News

ବିୟର ଫ୍ୟାକ୍ଟ୍ରି ପାଇଁ କଟା ହେଲା ୧୦୦୦ରୁ ଉର୍ଦ୍ଧ୍ୱ ମୂଲ୍ୟବାନ ଗଛ

police

ବିୟର ଫ୍ୟାକ୍ଟ୍ରି ପାଇଁ ହଜାରେ ରୁ ଉର୍ଦ୍ଧ୍ୱ ଗଛକୁ କାଟି ଦେଇଛି ପ୍ରଶାସନ । ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବଳରାମପୁର ଗାଁ ନିକଟ ଜଙ୍ଗଲରୁ ବ୍ୟାପକ ଗଛ କଟାଯାଇଛି । ମଦ କମ୍ପାନୀ ନିର୍ମାଣ ପାଇଁ ଏହି ଜଙ୍ଗଲକୁ ସଫା କରାଯାଇଛି । ତେବେ ଗୋଟିଏ ପଟେ ସରକାର ଗଛ ଲଗାଇବା ପାଇଁ ସଚେତନମୂଳକ ପ୍ରଚାର କରୁଥିବା ବେଳେ ଅନ୍ୟପଟେ ଚାଲିଛି ଜଙ୍ଗଲ ପଦା କରିବା ଅଭିଯାନ ।

police

ଢେଙ୍କାନାଳରେ ଜିଲ୍ଲା ଓଡ଼ାପଡ଼ାରେ ଝିଙ୍କରଡିହି ଜଙ୍ଗଲରେ ଗଛକଟାକୁ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ମହିଳାମାନେ ଗଛକୁ ଜାବୁଡ଼ି ଧରି ବିରୋଧ କରିଛନ୍ତି । ଫଳରେ ପୋଲିସ ଓ ଜନତା ମୁହାଁମୁହିଁ ହୋଇଛନ୍ତି ।

ସୂଚନାଯୋଗ୍ୟ,ମହିଳାମାନେ ଠେଙ୍ଗା ଦେଖାଇ ଗଛକଟାକୁ ବିରୋଧ କରିଛନ୍ତି । ଜଙ୍ଗଲ ଭିତରେ ଶତାଧିକ ମହିଳା ଗଛ କଟାଇ ନ ଦେବାକୁ ଜିଦ କରିଥିବାବେଳେ ପୋଲିସ ୨୦ ଜଣଙ୍କୁ ଉଠାଇ ନେଇଛି । ଏହାକୁ ବିରୋଧ କରୁଥିବା ଗ୍ରାମବାସୀଙ୍କ ସହ ପୋଲିସର ଧସ୍ତାଧସ୍ତି ହୋଇଥିଲା । ସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସ ଲୁହ ବୁହା ଗ୍ୟାସ ପ୍ରୟୋଗ କରିବା ସହ ମୃଦୁ ଲାଠି ଚାଳନା କରିଥିଲା । ତେବେ ବିୟର ଫ୍ୟାକ୍ଟ୍ରି ପାଇଁ ଜିଲ୍ଲାପାଳଙ୍କ ଅନୁମିତ ମିଳିଥିବା ପୋଲିସ କହିଛି । ପୂର୍ବରୁ ମଧ୍ୟ ମହିଳାମାନେ ଏଭଳି ପ୍ରତିବାଦ କରିଥିଲେ।

ପଢନ୍ତୁ; ଭୁବନେଶ୍ୱରରୁ ଲଢିବେ ଅପରାଜିତା !

Related posts

ଢେଲା ମାଡରେ ଅହିରାଜ ଅସୁସ୍ଥ, ଏବେ ଓୟୁଏଟିରେ ଚିକିଶ୍ଚିତ, ୭ଦିନ ରହିବ ଅବଜରଭେସନରେ

ENO Beuro

ମହାପ୍ରସାଦ ଦର ତାଲିକା ପ୍ରସଙ୍ଗ: ଆଜି ହେବ ପରୀକ୍ଷାମୂଳକ ଅବଢ଼ା ‌ରୋଷେଇ

ENO Beuro

ସେଲ୍‌ଫି ପାଇଁ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ

ENO Beuro

Leave a Comment