News

ଖରାରେ ଅତିଷ୍ଠ ଭଗବାନ ଗଣେଶଙ୍କ ଦେହରୁ ବାହାରୁଛି ଝାଳ

Ganesh

ଏବେ ଦେଶରେ ଅସମ୍ଭାଳ ଖରା । ଖରାରେ ଅତିଷ୍ଠ ଜୀବ-ଜଗତ। ତେବେ ଲୋକେ ତ ଲୋକେ ଏବେ କୁଆଡେ ଭଗବାନ ବି ଖରା ଦାଉରୁ ରକ୍ଷା ପାଇପାରୁନାହାନ୍ତି। ଏବେ ଏପରି ଏକ ଖବର ଆସିଛି ଯାହା ଆପଣ କେବେବି ଆପଣଙ୍କ ଜୀବନକାଳ ମଧ୍ୟରେ ଶୁଣିନଥିବେ। ବିହାରର ଗୟା ଜିଲ୍ଲାର ରାମଶିଲା ଠାକୁରବାଡ଼ିରେ ଥିବା ଭଗବାନ ଗଣେଶଙ୍କ ମୂର୍ତ୍ତିରୁ ଝାଳ ବାହାରୁଛି। ମନ୍ଦିରର ପୂଜକ ଏହି ଦାବି କରିଛନ୍ତି। ମନ୍ଦିରର ପୂଜକ କହିଛନ୍ତି, ଭଗବାନ ଗଣେଶଙ୍କୁ ପ୍ରବଳ ଗରମରୁ ରକ୍ଷା କରିବା ପାଇଁ ତାଙ୍କ ଶରୀରରେ ଚନ୍ଦନର ପ୍ରଲେପ ଦେବା ସହିତ ଦୁଇଟି ପଙ୍ଖା ଓ ଭଗବାନଙ୍କ ପାଇଁ ସ୍ଵତନ୍ତ୍ର ବସ୍ତ୍ର କରିଥିବା ଦାବି କରିଛନ୍ତି।

Gahe
lord ganesha

ରାମଶିଲା ଠାକୁରବାଡ଼ିରେ ଭଗବାନ ଗଣେଶଙ୍କ ମୂର୍ତ୍ତିରୁ ଝାଳ ବାହାରିବା ପଛରେ ବୈଜ୍ଞାନିକ  କାରଣ ମଧ୍ୟ ରହିଛି। ଏହି ମୂର୍ତ୍ତିଟି ମୁଙ୍ଗା ପଥର (coral/ ଓଡ଼ିଆରେ ପୋହଳା ପଥର କୁହାଯାଏ )ରେ ତିଆରି ହୋଇଛି। ଆଉ ମୁଙ୍ଗା ପଥର ଗରମ ରହେ। ଯେତେବେଳେ ଅଧିକ ଗରମ ପଡ଼େ ଏଥିରୁ ଆପେ ଆପେ ଜଳୀୟ ଅଂଶ ବାହାରି ଆସେ। ଏହା କୌଣସି ନୂଆ ଘଟଣା ନୁହେଁ। ଗତ କିଛି ବର୍ଷ ହେଲା ଏହି ମନ୍ଦିରରେ ଗଣେଶଙ୍କ ମୂର୍ତ୍ତିରୁ ଝାଳ ବାହାରୁଛି।
ପଢନ୍ତୁ: ମ୍ୟାଟ୍ରିକ୍‌ରେ ଶୂନ ରେଜଲ୍ଟ କରିଥିବା ୮୨ଟି ସ୍କୁଲକୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ନୋଟିସ

Related posts

ଗୁଣୁପୁରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୨୫ ବଖରା ଘର

ENO Beuro

ଆଜିଠୁଁ ପର୍ଯ୍ୟଟକଙ୍କୁ ସ୍ଵାଗତ ଜଣାଉଛି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଓ ଅଭୟାରଣ୍ୟ

ENO Beuro

ନବୀନଙ୍କୁ ଏନଡିଏ ବିରୋଧୀ ବୈଠକରେ ନିମନ୍ତ୍ରଣ କଲେ ସୋନିଆ ଗାନ୍ଧି

Ratnamani Moharana

Leave a Comment