ବିଏମସି ଅଧିନରେ ଥିବା ପବ୍ଲିକ ଶୌଚଳୟର ସୂଚନା ଗୁଗଲ ମ୍ୟାପ୍ ଖୋଲିଲେ ମିଳିପାରିବ । କ୍ୱାଲିଟି କାଉନସିଲ ଅଫ ଇଣ୍ଡିଆ ସହାୟତାରେ ବିଏମସି ଏହି ପଦକ୍ଷେପ ନେଇଛି । ଆସନ୍ତା ଡିସେମ୍ବର ମାସରୁ ଏହି ସୁବିଧା ଉପଲବ୍ଧ ହୋଇପାରିବ । ଏହା ଭୁବନେଶ୍ୱରକୁ ଆସୁଥିବା ବହିରାଗତ ଯାତ୍ରୀ ଓ ପର୍ଯ୍ୟଟକ ମାନଙ୍କୁ ସହାୟକ ହୋଇପାରିବ ।
ଗତ କାଲି କ୍ୟୁସିଆଇର ପଦାଧିକାରୀମାନେ ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟରେ ପହଞ୍ଚି ସ୍ୱଚ୍ଛ ଭୁବନେଶ୍ୱର ସେଲ୍ର ପଦାଧିକାରୀଙ୍କୁ ପ୍ରଶିକ୍ଷିତ କରିଛନ୍ତି । ଏବେ ଭୁବନେଶ୍ୱର ମହାନଗର ନିଗମ ପବ୍ଲିକ୍ ଶୌଚଳୟ ଥିବା ସ୍ଥାନ ଗୁଡ଼ିକର ତଥ୍ୟ ଗୁଗଲରେ ଅପଲୋଡ଼ କରୁଥିବା ଜଣାଯାଇଛି । ସହରରେ ୧୫୦ରୁ ଊଦ୍ଧ୍ୱð ପବ୍ଲିକ ଟଏଲେଟ ଥିବା ଜଣାଯାଇଛି ।
କେନ୍ଦ୍ର ସହରାଂଚଳ ବିକାଶ ମନ୍ତ୍ରାଳୟ ଓ କ୍ୱାଲିଟି କାଉନସିଲ ଅଫ୍ ଇଣ୍ଡିଆ ପକ୍ଷରୁ ଏହି ଯୋଜନା ପ୍ରସ୍ତୁତ କରାଯାଇଛି ଯେଉଁଥିରେ ଦେଶର ୪୫ଟି ସହରକୁ ଅନ୍ତର୍ଭୁକ୍ତ କରାଯାଇଛି ।
ଭୁବନେଶ୍ୱର ସହରକୁ ବାହ୍ୟ ମଳମୁକ୍ତ ସହର ଭାବେ ଗଢି ତୋଳିବା ପାଇଁ ଧ୍ୟାନ ଦିଆଯାଉଥିବା ବେଳେ ଏଭଳି ପଦକ୍ଷେପ ସ୍ୱଚ୍ଛ ସହରର ମାନ ବୃଦ୍ଧି ଦିଗରେ ସହାୟକ ହୋଇପାରିବ ।
ପଢନ୍ତୁ, ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ଫିଲ୍-ଅପ୍ ସମୟସୀମା ବୃଦ୍ଧି: ମାଧ୍ୟମିକ ଶିକ୍ଷା ପରିଷଦ