EnewsOdia.Com

ଘାତକ ହୋଇପାରେ ଲିପ୍‌ଷ୍ଟିକ୍‌ର ଅଧିକ ବ୍ୟବହାର, ଜାଣନ୍ତୁ କିପରି

ମହିଳାମାନଙ୍କ ଓଠକୁ ଆକର୍ଷଣୀୟ କରିବାରେ ଲିପ୍‌ଷ୍ଟିକର ଭୂମିକା ଯେ ଗୁରୁତ୍ୱପୂର୍ଣ୍ଣ ଏଥିରେ କୈାଣସି ସନ୍ଦେହ ନାହିଁ । କିନ୍ତୁ ଏହି ଲିପିଷ୍ଟକ୍‌ ପ୍ରସ୍ତୁତିରେ ବ୍ୟବହାର ହେଉଥିବା କିଛି ରସାୟନିକ ପଦାର୍ଥ ଯ଼ୋଗୁଁ ଏହାର ବ୍ୟବହାର ଏବେ ଘାତକ ହେବାକୁ ଯାଉଛି । ବିଭିନ୍ନ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ଲିପ୍‌ଷ୍ଟିକ୍ ତିଆରି ନିମେନ୍ତ କ୍ରୋମିୟମ୍‌ ( Chromium)ଓ ମ୍ୟାଗ୍ନେସିୟମ୍‌ ( Magnesium)ଭଳି କ୍ଷତିକାରକ ଉପାଦାନ ବ୍ୟବହୃତ ହୁଏ । ଯାହା ଶରୀର ଭିତରକୁ ଯିବା ଫଳରେ କିଛି ଭୟଙ୍କର ରୋଗ ହେବାର ଆଶଙ୍କା ବଢାଇଦିଏ । ଏଥିସହିତ ଲିପ୍‌ଷ୍ଟିକ୍‌ରେ ଲିଡ୍‌ ବା ସିସା ଭଳି ହାନୀକାରକ ଉପାଦାନ ବହୁ ମାତ୍ରାରେ ରହିଛି । ଲିଡ୍‌ ଏକ ପ୍ରକାର ନ୍ୟୁରୋଟକ୍ସିନ ( Neuro Toxin) ଯାହା ଶରୀରର ସ୍ନାୟୁ ସଂସ୍ଥାନକୁ ପ୍ରଭାବିତ କରିବା ସହିତ  ହରମୋନ୍‌ ଅସନ୍ତୁଳନ ସମସ୍ୟାର ମୁଖ୍ୟ କାରଣ ।

ଲିପିଷ୍ଟିକ୍‌ରେ ରହିଥିବା ଅନ୍ୟ ଏକ ଉପାଦାନ ହେଉଛି ପେଟ୍ରୋକେମିକାଲ ( Petro chemical) । ଯାହା ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ ଭଳି ଉପାଦାନରେ ଗଠିତ । ଏହି କେମିକାଲ ଶରୀର ଭିତରକୁ ଗଲେ ଅନ୍ତଃସ୍ରାବୀରୁ ହରମୋନ୍ କ୍ଷରଣ ଗ୍ରନ୍ଥି ପ୍ରଭାବିତ ହୁଏ, ଯାହା ଫଳରେ ପ୍ରଜନନ ଜନିତ  ସମସ୍ୟା  ବଢ଼ିଯାଏ । ଏଣୁ ଲିପ୍‌ଷ୍ଟିକଠାରୁ ଯଥାସମ୍ଭବ ଦୂରେଇ ରହିବା ଉଚିତ୍‌ । ଯଦି ଆପଣ ପ୍ରତିଦିନ ଲିପ୍‌ଷ୍ଟିକ୍‌ ବ୍ୟବହାର କରୁଛନ୍ତି ତାହାହେଲେ ଧ୍ୟାନ ଦିଅନ୍ତୁ ଯେ ଆପଣ ନିଶ୍ଚିତ ଭାବେ ଅର୍ଗାନିକ୍ ଲିପ୍‌ଷ୍ଟିକ୍ ବ୍ୟବହାର କରିବେ,  ତାହା ପୁଣି ଦିନରେ ଥରେ । ଏହା ଫଳରେ ଲିପ୍‌ଷ୍ଟିକର ବ୍ୟବହାର ଦ୍ଵାରା ହେବାକୁ ଥିବା ବିଭିନ୍ନ ରୋଗକୁ ବହୁ ମାତ୍ରାରେ ଏଡ଼ାଇ ଦିଆଯାଇପାରିବ ।

ଲିପ୍‌ଷ୍ଟିକ୍‌ର ବ୍ୟବହାରରେ ଯେତେ ସାବଧାନତା ଅବଲମ୍ୱନ କଲେ ସୁଦ୍ଧା ଏହା ପେଟକୁ ଯିବା ଥୟ । ଏହା ଦ୍ୱାରା କମ୍‌ ମାତ୍ରାରେ ହେଲେ ମଧ୍ୟ ଆପଣଙ୍କ ପେଟକୁ କେମିକାଲ ଯାଇଥାଏ । ଏଣୁ କେମିକାଲଯୁକ୍ତ ଲିପ୍‌ଷ୍ଟିକ୍‌ ବଦଳରେ ଅର୍ଗାନିକ ଲିପ୍‌ଷ୍ଟିକ୍‌ର ବ୍ୟବହାର ଭଲ ବିକଳ୍ପ । ଏହାର ପ୍ରସ୍ତୁତିରେ କୌଣସି କେମିକାଲର କିମ୍ୱା ଏନିମଲ୍‌ ଫ୍ୟାଟ୍‌ ବ୍ୟବହାର ହୋଇନଥିବା ଅର୍ଗାନିକ ଲିପ୍‌ଷ୍ଟିକ୍‌ ନିର୍ମାଣକାରୀ କମ୍ପାନୀଗୁଡ଼ିକ ପକ୍ଷରୁ ଦାବି କରାଯାଉଛି ।

ପଢନ୍ତୁ: ଶରୀରରୁ ଷ୍ଟୋନ୍ , ଅନିୟମିତ ଗର୍ଭାବସ୍ଥା ଏବଂ ହୃଦରୋଗରୁ ମୁକ୍ତ କରେ ଏହି ମଞ୍ଜିର ଚୂର୍ଣ୍ଣ

ସମ୍ବନ୍ଧିତ ଖବର

ଅନିଦ୍ରା ସମସ୍ୟାକୁ ନାଶ କରେ ଏହି ଫଳ

Ratnamani Maharana

ଆସନ୍ତୁ ଜାଣିବା, ଗୃହିଣୀଙ୍କ ପାଇଁ ୧୦ଟି ଘରକରଣା ଟିପ୍ସ

Ratnamani Maharana

ବିଟ୍‌ ଖାଇଲେ ଶରୀରକୁ ଏହିସବୁ ଫାଇଦା ମିଳିଥାଏ

Ratnamani Maharana

ଜାଣନ୍ତୁ ଟିକେ ଅଳସୁଆ ହେବାର ଫାଇଦା

Ratnamani Maharana

ଶୀତ ଦିନେ କ’ଣ ପାଇଁ ମାଛ ଖାଇବା ଦରକାର? ଜାଣନ୍ତୁ ଏହାର ୭ଟି ଫାଇଦା

Ratnamani Maharana

ଏହି ଚାଉଳ ଖାଇଲେ ହେବନାହିଁ ଡାଏବେଟିସ, ଦୂରେଇବ କ୍ୟାନସର

Ratnamani Maharana