EnewsOdia.Com

ଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ଟ୍ରେନ୍‌କୁ ପଛୁଆ ଚଲାଇଲେ ଲୋକୋ ପାଇଲଟ୍‌

ଚଳନ୍ତା ଟ୍ରେନ୍‌ରୁ ଖସି ଯାଇଥିବା ଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ଟ୍ରେନ୍‌କୁ ପଛୁଆ ଚଲାଇଲେ ଟ୍ରେନ୍‌ର ଲୋକୋ ପାଇଲଟ୍‌। ମହାରାଷ୍ଟ୍ରରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ଏହାର ଏକ ଭିଡିଓ ସୋଶାଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓଟିକୁ ଦେଖିବାପରେ ଲୋକମାନେ ଲୋକୋ ପାଇଲଟ୍‌ଙ୍କୁ ବେଶ୍‌ ପ୍ରଶଂସା କରିଛନ୍ତି। ଏପରିକି ରେଳମନ୍ତ୍ରୀ ପୀୟୁଷ ଗୋଏଲ୍‌ ନିଜେ ଏହି ଭିଡିଓକୁ ଟ୍ୱିଟରରେ ଶେଆର କରିବା ସହ ଏଭଳି କାର୍ଯ୍ୟ ପାଇଁ ରେଳ କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି।

ସୂଚନା ଅନୁସାରେ, ମହାରାଷ୍ଟ୍ରର ଭୁସାୱଲ୍‌ ଡିଭିଜନ୍‌ର ପାଚୋରା ଓ ମାହେଜୀ ରେଲ୍‌ୱେ ଷ୍ଟେସନ୍‌ ମଧ୍ୟରେ ଏକ ଚଳନ୍ତା ଟ୍ରେନ୍‌ରୁ ଜଣେ ଯାତ୍ରୀ ଖସି ପଡ଼ିଥିଲେ। ଟ୍ରେନ୍‌ର ଗାର୍ଡ ଏହା ଦେଖିବା ପରେ ଲୋକୋ ପାଇଲଟ୍‌ଙ୍କୁ ଏସମ୍ପର୍କରେ ଜଣାଇଥିଲେ। ଏହାପରେ ଟ୍ରେନ୍‌ରୁ ଖସି ଅଚେତ ହୋଇପଡ଼ିଥିବା ବ୍ୟକ୍ତିଙ୍କୁ ହସ୍ପିଟାଲ୍‌ ନେବା ଲାଗି ଲୋକୋ ପାଇଲଟ୍‌ ପାଖାପାଖି ୫୦୦ ମିଟର ପର୍ଯ୍ୟନ୍ତ ଟ୍ରେନ୍‌କୁ ପଛୁଆ ଚଲାଇଥିଲେ। ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

ପଢନ୍ତୁ: ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହେବେ ରଣବୀର-ଆଲିଆ

 

ସମ୍ବନ୍ଧିତ ଖବର

‘ଧାନ ବିଲ ଖସ ଖସ’ ଗୀତର ତାଳେ ତାଳେ ନାଚିଲେ ପ୍ରମିଳା

Ratnamani Maharana

ଭୂତ ସହର ପାଲଟିଲା ଉହାନ୍‌, ମକାଓ

Ratnamani Maharana

ଏବେ ରାସନ ଦୋକାନରେ ମିଳିବ ଅଣ୍ଡା, ମାଛ ଏବଂ ମାଂସ

Ratnamani Maharana

ଆସ୍ଥା ଭୋଟ ପୂର୍ବରୁ ଇସ୍ତଫା ଦେଲେ କମଳନାଥ

Ratnamani Maharana

ଜାପାନରୁ ଉଦ୍ଧାର ହେଲା ଘୋଷ୍ଟ ବୋଟ୍

Ratnamani Maharana

ଗ୍ରାହକଙ୍କୁ ୩୦ ମିନିଟ୍‌ ମାଗଣା କଲ୍‌ ସେବା ଯୋଗାଇବ ଜିଓ

Ratnamani Maharana