News

ରଥଯାତ୍ରା ସିଧା ପ୍ରସାରଣ ଲାଗି ସମସ୍ତ ଚ୍ୟାନେଲକୁ ମିଳିଲା ଅନୁମତି

Rrr

ଚାନେଲଗୁଡ଼ିକୁ ଶ୍ରୀମନ୍ଦିର ପାଣ୍ଠିକୁ ଅର୍ଥ ଦେବାକୁ ପଡ଼ିବ

ପଲଟିଲେ ସରକାର। ରଥଯାତ୍ରାର ସିଧା ପ୍ରସାରଣକୁ ନେଇ ଏଥର ହୋଇଥିବା ନିଲାମ ବ୍ୟବସ୍ଥାକୁ ଚାରିଆଡ଼ୁ ବିରୋଧ ହେବା ପରେ ନିଷ୍ପତ୍ତି ବଦଳାଇଛି ଶ୍ରୀମନ୍ଦିର ପ୍ରଶାସନ । ଏଥିସହ ପୁରୀ ରଥଯାତ୍ରାର ସିଧାପ୍ରସାରଣ ଅଧିକାର ପାଇଁ ବିଡିଂ ପ୍ରସଙ୍ଗରେ ଦ୍ୱନ୍ଦ୍ୱ ଦୂର ହୋଇଛି। ନୂଆ ନିଷ୍ପତ୍ତି ଅନୁଯାୟୀ, ଏଥର ଗୋଟିଏ ନୁହେଁ, ସମସ୍ତ ଚ୍ୟାନେଲକୁ ମିଳିବ ରଥଯାତ୍ରା ସିଧାପ୍ରସାରଣ ଅଧିକାର। ସ୍ନାନଯାତ୍ରାଠୁ ଆରମ୍ଭ କରି ରଥଯାତ୍ରା, ବାହୁଡ଼ା, ସୁନାବେଶ, ଅଧରପଣା ଓ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ସମସ୍ତ ଚ୍ୟାନେଲ ସିଧାପ୍ରସାରଣ କରିପାରିବେ। ରଥଯାତ୍ରା ସିଧାପ୍ରସାରଣ ବିଡିଂ ପ୍ରସଙ୍ଗରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର

ଗତ ଦୁଇ ଦିନ ତଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ନୋଟିସ କରାଯାଇଥିଲା ଯେ, ଆଗାମୀ ରଥଯାତ୍ରା ସମୟରେ କୌଣସି ଟିଭି ଚ୍ୟାନେଲ ସିଧାପ୍ରସାରଣ କରିପାରିବେ ନାହିଁ । କେବଳ ଗୋଟିଏ ଟିଭି ଚ୍ୟାନେଲକୁ ଏହାର ପ୍ରସାରଣ ଦାୟିତ୍ୱ ଦିଆଯିବ । ଏଥିପାଇଁ 5 ବର୍ଷରୁ ଅଧିକ ଅଭିଜ୍ଞତା ଥିବା ଚ୍ୟାନେଲଗୁଡ଼ିକ ମଧ୍ୟରେ ବିଡିଂ ହେବ । ଯେଉଁ ଚ୍ୟାନେଲ ବିଡିଂରେ ଆଗରେ ରହିବ ସେହି ଚ୍ୟାନେଲକୁ ସିଧାପ୍ରସାରଣ ଅନୁମତି ଦିଆଯିବ ।

ପଢନ୍ତୁ: ପଶ୍ଚିମବଙ୍ଗରେ ଥମୁନି ନିର୍ବାଚନୀ ହିଂସା: ୭୨ ଘଣ୍ଟା ମଧ୍ୟରେ ୮ ଜଣ ହତ୍ୟାର ଶିକାର

Related posts

ରାଜ୍ୟରେ କାଳବୈଶାଖୀ ପ୍ରଭାବ:ବଜ୍ରପାତରେ ଜଣେ ମୃତ, ଜଣେ ଗୁରୁତର

ENO Beuro

ରାଜ୍ୟ ସରକାରଙ୍କ ଦୀପାବଳି ଭେଟି:ବଢିଲା ମହଙ୍ଗା ଭତ୍ତା

ENO Beuro

ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ENO Beuro

Leave a Comment