• Home
  • SPORTS
  • ଆଇସିସି ଟି-୨୦ ମାନ୍ୟତା: ରାହୁଲଙ୍କୁ କ୍ୟାରିୟରର ଶ୍ରେଷ୍ଠ ମାନ୍ୟତା,ଦ୍ଵିତୀୟକୁ ଉଠିଲା ଭାରତ
SPORTS

ଆଇସିସି ଟି-୨୦ ମାନ୍ୟତା: ରାହୁଲଙ୍କୁ କ୍ୟାରିୟରର ଶ୍ରେଷ୍ଠ ମାନ୍ୟତା,ଦ୍ଵିତୀୟକୁ ଉଠିଲା ଭାରତ

ଆଇସିସି ମାନ୍ୟତା

ଇଂଲଣ୍ଡ ବିପକ୍ଷରେ ସଦ୍ୟସମାପ୍ତ ତିନିଟିକିଆ ଟି-୨୦ ସିରିଜରେ ଉନ୍ନତ ପ୍ରଦର୍ଶନ ଯୋଗୁଁ ଭାରତୀୟ ଦଳର ମାନ୍ୟତାରେ ଉନ୍ନତି ଘଟିଛି। ନିକଟରେ ଟି-୨୦ ସିରିଜ୍‍ରେ ଆୟରଲାଣ୍ଡକୁ ୨-୦ରେ ଏବଂ ଇଂଲଣ୍ଡକୁ ୨-୧ରେ ପରାସ୍ତକରି ଭାରତ ୨ୟ ସ୍ଥାନକୁ ଉନ୍ନୀତ ହୋଇଛି।

ଭାରତର ଯୁବ ବ୍ୟାଟ୍‍ସମ୍ୟାନ ଲୋକେଶ ରାହୁଲଙ୍କ ମାନ୍ୟତାରେ ଆଖିଦୃଶିଆ ଉନ୍ନତି ଘଟିଛି। ସୋମବାର ଆଇସିସି ପକ୍ଷରୁ ପ୍ରକାଶିତ ଟ୍ୱେଣ୍ଟି୨୦ ବ୍ୟାଟସମ୍ୟାନଙ୍କ ତାଲିକାରେ ରାହୁଲ ନଅଟି ପାହ୍ୟା ଉପରକୁ ଉଠି ୩ୟ ସ୍ଥାନରେ ପହଞ୍ଚିଛନ୍ତି। ରୋହିତ ଶର୍ମା ଦୁଇଟି ସ୍ଥାନ ଉପରକୁ ଉଠି ଏକାଦଶ ଏବଂ ଅଧିନାୟକ ବିରାଟ କୋହଲି ୪ ସ୍ଥାନ ଖସି ଦ୍ୱାଦଶରେ ରହିଛନ୍ତି। ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ ଆରୋନ ଫିଞ୍ଚ୍‌ ଶୀର୍ଷରେ ରହିବା ସହ ଟେ୍ଵଣ୍ଟି-୨୦ କ୍ରିକେଟ୍‌ରେ ୯୦୦ ପଏଣ୍ଟ୍‌ ହାସଲ କରିବାର ପ୍ରଥମ ଖେଳାଳି ହୋଇଛନ୍ତି। ପାକିସ୍ତାନର ଫକର ଜମନ ଦ୍ୱିତୀୟରେ ରହିଛନ୍ତି।

ଆଇସିସି ଟି-୨୦ ମାନ୍ୟତା: ରାହୁଲଙ୍କୁ କ୍ୟାରିୟରର ଶ୍ରେଷ୍ଠ ମାନ୍ୟତା,ଦ୍ଵିତୀୟକୁ ଉଠିଲା ଭାରତ ଆଇସିସି ଟି-୨୦ ମାନ୍ୟତା: ରାହୁଲଙ୍କୁ କ୍ୟାରିୟରର ଶ୍ରେଷ୍ଠ ମାନ୍ୟତା,ଦ୍ଵିତୀୟକୁ ଉଠିଲା ଭାରତ lokesh

ବୋଲିଂରେ ୟୁଜବେନ୍ଦ୍ର ଚହଲ ଗୋଟିଏ ସ୍ଥାନ ତଳକୁ ଖସି ଚତୁର୍ଥ ସ୍ଥାନରେ ଅଛନ୍ତି। ମାତ୍ର ତାଙ୍କର ସାଥୀ ସ୍ପିନର କୁଲଦୀପ ଯାଦବଙ୍କୁ ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ୫ ଓ୍ଵିକେଟ୍ ନେବାର ଫାଇଦା ମିଳିଛି। ସେ ୪୧ଟି ସ୍ଥାନ ଉପରକୁ ଉଠି ୩୪ ତମ ସ୍ଥାନରେ ପହଞ୍ଚିଛନ୍ତି। ଗତକାଲି ମ୍ୟାଚରେ ୪ ଓ୍ଵିକେଟ୍ ନେଇଥିବା ହାର୍ଦ୍ଦିକଙ୍କ ବୋଲିଂ ମାନ୍ୟତାରେ ମଧ୍ୟ ସୁଧାର ଆସିଛି। ସେ ୫ଟି ସ୍ଥାନ ଉପରକୁ ଉଠି ୨୯ ତମ ସ୍ଥାନରେ ପହଞ୍ଚିଛନ୍ତି। ଅନ୍ୟ ପଟେ ଆଫଗାନିସ୍ତାନର ରାଶିଦ ଖାନ ଓ ସଦାବ ଖାନ ବୋଲିଂ ମାନ୍ୟତାର ପ୍ରଥମ ଓ ଦ୍ଵିତୀୟ ସ୍ଥାନରେ ଅଛନ୍ତି।

ଆଇସିସି ଟି-୨୦ ମାନ୍ୟତା: ରାହୁଲଙ୍କୁ କ୍ୟାରିୟରର ଶ୍ରେଷ୍ଠ ମାନ୍ୟତା,ଦ୍ଵିତୀୟକୁ ଉଠିଲା ଭାରତ ଆଇସିସି ଟି-୨୦ ମାନ୍ୟତା: ରାହୁଲଙ୍କୁ କ୍ୟାରିୟରର ଶ୍ରେଷ୍ଠ ମାନ୍ୟତା,ଦ୍ଵିତୀୟକୁ ଉଠିଲା ଭାରତ lokesh rahul

ପଢନ୍ତୁ; ମାଇଗ୍ରେନ୍‌ ସମସ୍ୟାରୁ ଉପଶମ ପାଇବା ପାଇଁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

Related posts

ଫୋର୍ବସ ଧନୀ ଖେଳାଳି ତାଲିକା: ଶ୍ରେଷ୍ଠ ୧୦୦ରେ କୋହଲି ଏକମାତ୍ର କ୍ରିକେଟର୍

ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ : ଧୋନୀ,କୋହଲି, ପାଣ୍ଡ୍ୟାଙ୍କୁ ବିଶ୍ରାମ, ରୋହିତଙ୍କୁ ଅଧିନାୟକ ଦାୟିତ୍ଵ

Krishna Kumar Manoj

ଚାଇନା ଓପନ ସିରିଜ ରେ ଭାରତର ସମସ୍ତ ଆଶା ଏବେ ପିଭି ସିନ୍ଧୁଙ୍କ ଉପରେ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More