LIFESTYLE

ପାନିଆ,ତଉଲିଆ ଓ ସାବୁନ୍‌ ଦୀର୍ଘ ଦିନ ଧରି ବ୍ୟବହାର କରୁଛନ୍ତି କି? ସାବଧାନ ହୋଇଯାଆନ୍ତୁ !ଏହା ଶରୀର ଉପରେ କୁପ୍ରଭାବ ପକାଇଥାଏ

ସାଧାରଣତଃ ସମସ୍ତଙ୍କ ଘରେ ବ୍ୟବହୃତ ହେଉଥିବା ଏପରି ଅନେକ ନିତ୍ୟବ୍ୟବହାର୍ଯ୍ୟ  ସାମଗ୍ରୀ ରହିଥାଏ, ଯାହାକୁ ଆମେ ବର୍ଷ ବର୍ଷ ଧରି ବ୍ୟବହାର କରିଥାଉ । କିନ୍ତୁ ଏପରି କିଛି ସାମଗ୍ରୀ ଅଛି ଯାହାକୁ ଦୀର୍ଘ ଦିନ ଧରି ବ୍ୟବହାର କରିବା ଫଳରେ ଶରୀର ଉପରେ କୁପ୍ରଭାବ ପଡ଼ିଥାଏ ।

ଆସନ୍ତୁ ଜାଣିବା ସେଭଳି କିଛି ନିତ୍ୟବ୍ୟବହାର୍ଯ୍ୟ ଜିନିଷ ବିଷୟରେ-

  • ପ୍ରତି ୬ମାସରେ ଥରେ ବଦଳାନ୍ତୁ ଆପଣଙ୍କ ପାନିଆ :  କେଶ କୁଣ୍ଡେଇବା ଲାଗି ପାନିଆକୁ ମଧ୍ୟ ପ୍ରତି ୬ ମାସରେ ଥରେ ବଦଳାଇବା ଉଚିତ୍‌ । କାରଣ, ଗୋଟିଏ ପାନିଆକୁ ଦୀର୍ଘ ସମୟ ଧରି ବ୍ୟବହାର କଲେ ତାହା କେଶ ପାଇଁ ଅନେକ ପ୍ରକାର ସମସ୍ୟା ଆଣିଥାଏ ।

  • ବର୍ଷକ ମଧ୍ୟରେ ବଦଳାନ୍ତୁ ତଉଲିଆ :ସାଧାରଣତଃ ଅଧିକାଂଶ ବ୍ୟକ୍ତି ଗୋଟିଏ ଭଲ ତଉଲିଆ କିଣବା ପରେ ଭବନ୍ତି ଯେ ତଉଲିଆଟି ନିହାତି ଭାବେ ୨ରୁ ୩ବର୍ଷ ପର୍ଯ୍ୟନ୍ତ ଚାଲିଯିବ ବୋଲି ! ଆଉ ଯଦି ଆପଣମାନେ ବି ଏହିଭଳି ଭାବୁଥାନ୍ତି, ତେବେ ଚିନ୍ତାଧାରାରେ ପରିବର୍ତ୍ତନ ଆଣନ୍ତୁ। କାରଣ ଆପଣ ଯଦି ତଉଲିଆର ବ୍ୟବହାର ଗୋଟିଏ ବର୍ଷରୁ ଅଧିକ ସମୟ ପାଇଁ କରନ୍ତି , ତେବେ ତାହା ଆପଣଙ୍କର କୋମଳ ତ୍ୱଚାକୁ ନଷ୍ଟ କରିବା ଆପଣଙ୍କ ତ୍ୱଚାରେ ବିଭିନ୍ନ ପ୍ରକାରର କ୍ଷତି ପହଞ୍ଚାଇବ।

  • ଘରେ ସମସ୍ତେ ବ୍ୟବହାର କରନ୍ତୁ ଅଲଗା ଅଲଗା ସାବୁନ୍‌ :ସାଧାରଣତଃ ଗୋଟିଏ ଘରେ ଏକାଧିକ ଲୋକ ରହୁଥିଲେ ବି ଅନେକ କ୍ଷେତ୍ରରେ ଗାଧୋଇବା ସମୟରେ ସେମାନେ କେବଳ ଗୋଟିଏ ମାତ୍ର ସାବୁନର ହିଁ ବ୍ୟବହାର କରି ଥାଆନ୍ତି । ଆଉ ଆପଣମାନେ ବି ଯଦି ଏପରି କରୁଛନ୍ତି, ତେବେ ତୁରନ୍ତ ଏହି ଅଭ୍ୟାସରୁ ବିରତ ରୁହନ୍ତୁ । ଘରର ପ୍ରତ୍ୟେକ ସଦସ୍ୟଙ୍କ ଲାଗି ଅଲଗା ଅଲଗା ସାବୁନର ବ୍ୟବସ୍ଥା କରନ୍ତୁ । ଏହା ଏଥିପାଇଁ ଅତ୍ୟନ୍ତ ଜରୁରୀ, କାରଣ ସାବୁନ୍‌ ମାଧ୍ୟମରେ ହିଁ ଅନେକ ପ୍ରକାରର ରୋଗ ସଂକ୍ରମିତ ହୋଇଥାଏ ।

ପଢନ୍ତୁ ;

ଲୋକସଭାରେ କଂଗ୍ରେସର ଅଭିଯୋଗ ଉପରେ ଆକ୍ରମଣାତ୍ମକ ଶୈଳୀରେ ଜବାବ ଦେଲେ : ମୋଦୀ

Related posts

କେଉଁ ବ୍ୟକ୍ତିଙ୍କ ସହ ବନ୍ଧୁତା କଲେ ଅସୁବିଧାରେ ପଡିବେ ଜାଣନ୍ତୁ

ENO Beuro

କ୍ଷୀର ଚା’ ଅପେକ୍ଷା କଳା ଚା’ ଶରୀର ପାଇଁ ବେଶ ଲାଭଦାୟକ! ଜାଣନ୍ତୁ ଏହାର କାରଣ

ENO Beuro

ଉଚ୍ଚ ରକ୍ତଚାପର ଲକ୍ଷଣ ଓ ଘରୋଇ ଉପଚାର ବିଷୟରେ ନଜର ପକାନ୍ତୁ

ENO Beuro

1 comment

Leave a Comment