News

ଲୋକସଭାରେ ଅପରାଧ ଆଇନ ସଂଶୋଧନ ବିଲ୍ ଗୃହିତ: ନାବାଳିକା ବଳାତ୍କାରୀକୁ ମୃତ୍ୟୁଦଣ୍ଡ

୧୨ ବର୍ଷରୁ କମ୍‌ ବୟସର ଝିଅଙ୍କୁ ବଳାତ୍କାର କଲେ ମୃତ୍ୟୁଦଣ୍ଡ ମିଳିବ। ଏ ସମ୍ପର୍କିତ ଏକ ବିଲ୍‌ ସୋମବାର ଲୋକ ସଭାରେ ଗୃହୀତ ହୋଇଯାଇଛି। ଏହି ଅପରାଧିକ ଆଇନ (ସଂଶୋଧନ) ବିଧେୟକ ଚଳିତ ବର୍ଷ ଅପ୍ରେଲ ୨୧ରେ ଅଣାଯାଇଥିବା ଅଧ୍ୟାଦେଶ ବଦଳରେ ଲାଗୁ ହେବ। ଏହି ବିଧେୟକ ରାଜ୍ୟ ସଭାରେ ଗୃହୀତ ହେବାକୁ ବାକି ରହିଛି। ଏପରି ବିଧେୟକ କେତେକ ରାଜ୍ୟ ବିଧାନସଭାରେ ପୂର୍ବରୁ ପାରିତ ହୋଇସାରିଛି। ଜାମ୍ମୁ କାଶ୍ମୀର କଠୁଆରେ ଜଣେ ନାବାଳିକାକୁ ବଳାତ୍କାର ଏବଂ ହତ୍ୟା ମାମଲାରେ ଦେଶ ବ୍ୟାପୀ ବିରୋଧ ଓ ବିକ୍ଷୋଭ ପ୍ରଦର୍ଶନ ପରେ ସରକାର ନାବାଳିକାଙ୍କୁ ବଳାତ୍କାର କ୍ଷେତ୍ରରେ ଦୋଷୀଙ୍କୁ ଫାଶୀଦଣ୍ଡ ଦେବାକୁ ଅଧ୍ୟାଦେଶ ଆଣିଥିଲେ। ଅପ୍ରେଲ ୨୨ରେ ଏହି ଅଧ୍ୟାଦେଶ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିଲା।

ଗତକାଲି ଗୃହର ଅଧିକାଂଶ ସଦସ୍ୟ ଏହି ବିଲକୁ ସମର୍ଥନ କରିଥିବାବେଳେ ଅଳ୍ପ କିଛି ଅଧ୍ୟାଦେଶ ମାଧ୍ୟମରେ ଆଇନ ଲାଗୁକୁ ବିରୋଧ କରିଥିଲେ। ଏହି ବିଲ ଆଇନରେ ପରିଣତ ହେବା ପରେ ଦେଶରେ ଶିଶୁମାନଙ୍କ ସୁରକ୍ଷା ହୋଇପାରିବ ବୋଲି କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ କିରନ ରିଜିଜୁ କହିଛନ୍ତି। ବିଲକୁ ଏହା ପରେ ରାଜ୍ୟସଭାରେ ଆଗତ କରାଯିବ।

ଉଲ୍ଲେଖଯୋଗ୍ୟ, ଅପ୍ରେଲ ୨୨ରେ ଅଣାଯାଇଥିବା ଅଧ୍ୟାଦେଶ ଅନୁସାରେ ନାବାଳିକା ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ, ୧୬ବର୍ଷରୁ କମ୍‍ ନାବାଳିକାଙ୍କ ବଳାତ୍କାର କ୍ଷେତ୍ରରେ ସର୍ବନିମ୍ନ ଜେଲ୍‍ ଦଣ୍ଡକୁ ୨୦ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।

ପଢନ୍ତୁ;ନିଜସ୍ଵ ଖାଦ୍ୟ ସୁରକ୍ଷା ଯୋଜନାକୁ କ୍ୟାବିନେଟ ମୋହର:ଅତିରିକ୍ତ ୨୫ ଲକ୍ଷ ଲୋକଙ୍କୁ ଟଙ୍କିକିଆ ଚାଉଳ

Related posts

ହାତ ଲେଖା ଚାଲାଣ ଯୁଗ ସରିଲା,ଏଣିକି ଇ-ଚାଲାଣ

ENO Beuro

ମାର୍କ ଜୁକରବର୍ଗଙ୍କ ବଡ ପ୍ରତିଶ୍ରୁତି

ENO Beuro

ପାକିସ୍ତାନ ଆକାଶରେ ମୋଦିଙ୍କ ବିମାନ ଉଡ଼ାଣ ଅନୁମତି ମାଗିଲା ଭାରତ

Ratnamani Moharana

1 comment

Leave a Comment