News

ଆଜି ଆଧାର ସହିତ ପ୍ୟାନ୍‌ ସଂଯୋଗର ଶେଷ ତାରିଖ, ଅର୍ଥ ମନ୍ତ୍ରାଳୟ ବଢାଇ ପାରନ୍ତି ସମୟ ସୀମା

ଆଜି ଆଧାର ସହିତ ପ୍ୟାନ୍‌ ସଂଯୋଗର ଶେଷ ତାରିଖ, ଅର୍ଥ ମନ୍ତ୍ରାଳୟ ବଢାଇ ପାରନ୍ତି ସମୟ ସୀମା

ଆଧାର ସହିତ ପ୍ୟାନ୍‌ ସଂଯୋଗ କରିବାର ଶେଷ ତାରିଖ ଚଳିତବର୍ଷ ଅଗଷ୍ଟ ୩୧ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା । ସାମାଜିକ ଯୋଜନାଗୁଡିକର ଲାଭ ଉଠାଇବା ପାଇଁ ଆଧାରକୁ ଯୋଡିବାର ସମୟସୀମା ବଢାଇ ୩୧ ଡିସେମ୍ବର କରାଯାଇପାରେ ବୋଲି ଅର୍ଥ ମନ୍ତ୍ରାଳୟର ସୂଚନା ।

ବିଶେଷ ସୂତ୍ରରୁ ଜଣା ଯେ, ଆଧାରକୁ ପ୍ୟାନ ସହ ଯୋଡିବାର ସମୟସୀମା ବଢାଇବା ପାଇଁ ସରକାର ଗୁରୁବାରକୁ ଏହି ବିଷୟରେ ନିଷ୍ପତ୍ତି ନେଇପାରନ୍ତି । ଆୟକର ଆଇନର ଧାରା ୧୩୯ ଏଏ(୨) କହେ ପ୍ରତ୍ୟେକ ବ୍ୟକ୍ତି ଯାହାର ପାଖରେ ୧ଜୁଲାଇ ୨୦୧୭କୁ ପ୍ୟାନ ନମ୍ବର ଥିଲା ଓ ସେ ଆଧାର ପାଇବାର ଯୋଗ୍ୟ । ତାଙ୍କୁ ନିଜର ଆଧାର ନମ୍ବରର ଇନଫର୍ମେସନ ଅଧିକାରୀଙ୍କୁ ଦେବାକୁ ହେବ ।

ଆଧାର-ପ୍ୟାନ୍‌ ନିୟମ ଅଣ ଭାରତୀୟ, ୮୦ ବର୍ଷରୁ ଊର୍ଧ୍ୱ ବୟସ୍କ, ଆସାମ , ମେଘାଳୟ ଓ ଜମ୍ମୁ-କଶ୍ମୀରର ଲୋକଙ୍କ ଉପରେ ଲାଗୁ ହେବ ନାହିଁ ବୋଲି ପୂର୍ବରୁ ସରକାର ସ୍ପଷ୍ଟ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ୟୁଆଇଡିଏଆଇର ସିଇଓ ଅଜୟ ଭୁଷଣ ପାଣ୍ଡେ ସୁପ୍ରିମ୍‌ କୋର୍ଟର ପ୍ରାଇଭେସିର ଅଧିକାର ଉପରେ ନିଷ୍ପତ୍ତି ପରେ କହିଥିଲେ କରଦାତାଙ୍କୁ ନିଜର ପ୍ୟାନ-ଆଧାର ଲିଙ୍କ୍‌ କରିବାକୁ ହେବ । କରଦାତାମାନେ ନିଜର ବାର୍ଷିକ ଆୟକର ରିଟର୍ଣ୍ଣକୁ ୫ ଅଗଷ୍ଟ ଯାଏ ପ୍ୟାନ ସହ ଯୋଡିବା ବିନା ଜମା କରିବାକୁ ଅନୁମତି ରହିଛି । ସେମାନଙ୍କୁ ରିଟର୍ଣ୍ଣରେ କେବଳ ଆଧାର ନମ୍ବର କହିବାର ଥିଲା ବା ଆଧାର ପାଇଁ ଆବେଦନ କରିବା ପାଇଁ ମିଳିଥିବା ରସିଦର ଡିଟେଲ୍‌ସ ଦେବାକୁ ଥିଲା। ବ୍ୟାଙ୍କ୍‌ ଆକାଉଂଟଗୁଡିକୁ ଆଧାର କାର୍ଡ ସହ ଲିଙ୍କ୍‌ କରିବାର ଶେଷ ତାରିଖ ଡିସେମ୍ବର ୩୧ ତାରିଖ।

ଆଜି ଆଧାର ସହିତ ପ୍ୟାନ୍‌ ସଂଯୋଗର ଶେଷ ତାରିଖ, ଅର୍ଥ ମନ୍ତ୍ରାଳୟ ବଢାଇ ପାରନ୍ତି ସମୟ ସୀମା

Related posts

ଫାଶରେ ଫସିଲା ବାଘୁଣୀ “ସୁନ୍ଦରୀ” ,ଆସିବ ନନ୍ଦନକାନନ

ENO Beuro

ସାରା ବିଶ୍ୱରେ ୮୨ କୋଟିରୁ ଅଧିକ ଲୋକ ଭୋକରେ

Ratnamani Moharana

ଆମେରିକାର ପାକିସ୍ତାନକୁ କଡ଼ା ଚେତାବନୀ ;ଆତଙ୍କବାଦୀ ସଙ୍ଗଠନଗୁଡିକ ଉପରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ

Ratnamani Moharana

Leave a Comment