27 C
Bhubaneswar
October 24, 2020
EnewsOdia.Com
ନ୍ୟୁଜ୍

ବିଷାକ୍ତ କେମିକାଲରେ ତିଆର ହେଉଛି ‘ମଦ’, ଢ଼ୋକେ ପିଇଲେ ପାଞ୍ଚ ମିନିଟରେ ହେବ ମୃତ୍ୟୁ

ବିଷାକ୍ତ ମଦ ପିଇ ବଡ଼ ଦୁର୍ଘଟଣା ଘଟିବା ପୂର୍ବରୁ ପୋଲିସ ପ୍ରକୃତ ଘଟଣାର ପର୍ଦ୍ଦାଫାଶ କରିଛି।  ସହାରନପୁର ଅଞ୍ଚଳରେ ବିଷାକ୍ତ ମଦ ସପ୍ଲାଏକୁ ପୋଲିସ  ଧରିଛି । ଏହି ଘଟଣା ସଂପର୍କରେ ସୂଚନା ପାଇବା ପରେ ମେରଠ୍‌ ପୋଲିସ ବିଷାକ୍ତ ମଦ ତିଆରିର ପର୍ଦ୍ଦାଫାଶ କରିଛି। ପୋଲିସ କହିବା ଅନୁସାରେ ଏହି ବିଷାକ୍ତ ମଦକୁ ଯିଏ ଗୋଟେ ଢ଼ୋକ ପିଇବେ ପାଞ୍ଚ ମିନିଟ ମଧ୍ୟରେ ସେ ମରିଯିବେ।  ଏହି କେମିକାଲ ମିଶ୍ରିତ ମଦକୁ ଆଖପାଖ ଅଞ୍ଚଳ ଗୋଟେ ଗ୍ୟାଙ୍ଗ ରେ ସପ୍ଲାଏ କରୁଥିଲା।

ସୂଚନାଯୋଗ୍ୟ ​‌ଯେ ମେରଠ୍‌ ପୋଲିସ ସୂଚନା ପାଇବା ପରେ ଖାନାପୁର ବାଙ୍ଗରରେ ଅଞ୍ଚଳରେ ଚଢ଼ଉ କରିଥିଲା। ସେଠାରୁ ଏକ ଅଭିଯୁକ୍ତକୁ ପୋଲିସ ଗିରଫ କରିବା ସହ ଅପମିଶ୍ରିତ ବିଷାକ୍ତ ମଦ ଏବଂ ଅନ୍ୟ କେମିକାଲ ପର୍ଦାର୍ଥକୁ ଜବତ କରିଥିଲା। ଜବତ କେମିକାଲର ଯାଞ୍ଚ ପରେ ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା। କେମିକାଲରେ ଏତେ ମାତ୍ରାରେ ବିଷାକ୍ତ ପର୍ଦାର୍ଥ ମିଶା ହୋଇଥିଲା ଯେ ସେହି ଅପମିଶ୍ରିତ ମଦକୁ ପିଉଥିବା ବ୍ୟକ୍ତି ପାଞ୍ଚ ମିନିଟ୍ ଭିତରେ ମରି ଯିବେ। ଏହି ଅପମିଶ୍ରିତ ମଦକୁ ବୋତଲରେ ପୂରାଇ ଷ୍ଟିକରିଂ କରି ଶସ୍ତା ମୂଲ୍ୟରେ ବିକ୍ରି ହେଉଥିବା କଥା ପୋଲିସ ସୂଚନା ଦେଇଛି।

ଏବେ ଓଡିଶାରେ ବି ବିଭିନ୍ନ ସ୍ଥାନରେ ବେଆଇନ ଭାବେ ମଦ ତିଆରି କରାଯାଇ ବିକ୍ରୀ କରାଯାଉଛି । କେତକ ସ୍ଥାନରେ ପୁଲିସ ଓ ଅବକାରୀ ବିଭାଗ ହାତରେ ଏପରି ଲୋକ ଧରା ପଡିଛନ୍ତି । ମଦର ୟୁରିଆ, ବ୍ୟାଟେରୀ ଗୁଣ୍ଡ ଓ ଅନ୍ୟ କେତକ ବିଷାକ୍ତ ଜିନିଷ ମିଶ୍ରଣ କରାଯାଉଥିବା ଅଭିଯୋଗ ହେଉଛି । ଏପରି ମଦ ପିଇଲେ ଲୋକଙ୍କର ମୃତ୍ୟୁ ଘଟୁଥିବା ବେଳେ କେତକ ଲୋକଙ୍କର କୀଡ୍‌ନୀ , ଲିଭର , ଅଗ୍ନାଶୟ ନଷ୍ଟ ହୋଇଯାଉଛି।

ପଢନ୍ତୁ: ଆଜିଠୁ କାର୍ତ୍ତିକ ମାସ, ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼

Related posts

ସୁନ୍ଦରଗଡ ଜିଲ୍ଲାପାଳଙ୍କ ଆବାସ ଏବେ ବହି ବଗିଚା

Ratnamani Maharana

କେନ୍ଦ୍ରାପଡା ସମୁଦ୍ରରୁ ଧରାପଡିଲା ବିରଳ ପ୍ରଜାତିର ମାଛ ମୟୂର

Ratnamani Maharana

ଟିଭିରେ ସୁପର୍‍ହିରୋ ସାଜିବେ ବିରାଟ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More