Loading...

ଏଣିକି ଗ୍ରାହକଙ୍କୁ ବିଲ୍ ନ ଦେଲେ ଲ‌କ୍ଷେ ଟଙ୍କା ପର୍ଯ୍ୟନ୍ତ ଅର୍ଥ ଦଣ୍ଡ ଦେବେ ମଦ ଦୋକାନୀ

ଏଣିକି ଗ୍ରାହକଙ୍କୁ ବିଲ୍ ନ ଦେଲେ ଲ‌କ୍ଷେ ଟଙ୍କା ପର୍ଯ୍ୟନ୍ତ ଅର୍ଥ ଦଣ୍ଡ ଦେବେ ମଦ ଦୋକାନୀ

ମଦ କିଣିବା ସମୟରେ ବିଲ୍ ଦେଉ ନଥିବା ଦୋକାନୀଙ୍କ ଭିଡିଓ ମୋବାଇଲରେ ରେକର୍ଡ କରି ଅବକାରୀ ଏସ୍‌ପି କିମ୍ବା ନିକଟସ୍ଥ ଅବକାରୀ ଷ୍ଟେସନରେ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି।

ମଦ ବିକ୍ରି ସମୟରେ ଗ୍ରାହକଙ୍କୁ ମଦରେ ଥିବା ବାର୍ କୋଡ ସ୍କାନ କରି ବିଲ୍ ଦେଲେ ଯାଇ ଟଙ୍କା ନେଲେ ମଧ୍ୟ ଏଣିକି ଗ୍ରାହକଙ୍କୁ ବିଲ୍ ନ ଦେଲେ ଲ‌କ୍ଷେ ଟଙ୍କା ପର୍ଯ୍ୟନ୍ତ ଅର୍ଥ ଦଣ୍ଡ ଦେବେ ମଦ ଦୋକାନୀ। କୌଣସି ଦୋକାନ ବିରୋଧରେ ବାରମ୍ବାର ଅଭିଯୋଗ ଆସିଲେ ଦୋକାନକୁ ସମ୍ପୂର୍ଣ୍ଣ ସିଲ୍ କରି ଦିଆଯିବ। ମଦ ଦୋକାନୀଙ୍କ ଲାଇସେନ୍ସ ବି ରଦ୍ଦ କରି ଦିଆଯିବ। ଏଭଳି କଠୋର ନିୟମ ଅବକାରୀ ବିଭାଗ ଲାଗୁ କରିବାକୁ ଯାଉଛି। 

ସୂଚନାନୁସାରେ, ରାଜ୍ୟରେ ଠିପି ବନ୍ଦ ମଦ ଦୋକାନ ୧୧ ଶହ ୬୫ଟି, ଠିପି ଖୋଲା ୭୪୩ଟି, ଦେଶୀ ମଦ ଦୋକାନ ୨୧୩ଟି, ସେନାବାହିନୀର କ୍ୟାଣ୍ଟିନ୍‌ରେ ୩୬ଟି ଦୋକାନକୁ ମିଶାଇ ରାଜ୍ୟରେ ମୋଟ ୨୧ଶହ ୫୬ଟି ମଦ ଦୋକାନକୁ ଲାଇସେନ୍ସ ପ୍ରଦାନ କରାଯାଇଛି। ୨୦୨୧ରେ ଶେଷ ଥର ଲଟେରି ବ୍ୟବସ୍ଥା ହେବା ପରେ ମଦ ଦୋକାନ ପାଇଁ ବାର୍ କୋଡ ମେସିନ୍ ରଖିବାକୁ ବାଧ୍ୟତାମୂଳକ କରାଯାଇଥିଲା। ପ୍ରତ୍ୟେକ ମଦ ବୋତଲରେ ବି ବାର୍ କୋଡ୍ ରହିଥିଲା। ବିକ୍ରି ସମୟରେ ଏହି ବାର୍ କୋଡ୍‌ ସ୍କାନ୍‌ କଲେ ମଦର ପ୍ରକୃତ ମୂଲ୍ୟ ପ୍ରିଣ୍ଟ୍‌ ହୋଇ ବିଲ୍ ଆକାରରେ ବାହାରିବ। ଗ୍ରାହକଙ୍କୁ ବିଲ୍ ଦେବାକୁ କୁହାଯାଇଥିଲା। କିନ୍ତୁ ଏହାକୁ ବାଧ୍ୟତାମୂଳକ କରାଯାଇ ନଥିବାରୁ ଦୁର୍ନୀତି ବଢ଼ିବାରେ ଲାଗିଲା। ଗ୍ରାହକଙ୍କ ଠାରୁ ଦୋକାନୀ ମନଇଚ୍ଛା ଟଙ୍କା ନେଉଥିବା ଅଭିଯୋଗ ଆସିଲା। 

ମଦ କିଣିବା ସମୟରେ ବିଲ୍ ଦେଉ ନଥିବା ଦୋକାନୀଙ୍କ ଭିଡିଓ ମୋବାଇଲରେ ରେକର୍ଡ କରି ଅବକାରୀ ଏସ୍‌ପି କିମ୍ବା ନିକଟସ୍ଥ ଅବକାରୀ ଷ୍ଟେସନରେ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି। ସମ୍ପୃକ୍ତ ଗ୍ରାହକଙ୍କ ପରିଚୟକୁ ଗୋପାନ ରଖାଯିବା ସହିତ ଅଭିଯୁକ୍ତ ମଦ ଦୋକାନୀଙ୍କ ବିରୋଧରେ ଅର୍ଥ ଦଣ୍ଡ ବ୍ୟବସ୍ଥା କରାଯିବାକୁ ଅବକାରୀ ବିଭାଗ ନିଷ୍ପତ୍ତି ଗ୍ରହଣ କରିଛି। କିନ୍ତୁ ଏଭଳି ଏମଆର୍‌ପି କଟକଣାରୁ ଠିପି ଖୋଲା ମଦ ଦୋକାନ ଅର୍ଥାତ ବାର୍‌, ରେଷ୍ଟୁରାଣ୍ଟ, ହୋଟେଲ୍, କ୍ଲବକୁ ବାଦ୍ ଦିଆଯାଇଛି। ସେମାନେ ମଦ ଖୋଲିକି ବିକ୍ରି କରୁଥିବାରୁ ଏହାର ମୂଲ୍ୟ ଉପରେ ଅବକାରୀ ବିଭାଗର କୌଣସି ପ୍ରକାର କଟକଣା ରହିବ ନାହିଁ। କିନ୍ତୁ ଏହି ଠିପି ଖୋଲା ମଦ ଦୋକାନରେ ଯଦି କେହି ଠିପି ବନ୍ଦ ମଦ ବିକ୍ରି କରିବେ, ଅର୍ଥାତ୍ ଗ୍ରାହକଙ୍କୁ ମଦ ବାହାରକୁ ନେବାକୁ ସୁଯୋଗ ଦିଅନ୍ତି, ତେବେ ସେମାନଙ୍କ ପାଇଁ ସମାନ ନିୟମ ଲାଗୁ ହେବ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.