News

ଇଭିଏମ୍‌ରେ ବନ୍ଦ ୨୧୭ ଲୋକସଭା ପ୍ରାର୍ଥୀଙ୍କ ଭାଗ୍ୟ

ସରିଲା ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଇଭିଏମ୍‌ରେ ବନ୍ଦ୨୧୭ ଲୋକସଭା ପ୍ରାର୍ଥୀଙ୍କ ଭାଗ୍ୟ

ଆସନ୍ତା କାଲି ଥିଲା ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ଓଡିଶାର ୪ଟି ଲୋକସଭା ଆସନ ଓ ୨୮ଟି ବିଧାନସଭା ଆସନ ପାଇଁ ହୋଇଛି ମତଦାନ। ତେବେ ୨୧୭ଜଣ ପାର୍ଥୀଙ୍କ ଭାଗ୍ୟ ଇଭିଏମରେ କଏଦ ହୋଇରହିଛି। ରାଜ୍ୟର କେତୋଟି ସ୍ଥାନରେ ଇଭିଏମରେ ତ୍ରୁଟି ଯୋଗୁ ଭୋଟ ଦେବାରେ ହୋଇଥିଲା ବିଳମ୍ବ। ମାଓପ୍ରବଣ ଅଞ୍ଚଳରେ ମାଓବାଦୀଙ୍କ ଭୟରେ ମାଲକାନିଗିରି ଓ ରାୟଗଡ଼ାରେ ୧୪ଟି ବୁଥରେ ମତଦାନ ବନ୍ଦ  ରହିଥିଲା। ଏହା ବ୍ୟତୀତ ରାଜ୍ୟର ଅନ୍ୟ ସ୍ଥାନ ମାନଙ୍କରେ ସୁରୁଖୁରୁରେ ଭୋଟ ଗ୍ରହଣ କରଯାଇଥିଲା।

ପ୍ରଥମ ପର୍ଯ୍ୟାୟ ଭୋଟରେ ବହୁ ହେଭି ୱେଟ  ନେତା ନିଜ ଭାଗ୍ୟ ପରୀକ୍ଷା କରିଛନ୍ତି। ଜନତା ଜନାର୍ଦନ ତାଙ୍କୁ ବାଛିଛନ୍ତି କି ନାହି ତାହା ଭୋଟ ଫଳାଫଳରୁ ସ୍ପଷ୍ଟ ହେବ। ମତଦାନ ପରେ କଡା ସୁରକ୍ଷା ବଳୟରେ ଇଭିଏମ ଓ ଭିଭିପାଟଗୁଡିକୁ ଜୁଲଲ ମୁଖ୍ୟାଳୟର ଷ୍ଟ୍ରାଙ୍ଗ ରୁମକୁ ପଠାଇଦିଆଯାଇଛି। ତେବେ ଏହି ବରିଷ୍ଠ ନେତାମାନେ ବାଜି ମାରିନେବେ କି ନାହି ତାହା ଜାଣିବାକୁ ମେ ୨୩   ଯାଏ ଅପେକ୍ଷା କରିବାକୁ ହେବ।

ପଢନ୍ତୁ: ବିବାଦୀୟ କୋଟିଆବାସୀ ଦୁଇଟି ରାଜ୍ୟ ପାଇଁ ଦେଲେ ଭୋଟ

Related posts

ୟୁଏଇର ୭୦୦କୋଟି ଟଙ୍କାର ସହାୟତାକୁ ନମ୍ରତାର ସହ ପ୍ରତ୍ୟାଖାନ କଲେ ଭାରତ ସରକାର

ENO Beuro

ଚନ୍ଦ୍ରବାବୁ ନାଇଡୁଙ୍କ ନା’ରେ ଜାରି ହେଲା ଗିରଫଦାରୀ

ENO Beuro

ଉଦଘାଟନ ହେଲା ୩୫ ମଡେଲ ଥାନା

ENO Beuro

1 comment

ମତଦାନ ପରେ ହାତ କାଳି ଛଡାଇବା ପାଇଁ ଗୁଗୁଲ ସର୍ଚ୍ଚ କରୁଛନ୍ତି ଲୋକ April 15, 2019 at 10:31 am

[…] ଇଭିଏମ୍‌ରେ ବନ୍ଦ ୨୧୭ ଲୋକସଭା ପ୍ରାର୍ଥୀଙ୍… […]

Leave a Comment