News

ଆଧାର ସଫା କରିବ ଫେକ ଆଇଡି

Face Book Gfx 750x430

ଫେସବୁକ, ଟ୍ୱିଟର, ଇନଷ୍ଟାଗ୍ରାମ, ହ୍ୱାଟ୍ସଆପ୍ ଭଳି ସୋସିଆଲ ମିଡିଆ ସାଇଟ୍ ଗୁଡିକ ଆଧାର ସହ ସଂଯୋଗ ହୋଇପାରେ । ହୁଏତ ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗୁଥାଇପାରେ, କିନ୍ତୁ ଏଭଳି ହିଁ କିଛି ଖବର ବର୍ତ୍ତମାନ ସମୟରେ ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟିଛି । ଦିନକୁ ଦିନ ସୋସିଆଲ ସାଇଟର ବ୍ୟବହାର ଯେତିକି ବୃଦ୍ଧି ପାଉଛି, ସୋସିଆଲ ସାଇଟ ଦ୍ୱାରା ଅନେକ ଅପରାଧିକ କାର୍ଯ୍ୟକଳାପ  ମଧ୍ୟ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଆଉ ଏହାକୁ ନଜରରେ ରଖି ନିକଟରେ ତାମିଲନାଡୁ ସରକାର, ସୋସିଆଲ ମିଡିଆରେ ବେନିୟମ୍ କାମକୁ ରୋକିବା ପାଇଁ ଫେସବୁକ, ଟ୍ୱିଟର, ଇନଷ୍ଟାଗ୍ରାମ, ହ୍ୱାଟ୍ସଆପ୍ ଆଦିରେ ଆଧାରକାର୍ଡ ସଂଯୋଗ କରିବାକୁ ଦାବି କରିବା ପରେ ଏବେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି ।

ପୂର୍ବରୁ ଏହି ପ୍ରସଙ୍ଗରେ ଚେନ୍ନାଇରୁ ୨ଟି, ଓଡିଶାରୁ ଗୋଟିଏ ଏବଂ ମୁମ୍ବାଇରୁ ଗୋଟିଏ ଯାଚିକା ବିଭିନ୍ନ ଅଦାଲତରେ ଦାୟର କରାଯାଇଥିଲା । ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଆକାଉଣ୍ଟକୁ ଆଧାରକାର୍ଡ ସହ ସଂଯୋଗ କରିବା ପାଇଁ ଯେଉଁ ଯାଚିକା ଦାୟର ହୋଇଥିଲା, ତାହା ଉପରେ ଖୁବ ଶୀଘ୍ର ନିଷ୍ପତ୍ତି ନେଇପାରନ୍ତି ସୁପ୍ରିମକୋର୍ଟ ।ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଆଗାମୀ ସେପ୍ଟେମ୍ବର ମାସ ୧୩ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

Social Networking Site 1
Social Networking Site

ଅନ୍ୟପଟେ ତାମିଲନାଡୁ ସରକାରଙ୍କ ସମେତ ବିଭିନ୍ନ ରାଜ୍ୟର ଏଭଳି ଦାବିକୁ ବିରୋଧ କରି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛି ଫେସବୁକ ।ଅନ୍ୟପଟେ ହ୍ୱାଟ୍ସଆପ୍ ପକ୍ଷରୁ କୁହାଯାଇଛି ଯେ, ଏହି ପ୍ରସଙ୍ଗରେ ଜଡିତ ସମସ୍ତ ମାମଲାକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର କରାଯିବା ଆବଶ୍ୟକ । ଯାହା ଫଳରେ ସୁପ୍ରିମକୋର୍ଟ ସମସ୍ତ ମାମଲାକୁ ବିଚାରକୁ ନେଇ ଉଚିତ ଶୁଣାଣି କରିବେ ।

ପଢନ୍ତୁ: ଦୀର୍ଘ ୩ ସପ୍ତାହ ଧରି ଜଳୁଛି ବିଶ୍ୱର ସବୁଠୁ ବଡ ଜଙ୍ଗଲ ଆମାଜନ

Related posts

୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟା

Ratnamani Moharana

ମଝି ଆକାଶରେ ୨୦ ମିନିଟ୍‌ର ଆତଙ୍କ : ମହିଳା ପାଇଲଟଙ୍କ ଯୋଗୁ ବଞ୍ଚିଲା ୧୪୮ ଜୀବନ

ENO Beuro

ପୁରୀରେ ଧସେଇ ପଶିବ ବାତ୍ୟା ‘ଫନି’

Ratnamani Moharana

1 comment

ଦୀର୍ଘ ୬ମାସ ପରେ ପୁଣି ମିଗ୍-୨୧ରେ ଉଡାଣ ଭରିଲେ ଅଭିନନ୍ଦନ August 22, 2019 at 2:55 pm

[…] ଆଧାର ସଫା କରିବା ଫେକ ଆଇଡି […]

Leave a Comment