Loading...

ଗୋଟିଏ ଦିନରେ ରିଆ ଓ ଲିପ୍‌ସାଙ୍କର ସରିଲା ନିର୍ବନ୍ଧ

ଗୋଟିଏ ଦିନରେ ରିଆ ଓ ଲିପ୍‌ସାଙ୍କର ସରିଲା ନିର୍ବନ୍ଧ

ଓଲିଉଡ୍‌ରେ ଆରମ୍ଭ ହେଲା ବିବାହର ଋତୁ । ଗୋଟିଏ ଦିନରେ ଦୁଇ ଜଣ ହିରୋଇନ୍‌ଙ୍କର ସରିଛି ନିର୍ବନ୍ଧ । ଏବେ ବିବାହକୁ ଅପେକ୍ଷା । ଖୁବଶୀଘ୍ର ଘୋଷଣା ହେବେ ଅଭିନେତ୍ରୀ ଲିପ୍‌ସା  ମହାପାତ୍ର ଓ ରିଆ ଦେଙ୍କ ବିବାହ ତାରିଖ

ଓଲିଉଡ୍‌ରେ ଆରମ୍ଭ ହେଲା ବିବାହର ଋତୁ । ଗୋଟିଏ ଦିନରେ ଦୁଇ ଜଣ ହିରୋଇନ୍‌ଙ୍କର ସରିଛି ନିର୍ବନ୍ଧ । ଏବେ ବିବାହକୁ ଅପେକ୍ଷା । ଖୁବଶୀଘ୍ର ଘୋଷଣା ହେବେ ଅଭିନେତ୍ରୀ ଲିପ୍‌ସା  ମହାପାତ୍ର ଓ ରିଆ ଦେଙ୍କ ବିବାହ ତାରିଖ ।

ଖବର ଅନୁଯାୟୀ, ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଦୁଇ ଜଣ ନାୟିକା ରିଆ ଦେ ଏବଂ ଲିପ୍‌ସା ମହାପାତ୍ରଙ୍କ ନିର୍ବନ୍ଧ ସରିଛି । ଯାହାର ଫଟୋ ଉଭୟେ ନିଜ ସୋସିଆଲ୍‌ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଓଲିଉଡ ନାୟିକା ରିଆ ଦେ ସୁନିଲ କୁମାର ଦଲାଇଙ୍କୁ ବିବାହ କରିବାକୁ ଯାଉଛନ୍ତି । ଯାହାର ଫଟୋ ସେ ନିଜେ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।

ସେହିପରି ଲିପ୍‌ସା ମହାପାତ୍ର ଆକାଶ ଆଚାର୍ଯ୍ୟଙ୍କୁ ବିବାହ କରିବେ। ବୁଧବାର ଲିପ୍‌ସା ଓ ଆକାଶଙ୍କର ନିର୍ବନ୍ଧ ସରିଛି । ଲିପ୍‌ସା ନିଜ ନିର୍ବନ୍ଧ ଫଟୋ ସୋସିଆଲ୍‌ ମିଡିଆରେ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.