାତ୍ରୀମାନଙ୍କୁ ମାଷ୍ଟର୍‌ ତାଲିକାଭୁକ୍ତ କରି ପାରିବେ।

ଇ-ଟିକିଟ୍‌ ବୁକ୍‌ ପାଇଁ ଆଇଆର୍‌ସିଟିସି ଆକାଉଣ୍ଟ୍‌ ସହ ଆଧାର କେମିତି ଲିଙ୍କ୍‌ କରିବେ ଯାଣନ୍ତୁ  ଇ-ଟିକିଟ୍‌ ବୁକ୍‌ ପାଇଁ ଆଇଆର୍‌ସିଟିସି ଆକାଉଣ୍ଟ୍‌ ସହ ଆଧାର କେମିତି ଲିଙ୍କ୍‌ କରିବେ ଯାଣନ୍ତୁ

ପଢନ୍ତୁ, ଜବତ ମୋବାଇଲ୍‌ ଫୋନ୍‌ ଓ ବାଇକ୍‌ ତୁରନ୍ତ ଫେରାଇବା ପାଇଁ ପୁଲିସ କମିସନର୍‌ଙ୍କ କଡ଼ା ନିର୍ଦେଶ

Related posts

ଏମ୍ସରେ ଭର୍ତ୍ତି ହେଲେ ବାଜପେୟୀ

Krishna Kumar Manoj

ସୁପ୍ରିମକୋର୍ଟଙ୍କ ମତ: ସ୍ତ୍ରୀଙ୍କୁ ପାଖରେ ରହିବାକୁ ସ୍ଵାମୀ ବାଧ୍ୟ କରିପାରିବେ ନାହିଁ !

Krishna Kumar Manoj

ଇରାକ-ଇରାନରେ ଭୟଙ୍କର ଭୂମିକମ୍ପ, ୧୩୦ଜଣ ମୃତ୍ୟୁ ହେଇଛି ଓ ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More